ହୃତ୍‌ସ୍ପନ୍ଦନ ଦ୍ବାରା ଖୋଲିବ ଆଇଫୋନ୍‌

Advertisment
ହୃତ୍‌ସ୍ପନ୍ଦନ ଦ୍ବାରା ଖୋଲିବ ଆଇଫୋନ୍‌

ସ୍କ୍ରିନ୍‌ ଲକ୍‌ ହୋଇ ଥିବା କୌଣସି ସ୍ମାର୍ଟଫୋନ୍‌କୁ ଅନ୍‌ଲକ୍‌ କରିବାକୁ ହେଲେ ଆମକୁ ପାସ୍‌ଵାର୍ଡ, ପିନ୍‌‌ ବା ଏକ ନିର୍ଦ୍ଦିଷ୍ଟ ଶୈଳୀର ରେଖାଚିତ୍ର ଆଙ୍କିବାକୁ ହୋଇଥାଏ। ଆଜିକାଲି ବ୍ୟବହାରକାରୀଙ୍କ ମୁହଁରେ ମଧ୍ୟ ଫୋନ୍‌ ଅନ୍‌ଲକ୍‌ ହେଉଛି। ତେବେ ଫୋନ୍‌କୁ ଅଧିକ ସୁରକ୍ଷିତ ତଥା ବ୍ୟବହାରଯୋଗ୍ୟ କରିବା ଲାଗି ମାଲିକଙ୍କ ହୃତ୍‌ସ୍ପନ୍ଦନ ଶୈଳୀକୁ ଉପଯୋଗ କରାଯିବା କଥା କୌଣସି କାଳ୍ପନିକ ବିଜ୍ଞାନ ଉପକଥା ପରି ଲାଗିପାରେ। ମାତ୍ର ନିକଟ ଭବିଷ୍ୟତରେ ଆପଲ୍‌ କମ୍ପାନି ତାହାର ଆଇଫୋନ୍‌ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମରେ ସେଭଳି ଏକ ନୂତନ ବୈଶିଷ୍ଟ୍ୟ ଖଞ୍ଜିବ ବୋଲି ଘୋଷଣା କରିଛି। ସେଥିପାଇଁ କମ୍ପାନି ପାଟେଣ୍ଟ୍‌ ମଧ୍ୟ ହାସଲ କରିସାରିଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରତ୍ୟେକ ବ୍ୟକ୍ତିର ନିର୍ଦ୍ଦିଷ୍ଟ ତଥା ସ୍ବତନ୍ତ୍ର ହୃତ୍‌ସ୍ପନ୍ଦନ ଶୈଳୀ ରହିଛି, ଯାହାକୁ ଏକ ଜୈବିକ ଚିହ୍ନଟକାରୀ ଭାବେ ବ୍ୟବହାର କରାଯାଇପାରିବ। ଆଇଫୋନ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ହାତରେ ଧରିବା ମାତ୍ରେ ତାହା ଅଙ୍ଗୁଳିରୁ ସୂକ୍ଷ୍ମ ହୃତ୍‌ସ୍ପନ୍ଦନ ବାରିନେବ ଏବଂ ତାହା ସର୍ବନିିମ୍ନ ସମୟରେ ଅନ୍‌ଲକ୍‌ ହୋଇଯିବ। ଏହି ନୂଆ ଫିଚର୍‌ ବଳରେ ଜଣେ ବ୍ୟବହାରକାରୀ ନିଜର ହୃତ୍‌ସ୍ପନ୍ଦନ ମାଧ୍ୟମରେ ଆଇଫୋନ୍‌ ଉପରେ ମାଲିକାନା ଜାହିର କରିପାରିବେ। ହୃଦ୍‌ସ୍ପନ୍ଦନ ମାପିବା ପାଇଁ କମ୍ପାନି ତାହାର ସ୍ମାର୍ଟଵାଚ୍‌ରେ ଯେଉଁ ଇସିଜି (ଇଲେକ୍ଟ୍ରୋକାର୍ଡିଓଗ୍ରାମ୍‌) ଜ୍ଞାନକୌଶଳ ଖଞ୍ଜିଛି, ତାହାକୁ ଆଇଫୋନ୍‌ରେ ମଧ୍ୟ ଉପଯୋଗ କରିବାକୁ ଯାଉଛି। ପଟେଣ୍ଟ୍‌ ଅନୁଯାୟୀ, ଏହି ସରଞ୍ଜାମ ହୃତ୍‌କ୍ରିୟା ଓ ହୃତ୍‌-ବୈଦ୍ୟୁତିକ ସଂକେତରୁ ତାହା ନିର୍ଦ୍ଦିଷ୍ଟ ବ୍ୟବହାରକାରୀର ବୋଲି ସୁନିଶ୍ଚିତ ହୋଇଥାଏ। ପୂର୍ବରୁ ଆପଲ୍‌ ସ୍ମାର୍ଟଵାଚ୍‌ରେ ଏହି ଜ୍ଞାନକୌଶଳ ବିନିଯୋଗ ହୋଇଥିବା ବେଳେ କମ୍ପାନି ତାହାକୁ ଆଇଫୋନ୍‌ ଓ ଅନ୍ୟାନ୍ୟ ସରଞ୍ଜାମରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe