କରୋନାକୁ ଖାତିର ନକରି ୧୦୦ କି‌ମି ରାସ୍ତା ଅତିକ୍ରମ କରି ନିଜ ସ୍କୁଲର ୫୭ ପିଲାଙ୍କୁ ବହି ବାଣ୍ଟିଲେ ପ୍ରଧାନ ଶିକ୍ଷକ

Advertisment
କରୋନାକୁ ଖାତିର ନକରି ୧୦୦ କି‌ମି ରାସ୍ତା ଅତିକ୍ରମ କରି ନିଜ ସ୍କୁଲର ୫୭ ପିଲାଙ୍କୁ ବହି ବାଣ୍ଟିଲେ ପ୍ରଧାନ ଶିକ୍ଷକ

Image Courtesy of The New Indian Express

କାରୁର: ଶିକ୍ଷାର ଗୁରୁତ୍ବକୁ ବୈଶ୍ବିକସ୍ତରକୁ ଆଣିଥିବା ମଲାଲା ୟୁସଫଜାଇ କହିଥିଲେ, ଗୋଟିଏ ପିଲା, ଗୋଟିଏ ଶିକ୍ଷକ, ଗୋଟିଏ ବହି, ଗୋଟିଏ କଲମ ଦୁନିଆକୁ ବଦଳାଇ ଦେଇ ପାରେ।

ୟୁସଫଜାଇଙ୍କ କଥା ସହ ନିଶ୍ଚୟ ଏକମତ ବୋଲି ଜଣାପଡୁଥିବା ତାମିଲନାଡୁର ସୁଦୂର କାରୁର ଅଞ୍ଚଳର ଗାଁ ତୋତ୍ତିଆପତ୍ତିସ୍ଥିତ ସରକାରୀ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ବହି ଓ ବ୍ୟାଗ୍‌ ବାଣ୍ଟିବାକୁ ୧୦୦ କିଲୋମିଟର୍‌ରୁ ଅଧିକ ଭ୍ରମଣ କରିଛନ୍ତି। କାରଣ, କୋଭିଡ୍-୧୯ ମହାମାରୀ ଯୋଗୁଁ ପିଲାଏ ଘରେ ଅଟକି ରହିଥିଲେ।

ସେ ହେଉଛନ୍ତି ପଞ୍ଚାୟତ ୟୁନିୟନ ପ୍ରାଇମେରି ସ୍କୁଲ୍‌ର ପ୍ରଧାନଶିକ୍ଷକ ତଥା ପାରମତିବାସୀ କେ ମୂର୍ତ୍ତି। ଏଥର ଶିକ୍ଷାବର୍ଷରେ ତାଙ୍କ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ୫୭ଜଣ ପିଲାଙ୍କ ଘରକୁ ଯାଇ ବହି ବାଣ୍ଟି ଥିବାରୁ ସେ ଲୋକମାନଙ୍କର ପ୍ରଶଂସା ଓ ସମ୍ମାନର ପାତ୍ର‌ ହୋଇଛନ୍ତି।

କୋଭିଡ୍-୧୯ ଲକ୍‌ଡାଉନ୍ ଯୋଗୁଁ ରାଜ୍ୟବ୍ୟାପୀ ସ୍କୁଲ୍ ବନ୍ଦ ରହିଥିବା ବେଳେ ଶିକ୍ଷା ବିଭାଗ ଏହି ୫୭ଜଣ ପିଲାଙ୍କ ଲାଗି ବହି ଓ ବ୍ୟାଗ୍ ପଠାଇଲା। ତେଣୁ, ପିଲାଙ୍କର ମଙ୍ଗଳ କଥା ବିଚାରି ମୂର୍ତ୍ତି ସେମାନଙ୍କୁ ସ୍କୁଲ୍‌ ଡକାଇ ବହି ‌ଓ ବ୍ୟାଗ୍ ଦେବା ପରିବର୍ତ୍ତେ ନିଜେ ପ୍ରାୟ ୧୦୦ କିଲୋମିଟର୍ ପଥ ଭ୍ରମଣ କରି ସେମାନଙ୍କ ଘରକୁ ଯିବାକୁ ମନସ୍ଥ କଲେ।

publive-image Image Courtesy of The New Indian Express

ଗଣମାଧ୍ୟମକୁ ମୂର୍ତ୍ତି କହିଛନ୍ତି, ବହି ବ୍ୟାଗ୍ ଓ ଅନ୍ୟାନ୍ୟ ଷ୍ଟେସନେରି ସାମଗ୍ରୀ ଆସିଲା ମାତ୍ରେ ମୋ ଗାଡ଼ିରେ ବୋଝେଇ କରି ନିଜେ ପିଲାମାନଙ୍କ ଘରକୁ ଯିବାକୁ ସ୍ଥିର କଲି। ୧୩ଟି ଗାଁ’ର ଏହି ୫୭ ଜଣ ପିଲାଙ୍କୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଦେବାକୁ ମତେ ପ୍ରାୟ ୧୦୦ କିଲୋମିଟର ବୁଲିବାକୁ ପଡ଼ିଲା। ତା’ସହ ମୁଁ ସେ ପିଲାମାନଙ୍କ ଘର ସାମ୍ନା ଦାଣ୍ଡ, ଗଛମୂଳେ ଏବଂ ମନ୍ଦିର ନିକଟରେ ବହିଗୁଡ଼ିକର ପ୍ରଥମ ଅଧ୍ୟାୟ ମଧ୍ୟ ପଢ଼ାଇଲି। ଏହାଛଡ଼ା, କାଲ୍‌ୱି ଟିଭିରେ ଦୈନିକ ସନ୍ଧ୍ୟା ୫ଟାରୁ ୭ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିବା କଥା ମଧ୍ୟ ସେମାନଙ୍କୁ କହିଲି।

ଏହା ବ୍ୟତିରେକେ, ପିଲାମାନଙ୍କର ଦୈନିକ ହୋମ୍‌ୱାର୍କ ଏବଂ ସେମାନଙ୍କର ଅଗ୍ରଗତି ସମ୍ବନ୍ଧୀୟ ସୂଚନା ହ୍ବାଟ୍‌ସ୍‌ଆପ୍‌ରେ ଅପ୍‌ଡେଟ୍ କରିବାକୁ ଅଭିଭାବକମାନଙ୍କୁ କହିଲି। ଅବଶ୍ୟ ଅଧିକାଂଶ ଅଭିଭାବକ ସ୍ବଚ୍ଛଳ ନ ହୋଇ ଥିବାରୁ ପିଲାଙ୍କ ପାଇଁ ସ୍ମାର୍ଟ ଫୋନ୍ କିଣି ପାରି ନ ଥିଲେ। ପୁଣି କେତେକ କ୍ୟୁଆର୍‌ କୋଡ୍ ଆପ୍‌ ବିଷୟରେ ସଚେତନ ନ ଥିଲେ। ତାହାକୁ ଇନ୍‌ଷ୍ଟଲ୍‌ କରି ବ୍ୟବହାର କିରବା କୌଶଳ ମଧ୍ୟ ସେମାନଙ୍କୁ ବତାଇ ଦେଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe