ଫୁଲରୁ ମିଳେ ଖୁସି

ଫୁଲ ଗଛର ସୌନ୍ଦର୍ଯ୍ୟ ବଢ଼ାଏ, ମନରେ ପ୍ରଶାନ୍ତି ଭରିଦିଏ। ଫୁଲଭରା ଗଛଟିଏ ଦେଖିଲେ ଭାରାକ୍ରାନ୍ତ ମନ ପ୍ରଫୁଲ୍ଲ ହୋଇଯାଏ। କିଛି ସମୟ ବଗିଚା କାମ କଲେ ଶାରୀରିକ ଶ୍ରମ ସହ ଖୁସି ବି ମିଳେ। କିଛି ଫୁଲଗଛ ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିଥାଏ ବୋଲି ଅନେକେ ବିଶ୍ବାସ କରନ୍ତି। 

sddsxcc

 ବାସ୍ତୁଶାସ୍ତ୍ର ଅନୁସାରେ, ଘର ଅଗଣାରେ ମନ୍ଦାର ଗଛ ରହିବା ଅତ୍ୟନ୍ତ ଶୁଭ। ମନ୍ଦାର ଫୁଲ ଘରକୁ ସକାରାତ୍ମକ ଊର୍ଜ୍ଜା ଆଣିଥାଏ।
 ପଦ୍ମ ଫୁଲକୁ ଆଧ୍ୟାତ୍ମିକତାର ପ୍ରତୀକ ବୋଲି ଧରାଯାଏ। ଘର ଅଗଣାରେ ହେଉ ଅବା ବାଡ଼ିପଟେ ପାଣିକୁଣ୍ଡ କରି ସେଥିରେ ଏହି ଫୁଲ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାତା ଲକ୍ଷ୍ମୀଙ୍କୁ ପଦ୍ମଫୁଲରେ ସଜେଇ ପୂଜା କରାଯାଏ।
 ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ମଧ୍ୟ ସୁଖସମୃଦ୍ଧି ବଢ଼ିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
 ସୌନ୍ଦର୍ଯ୍ୟ ଓ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଉଥିବା ଗୋଲାପ ଫୁଲକୁ ବି ଭାଗ୍ୟଶାଳୀ ଫୁଲ ବୋଲି ଅନେକେ କହିଥାନ୍ତି। ବିବିଧ ରଙ୍ଗ ଓ ବାସ୍ନାର ଗୋଲାପ ସଭିଙ୍କର ପ୍ରିୟ। ଏହା ସ୍ବତନ୍ତ୍ର ଆଦର ଓ ଯତ୍ନ ଆବଶ୍ୟକ କରେ।  
 ସୌଭାଗ୍ୟର ପ୍ରତୀକ କୁହାଯାଉଥିବା ଚମ୍ପା ଗଛକୁ ବି ଲଗାଇବା ଶୁଭ ହୋଇଥାଏ। ଶିବଙ୍କ ମଥାରେ ମାନସିକ କରି ଚମ୍ପାଫୁଲ ଅର୍ପଣ କରାଯାଇଥାଏ।
 ଟଗର ଗଛ ବି ଘରେ ସୁଖଶାନ୍ତି ବୃଦ୍ଧି କରିଥାଏ। ଯାହାଙ୍କ ଅଗଣାରେ ଏହି ଗଛ ରହିଥାଏ ସେଠାରେ ପ୍ରଭୁଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି।
 ରାତି ଶେଷରେ ଝରିଯାଉଥିବା ଗଙ୍ଗଶିଉଳି ଫୁଲର ଭୁରୁଭୁରୁ ବାସ୍ନା ମନରେ ଶାନ୍ତି ଭରିଦିଏ। ଏହାର ପତ୍ର ଓ ଫୁଲରେ ଅନେକଗୁଡ଼ିଏ ଔଷଧୀୟ ଉପକାରିତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe