ପାରାଙ୍କୁ ଖୁଆଇବା ଅଭ୍ୟାସରୁ ସ୍ବାସ୍ଥ୍ୟ ସମସ୍ୟା!

ସମ୍ପ୍ରତି ସହରାଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଥିବା ପକ୍ଷୀ ହେଉଛି ପାରା। କାରଣ ବିଭିନ୍ନ ଛକ, ରାସ୍ତା ଓ ଜନସମାଗମ ସ୍ଥାନଗୁଡ଼ିକ ପାରାମାନଙ୍କ ଖାଇବା ସ୍ଥାନ ପାଲଟିଛି, ଫଳରେ ସେମାନଙ୍କ ସଂଖ୍ୟାରେ ବିସ୍ଫୋରଣ ଘଟିଛି।

sfsfsfxxcxc

ସମ୍ପ୍ରତି ସହରାଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଥିବା ପକ୍ଷୀ ହେଉଛି ପାରା। କାରଣ ବିଭିନ୍ନ ଛକ, ରାସ୍ତା ଓ ଜନସମାଗମ ସ୍ଥାନଗୁଡ଼ିକ ପାରାମାନଙ୍କ ଖାଇବା ସ୍ଥାନ ପାଲଟିଛି, ଫଳରେ ସେମାନଙ୍କ ସଂଖ୍ୟାରେ ବିସ୍ଫୋରଣ ଘଟିଛି। ଏହି ନିରୀହ ପକ୍ଷୀଙ୍କୁ ଖାଇବାକୁ ଦେବା ଏକ ଜୀବେଦୟା କାର୍ଯ୍ୟ ଭାବେ ବିବେଚିତ ହେଉଥିଲେ ହେଁ ସେମାନେ ଯେ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରନ୍ତି, ତାହା ଅନେକ ଲୋକ ଜାଣନ୍ତି ନାହିଁ। ପାରାମାନଙ୍କ ପର ଓ ମଳ ଜୀବାଣୁ ଓ ପରଜୀବୀ ସଂକ୍ରମଣ ବହନ କରି ଆଲର୍ଜିକ୍ ପ୍ରତିକ୍ରିୟା ଓ ଗମ୍ଭୀର ଫୁସ୍‌ଫୁସ୍‌ ରୋଗ ସୃଷ୍ଟି କରିପାରେ। 

ମୁମ୍ବାଇ ସହରରେ ପାରାମାନଙ୍କୁ ଖାଇବାକୁ ଦେବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏହି ନିରୀହ ପକ୍ଷୀଟି କିପରି ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି ତାହା ଜଣାପଡ଼ିଛି।

ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ଗବେଷଣା ଅନୁଯାୟୀ, ପାରାମାନଙ୍କ ନିକଟରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ପାରାର ମଳ ଆସ୍ପରଗିଲସ୍ ଭଳି କ୍ଷତିକାରକ କବକକୁ ଆଶ୍ରୟ ଦେଇଥାଏ, ଯାହା ପ୍ରଶ୍ବାସ ନେବା ସମୟରେ ହିଷ୍ଟୋପ୍ଲାଜମୋସିସ୍ ସୃଷ୍ଟି କରି ବାର୍ଡ ବ୍ରିଡର୍ସ ଲଙ୍ଗ୍‌ ବା ହାଇପରସେନ୍ସିଟିଭ୍‌ ନିଉମୋନିଟିସ୍‌ ଭଳି ଗମ୍ଭୀର ଫୁସ୍‌ଫୁସ୍‌ ଅବସ୍ଥା ସୃଷ୍ଟି କରେ। ଚିକିତ୍ସା କରା ନଗଲେ କିମ୍ବା ବିଳମ୍ବରେ ରୋଗ ନିର୍ଣ୍ଣୟ ହେଲେ, ତାହା ସ୍ଥାୟୀ ଫୁସ୍‌ଫୁସ୍‌ ଫାଇବ୍ରୋସିସ୍ ଆଡ଼କୁ ଗତି କରିପାରେ, ଯାହା ଶ୍ୱାସକ୍ରିୟାକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ। ତଥାପି, ଲକ୍ଷଣ ଆରମ୍ଭ ହେବାର ଛଅ ସପ୍ତାହ ମଧ୍ୟରେ ପ୍ରାରମ୍ଭିକ ଚିହ୍ନଟ ସହ ଚିକିତ୍ସା କରାଗଲେ ପରିସ୍ଥିତିରେ ସୁଧାର ଆସିପାରିବ। 

ତେଣୁ ଦୀର୍ଘକାଳୀନ କ୍ଷତିକୁ ରୋକିବା ପାଇଁ ପାରା ସହିତ ଜଡ଼ିତ ବିପଦ ବିଷୟରେ ସଚେତନ ରହିବା ଜରୁରି। ଘରର ବାଲକୋନି ଓ ଆଖପାଖ ଅଞ୍ଚଳଗୁଡ଼ିକୁ ପାରା ରହିତ କରିବାକୁ ପଲ୍ମୋନୋଲୋଜିଷ୍ଟମାନେ  ପରାମର୍ଶ ଦେଉଛନ୍ତି। ମୁମ୍ବାଇରେ, ଅନେକ ରେସିଡେଣ୍ଟ ୱେଲଫେୟାର୍ ଆସୋସିଏସନ୍ ବାଲକୋନିକୁ ଆବୃତ୍ତ ରଖିବା ଏବଂ ସମ୍ଭାବ୍ୟ ପାରା ପ୍ରଜନନ ସ୍ଥାନଗୁଡ଼ିକୁ ଦୂର କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଅନୁସରଣଯୋଗ୍ୟ। ପାରା ମଳ ସଫା କରିବା ସମୟରେ କ୍ଷତିକାରକ କଣିକା ଆଘ୍ରାଣ କରିବାରୁ ରକ୍ଷା ପାଇବା ପାଇଁ ଏନ୍‌୯୫ ମାସ୍କ ଏବଂ ଗ୍ଲୋଭ୍‌ସ ବ୍ୟବହାର କରନ୍ତୁ। ପାରା ବିଷ୍ଠା ଓ ଜୀବାଣୁକୁ ଦୂର କରିବା ପାଇଁ ବ୍ଲିଚ୍ କିମ୍ବା ଫିନାଇଲ୍‌ ଦ୍ବାରା ଚଟାଣ ସଫା କରନ୍ତୁ। ପାଣି ଟାଙ୍କି ଓ ଅନ୍ୟାନ୍ୟ ଲୁକ୍କାୟିତ ସ୍ଥାନଗୁଡ଼ିକରେ ପାରା ବସା ଯାଞ୍ଚ କରନ୍ତୁ ଏବଂ ଖୋଲା ସଂକୀର୍ଣ୍ଣ ସ୍ଥାନକୁ ସିଲ୍ କରିଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe