ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ୫୫୯ଜଣ ସହିଦଙ୍କ ନାମରେ ଟାଟୁ ଆଙ୍କିଛନ୍ତି ଅଭିଷେକ

Advertisment

ଉତ୍ତର ପ୍ରଦେଶର ହାପୁଡର ବାସିନ୍ଦା ଅଭିଷେକ ଗୌତମ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରମାନଙ୍କୁ ସମ୍ମାନ ଦେବା ପାଇଁ ଜଣେ କି ଦୁଇଜଣ ନୁହେଁ ୫୫୯ଜଣ ସହିଦଙ୍କ ନାମରେ ଆଙ୍କିଛନ୍ତି ଟାଟୁ ।

ଉତ୍ତର ପ୍ରଦେଶର ହାପୁଡର ବାସିନ୍ଦା ଅଭିଷେକ ଗୌତମ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରମାନଙ୍କୁ ସମ୍ମାନ ଦେବା ପାଇଁ ଜଣେ କି ଦୁଇଜଣ ନୁହେଁ ୫୫୯ଜଣ ସହିଦଙ୍କ ନାମରେ ଆଙ୍କିଛନ୍ତି ଟାଟୁ ।

New Project (27)

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାପୁଡର ବାସିନ୍ଦା ଅଭିଷେକ ଗୌତମ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଦେଶ ପାଇଁ ପ୍ରାଣବଳି ଦେଇଥିବା ଜଣେ କି ଦୁଇଜଣ ନୁହେଁ ୫୫୯ଜଣ ସହିଦଙ୍କ ନାମରେ ଟାଟୁ ଆଙ୍କିଛନ୍ତି ଅଭିଷେକ।

ଅଭିଷେକଙ୍କ ଶରୀରରେ କେବଳ ସହିଦ ସୈନିକଙ୍କ ନାମ ନାହିଁ। ସେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ବୀରଙ୍କ ଫଟୋ ମଧ୍ୟ ଟାଟୁ ମାଧ୍ୟରେ ଆଙ୍କିଛନ୍ତି।  ଏଥିରେ ସହିଦ ଭଗତ ସିଂହ, ମହାତ୍ମା ଗାନ୍ଧୀ, ରାଣୀ ଲକ୍ଷ୍ମୀବାଇ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କ ଫଟୋ ଅନ୍ତର୍ଭୁକ୍ତ ରହିଛି। କେବଳ ଏତିକି ନୁହେଁ ଅଭିଷେକଙ୍କ ପିଠିରେ ଦିଲ୍ଲୀର ପ୍ରସିଦ୍ଧ ଇଣ୍ଡିଆ ଗେଟର ଏକ ଟାଟୁ ମଧ୍ୟ ରହିଛି।

ଅଭିଷେକଙ୍କ ଏଭଳି କାମ ଦେଶ ଏବଂ ଦେଶର ବୀରମାନଙ୍କ ପ୍ରତି ତାଙ୍କ ହୃଦୟରେ ଥିବା ଗଭୀର ସମ୍ମାନକୁ ଦର୍ଶାଇ ଦେଉଛି। ଏହି କୃତି ପାଇଁ ଅଭିଷେକଙ୍କ ନାମ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍'ରେ ସ୍ଥାନ ପାଇଛି।। 

ଅଭିଷେକ ଗୌତମ ପିଠିରେ ସୈନିକ ଓ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଟାଟୁ ଆଙ୍କିବା  ପ୍ରସଙ୍ଗକୁ ନେଇ କହିଛନ୍ତି, ‘କୁହାଯାଏ ଦୁନିଆକୁ ଆସିଥିଲ ଏକା ଯିବ ବି ଏକା। ଯାହା କିଛି କମେଇଛେ ସବୁକୁ ଏ ସଂସାରରେ ଛାଡ଼ି ଦେଇ ଯିବାକୁ ହୁଏ। କିନ୍ତୁ ମୁଁ ଖୁସି ଯେ ମୁଁ ମଲା ପରେ ମୋ ସାଥୀରେ ମୋ ସହିଦ ଯବାନଙ୍କ ନାମ ନେଇ ଯିବି। ଯେଉଁମାନେ ଆମ ଦେଶ ପାଇଁ ନିଜ ଜୀବନୁ ବାଜି ଲଗାଇ ଦେଇଛନ୍ତି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe