ସ୍ବାସ୍ଥ୍ୟ ଓ ଗବେଷଣା

Advertisment

ସ୍ବାସ୍ଥ୍ୟ ଏବେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ପାଲଟିଥିବାରୁ ଏହାର ବିଭିନ୍ନ କ୍ଷେତ୍ରରେ ନେଇ ଚାଲିଛି ଗବେଷଣା। ଔଷଧଠାରୁ ଟିକା, ଚିକିତ୍ସା ଉପକରଣରୁ ନେଇ ମଣିଷର ଶାରୀରିକ ସମସ୍ୟାକୁ ନେଇ ଚାଲିଛି ଅଧ୍ୟୟନ।

ସ୍ବାସ୍ଥ୍ୟ ଏବେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ପାଲଟିଥିବାରୁ ଏହାର ବିଭିନ୍ନ କ୍ଷେତ୍ରରେ ନେଇ ଚାଲିଛି ଗବେଷଣା। ଔଷଧଠାରୁ ଟିକା, ଚିକିତ୍ସା ଉପକରଣରୁ ନେଇ ମଣିଷର ଶାରୀରିକ ସମସ୍ୟାକୁ ନେଇ ଚାଲିଛି ଅଧ୍ୟୟନ।

sffssffs

ସ୍ବାସ୍ଥ୍ୟ ଏବେ ବିଶ୍ବର ପ୍ରମୁଖ ପ୍ରସଙ୍ଗ ପାଲଟିଥିବାରୁ ଏହାର ବିଭିନ୍ନ କ୍ଷେତ୍ରରେ ନେଇ ଚାଲିଛି ଗବେଷଣା। ଔଷଧଠାରୁ ଟିକା, ଚିକିତ୍ସା ଉପକରଣରୁ ନେଇ ମଣିଷର ଶାରୀରିକ ସମସ୍ୟାକୁ ନେଇ ଚାଲିଛି ଅଧ୍ୟୟନ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଆସିଥିବା କିଛି ନୂଆ ଅଧ୍ୟୟନ ରିପୋର୍ଟ ସଂପର୍କରେ ସଂକ୍ଷିପ୍ତ ସୂଚନା। 

ଦିନେ ବ୍ୟାୟାମ କଲେ ମସ୍ତିଷ୍କ ଶକ୍ତି ତା’ ପରଦିନ ଯାଏ ବଢ଼ିଥାଏ...
‘ୟୁନିଭର୍‌ସିଟି କଲେଜ ଅଫ୍‌ ଲଣ୍ଡନ(ୟୁସିଏଲ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ବ୍ୟାୟାମ ହିଁ ମସ୍ତିଷ୍କର ଶକ୍ତି ଅଭିବୃଦ୍ଧିରେ ସହାୟକ ହେବା ସହ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ସକ୍ରିୟ ରଖିଥାଏ। ‘ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ବିହେଭିୟରାଲ୍ ନ୍ୟୁଟ୍ରିସନ୍ ଆଣ୍ଡ୍‌ ଫିଜିକାଲ୍ ଆକ୍ଟିଭିଟି’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏକ ଅଧ୍ୟୟନରେ ୫୦ରୁ ୮୩ବର୍ଷ ବୟସର ବ୍ୟକ୍ତିଙ୍କୁ ସାମ୍ିଲ କରି ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦିନରେ ସ୍ବାଭାବିକ ଅପେକ୍ଷା ଅଧିକ ଶାରୀରିକ କାର୍ଯ୍ୟକଳାପ କରିବାକୁ କୁହାଯାଇଥିଲା। ତହିଁ ପରଦିନ ସ୍ମରଣଶକ୍ତି ପରୀକ୍ଷାରେ ସେମାନେ ସମସ୍ତେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିଲେ।

ପେଟରେ ଅଛି ମସ୍ତିଷ୍କ ଆକାର ବଡ଼ ହେବା ପଛର ରହସ୍ୟ
ମସ୍ତିଷ୍କର ତନ୍ତୁଗୁଡ଼ିକ ହେଉଛି ଶରୀରର ସବୁଠାରୁ ଶକ୍ତିଶାଳୀ କୋଷିକା। ଏଣୁ ବୃହତ୍‌-ମସ୍ତିଷ୍କ ଥିବା ସ୍ତନ୍ୟପାୟୀ ପ୍ରାଣୀମାନେ ମସ୍ତିଷ୍କର ବୃଦ୍ଧି ଓ ରକ୍ଷଣାବେକ୍ଷଣା ପାଇଁ ଅଧିକ ଶକ୍ତି ଆବଶ୍ୟକ କରିଥା’ନ୍ତି। ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଅଧ୍ୟୟନ ଅନୁସାରେ, ପେଟ ଭିତରେ ଥିବା ଅଣୁଜୀବମାନେ ମେଟାବୋଲିକ ଶକ୍ତି ଉତ୍ପାଦନରେ ସାହାଯ୍ୟ କରିଥା’ନ୍ତି, ଯାହାକି ବିବର୍ତ୍ତନ ସମୟର ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ବୃହତ୍‌ ମସ୍ତିଷ୍କ ନିର୍ମାଣରେ ସାହାଯ୍ୟ କରିଥିବ ବୋଲି ଅନୁମାନ କରାଯାଏ।  

ଲକ୍ଷାଧିକ ଭାରତୀୟଙ୍କ ମୃତ୍ୟୁର କାରଣ ବାୟୁ ପ୍ରଦୂଷଣ
ସ୍ବିଡେନ୍‌ର କାରୋଲିଂସ୍କା ଇନ୍‌ଷ୍ଟିଚ୍ୟୁଟ୍‌ର  ଗବେଷଣାରୁ ଜଣାପଡ଼ିଛି, ଦୀର୍ଘକାଳ ଧରି ବାୟୁ ପ୍ରଦୂଷଣରେ ରହିବା ଦ୍ବାରା ଭାରତରେ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ‘ଦ ଲାନ୍‌ସେଟ୍‌ ପ୍ଲାନେ‌ଟାରି ହେଲ୍‌ଥ’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆମ ଦେଶରେ କଠୋର ବାୟୁ ମାନ ନିୟନ୍ତ୍ରକ ନିୟମର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe