କଳାବତୀ ଚାଉଳରେ ଭରି ରହିଛି ଔଷଧିୟ ଗୁଣ : ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗକୁ ସମୂଳେ କରେ ନାଶ

କଳାବତୀ ଚାଉଳରେ ଭରି ରହିଛି ଔଷଧିୟ ଗୁଣ : ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ଅନେକ ରୋଗକୁ ସମୂଳେ କରେ ନାଶ

ଔଷଧୀୟ ଗୁଣରେ ଭରି ରହିଛି କଳାଧାନ। ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ଏହି କଳାଧାନର ଅନ୍ୟନାମ କଳାବତୀ ଧାନ। ଏହି ଧାନ ଚାଷରେ କୌଣସି କୀଟନାଶକ ବ୍ୟବହାର କରାଯାଉନଥିବା ବେଳେ କଳାବତୀ ଚାଉଳରେ ଭରି ରହିଛି ଔଷଧିୟ ଗୁଣ। ଏହି କଳାଧାନର ଚାଉଳ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏହା ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ରୋଗକୁ ସମୁଳେ ନାଶ କରିବା ସହ ଅନେକ ରୋଗର ମହୌଷଧି ଭଳି କାମ କରେ।

publive-image

କଳାଧାନର ପୋଷଣ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ କହିଲେ କିଛି ଭୁଲ୍ ହେବନାହିଁ । ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର କଳା ଧାନ ପ୍ରଥମେ ଚୀନ୍ ରୁ ଉତ୍ପାଦନ ହେଉଥିଲା । ଏହାର ଦାମ୍ ଏତେ ମହଙ୍ଗା ଥିଲା ଯେ କେବଳ ରାଜା ମହାରାଜା ହିଁ ଏହାକୁ ସେବନ କରିବାର ମଉକା ପାଉଥିଲେ । ବର୍ତ୍ତମାନ ଏହି ଚାଉଳକୁ ସାଧାରଣ ଲୋକେ ବି ଖାଇପାରୁଛନ୍ତି କିନ୍ତୁ ଏହାର ଚାଷ ଖୁବ୍ କମ୍ ହୋଇଥାଏ ଏବଂ ଖୁବ୍ କମ୍ ଲୋକ ମଧ୍ୟ କଳା ଧାନର ଅସ୍ତିତ୍ୱକୁ ଜାଣିଛନ୍ତି । ଧଳା ଚାଉଳ ଅପେକ୍ଷା କଳା ଚାଉଳ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ।

publive-image

ଓଡିଶାର ସମ୍ବଲପୁର ଯୁଯୁମୁରା ଅଂଚଳ ବିରସିଂହପଡାରେ ଏହି ଧାନକୁ ଚାଷ କରାଯାଉଛି । ଯାହାର ଅନ୍ୟନାମ କଳାବତୀ ଧାନ । ଏହି କଳାଧାନ ଚାଉଳ କିଲୋ ପ୍ରତି ୨ଶହରୁ ୩ ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି ପ୍ରତି ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ତେବେ ଆସନ୍ତୁ ଜାଣିବା ଏହା ଦେହ ପ୍ରତି କେତେ ଲାଭଦାୟକ

publive-image

୧. କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ରକ୍ତ ପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ

୨. ଯଥେଷ୍ଟ ପରିମାଣର ଭିଟାମିନ୍ ‘ଇ’ ଥିବାରୁ ଏହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ

୩. ଶରୀରରୁ ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର୍, କିଡନୀକୁ ସୁସ୍ଥ ରଖିଥାଏ କଳାଚାଉଳରୁ ପ୍ରସ୍ତୁତ ଭାତ

୪. ମେଦବହୁଳତା କମାଇବା, ଓଜନ ସନ୍ତୁଳନ ବଜାୟ ରଖିବା ଓ ହଜମ ଜନିତ ସମସ୍ୟା ଦୁର କରିବାରେ ଏହା ବେଶ ସହାୟକ ହୁଏ

୫ . ହୃଦରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ କଳାଧାନର ଭାତ କୌଣସି ବରଦାନଠାରୁ କମ୍ ନୁହଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe