ଯୁବ ଓ ମଧ୍ୟମ ବୟସ୍କ କରୋନା ଆକ୍ରାନ୍ତ ବିଶେଷ କରି ଷ୍ଟ୍ରୋକ୍‌ରେ ପ୍ରାଣ ହରାଉଛନ୍ତି: ଗବେଷଣା

ଯୁବ ଓ ମଧ୍ୟମ ବୟସ୍କ କରୋନା ଆକ୍ରାନ୍ତ ବିଶେଷ କରି ଷ୍ଟ୍ରୋକ୍‌ରେ ପ୍ରାଣ ହରାଉଛନ୍ତି: ଗବେଷଣା

washingtone post

ନୂଆଦିଲ୍ଲୀ: ସାରା ପୃଥିବୀରେ ନିଜ କାୟା ବିସ୍ତାର କରିଥିବା କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ବହୁ ଲୋକ ସୁସ୍ଥ ହେଉଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଯାଉଛି। ତେବେ, ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବା ଯୁବ ଏବଂ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ମୁଖ୍ୟତଃ ବ୍ରେନ୍‌ ଷ୍ଟ୍ରୋକ୍‌ ହେତୁ ହେଉଛି।

ଯଦିଓ ବ୍ରେନ୍‌ ଷ୍ଟ୍ରୋକ୍‌ ଏତେ କମ୍‌ ବୟସରୁ ହୋଇ ନଥାଏ; ମାତ୍ର ପ୍ରାୟ କରୋନା ଦ୍ବାରା ଆକ୍ରାନ୍ତମାନେ ପ୍ରାୟ ୩୦ରୁ ୪୦ ବର୍ଷ ଭିତରେ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇ ପ୍ରାଣ ହରାଉଛନ୍ତି ବୋଲି ଜାଣିବାକୁ ମିଳିଛି।

ଏପରିକି ଚୀନର ଉହାନରୁ ପ୍ରକାଶ ପାଇଥିବା ଏକ ତଥ୍ୟରୁ ବି ଜାଣିବାକୁ ମିଳିଥିଲା ଯେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅନେକ ଗୁରୁତର କରୋନା ଆକ୍ରାନ୍ତଙ୍କର ଷ୍ଟ୍ରୋକ୍‌ ହେତୁ ପ୍ରାଣ ଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏ ନେଇ ଅନେକ ଗବେଷଣା ହୋଇଥିବା ବେଳେ କରୋନା ମୁଖ୍ୟତଃ ବୟସ୍କ ବ୍ୟକ୍ତିଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି ବୋଲି ଜାଣିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe