ନୂଆଦିଲ୍ଲୀ: ଆତ୍ମବିଶ୍ବାସ ଥିଲେ ଯେକୌଣସି ପରିସ୍ଥିତିରେ ବି ଲକ୍ଷ୍ୟକୁ ହାସଲ କରାଯାଇ ପାରିଥାଏ । ଏମିତି କିଛି କାମ କରି ଦେଖାଇଛନ୍ତି ବିହାରର ଜଣେ ଯୁବକ। ଉକ୍ତ ଯୁବକ ଜଣକ ଆର୍ଥିକ ସଙ୍କଟ ହେତୁ ଇଞ୍ଜିନିୟର ହୋଇପାରିଲେ ନାହିଁ। କିନ୍ତୁ ସେ ତାଙ୍କ ବୁଦ୍ଧି ବଳରେ ଏମିତି କିଛି କରି ଦେଖାଇଛନ୍ତି , ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି।
ବିହାରର ମୁଜଫରପୁରର ସୁଜାବଲପୁର ଗ୍ରାମରେ ରହୁଥିବା ରିକ୍କି ଶର୍ମା ଥର୍ମୋକୁଲ ବକ୍ସର ବ୍ୟବହାର କରି ଏକ ଯୁଦ୍ଧ ବିମାନର ମଡେଲ ପ୍ରସ୍ତୁତ କରିଛନ୍ତି। ରିକ୍କି ଆର୍ଟରେ ସ୍ନାତକ କରିଛନ୍ତି। ସେ ବିଜ୍ଞାନ ବିଷୟରେ କୌଣସି ପ୍ରଶିକ୍ଷଣ ପ୍ରାପ୍ତ କରି ନାହାନ୍ତି।
ରିକ୍କି ମାଛ ବାକ୍ସରେ ବ୍ୟବହୃତ ଥର୍ମୋକୁଲ ସାହାଯ୍ୟରେ ଏଫ୨୨ ରାପଟର ମଡେଲ ଫାଇଟର ପ୍ଲେନ ତିଆରି କରିଛନ୍ତି। ଯାହାକି ୩୦୦ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡି ପାରିବ।
ରିକ୍କି ଯେତେବେଳେ ଏହି ପ୍ଲେନକୁ ଉଡ଼ାଇ ଥାଆନ୍ତି, ଏହାର ଶବ୍ଦ ଶୁଣି ଲୋକେ ଘରୁ ବାହାରକୁ ଚାଲି ଆସିଥାଆନ୍ତି। ଏହି ଲଢ଼ୁଆ ବିମାନ ମଡେଲକୁ ତିଆରି କରିବା ପାଇଁ ରିକ୍କିଙ୍କୁ ଏକ ସପ୍ତାହ ସମୟ ଲାଗିଥିବା ବେଳେ ୭ହଜାର ଟଙ୍କା ସେ ଏଥିପାଇଁ ଖର୍ଚ୍ଚ କରିଛନ୍ତି। ନବମ ଶ୍ରେଶୀରେ ପାଠପଢ଼ୁଥିବା ବେଳେ ରିକ୍କି ଏହି ବିମାନକୁ ତିଆରି କରିବା ପାଇଁ ସ୍ଥିର କରିଥିଲେ।
Follow Us