ଲକଡାଉନ୍ ସମୟରେ ଦୁଗ୍ଧ ବିକ୍ରି କରି ବୃଦ୍ଧା ହେଲେ କୋଟିପତି

ଲକଡାଉନ୍ ସମୟରେ ଦୁଗ୍ଧ ବିକ୍ରି କରି ବୃଦ୍ଧା ହେଲେ କୋଟିପତି

ନୂଆଦିଲ୍ଲୀ: କଥାରେ ଅଛି କୌଣସି କାମ ଛୋଟ ହୋଇ ନ ଥାଏ। ଗତ ୨୦୨୦ରେ କରୋନା ସଂକ୍ରମଣ ସମୟରେ ଜାରି ହୋଇଥିବା ଲକଡାଉନ୍ କାରଣରୁ ଅନେକ ଲୋକ ସେମାନଙ୍କ ଚାକିରି ହରାଇଥିଲେ। ଏଭଳି ସମୟରେ ନିଜ ଗାଁ ଛାଡ଼ି ବାହାରେ ଚାକିରି କରୁଥିବା ଲୋକମାନେ ନିଜ ଘରକୁ ଫେରି ଚାଷ କାମ ଆଦି କରୁଥିବା ବି ଦେଖିବାକୁ ମିଳିଥିଲା। ଏହି କ୍ରମରେ ଜଣେ ବୃଦ୍ଧା ପଶୁପାଳନ କରି ଦୁଗ୍ଧ ଉତ୍ପାଦନ କରି କୋଟିପତି ହୋଇଥିବା ଜଣାପଡ଼ିଛି।

ଗୁଜୁରାଟର ବନାସକଣ୍ଠା ଜିଲ୍ଲାର ନଗାନା ଗ୍ରାମରେ ୬୨ବର୍ଷୀୟ ନାଭାଲବେନ୍ ନାମକ ଜଣେ ବୃଦ୍ଧା ବସବାସ କରନ୍ତି। କରୋନା ଲକଡାଉନ୍ ସମୟରେ ସେ ନିଜ ଶକ୍ତି ସାମର୍ଥ୍ୟରେ ପଶୁପାଳନ କରି ଦୁଗ୍ଧ ଉତ୍ପାଦନ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୦ରେ ନାଭାଲବେନ୍ ଏକକୋଟି ୧୦ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରି କୀର୍ତ୍ତି ଅର୍ଜନ କରିଛନ୍ତି।

दूध बेचकर करोड़पति बनी 62 साल की महिला, हर महीने कमाती हैं साढ़े 3 लाख रुपये

ନାଭାଲବେନଙ୍କ ପାଖରେ ଏବେ ସୁଦ୍ଧା ୮୦ଟି ମଇଁଷି ଓ ୪୫ଟି ଗାଈ ରହିଛି। ଏମାନଙ୍କ ଠାରୁ ନାଭାଲବେନ ୧୦୦୦ଲିଟର ଦୁଗ୍ଧ ସଂଗ୍ରହ କରିଥାଆନ୍ତି। ଏହି ଦୁଗ୍ଧକୁ ବିକ୍ରି କରି ବୃଦ୍ଧା ମାସକୁ ୩ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥାଆନ୍ତି। ନାଭାଲବେନ୍ ୨୦୧୯ରେ ୮୭.୯୫ ଲକ୍ଷ ଟଙ୍କାର ଦୁଗ୍ଧ ବିକ୍ରି କରିଥିଲେ। ସେ ପାଠ ପଢ଼ି ନାହାନ୍ତି। ଏହା ସତ୍ତ୍ବେ  ନାଭାଲବେନ୍ ଆତ୍ମନିର୍ଭଶୀଳ ହେବା ସହିତ ୧୧ଜଣ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ୨ଟି ଲକ୍ଷ୍ମୀ ପୁରସ୍କାର ଓ ୩ଟି ପାଦରି ପୁରସ୍କାରରେ ପୁରସ୍କୃତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe