Twitter/ Andrea Jones
ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଅନେକ ଭଲ ଗୁଣ ଭିତରୁ ଶିଶୁଙ୍କୁ ଶ୍ରଦ୍ଧା କରିବା ଅନ୍ୟତମ। ନିକଟରେ ଓବାମାଙ୍କର ଭାଇରାଲ୍ ହୋଇଥିବା ଏକ ଭିଡିଓ ଅନେକଙ୍କୁ ପସନ୍ଦ ଆସିଛି। ଓବାମା ଏକ ୩ ବର୍ଷୀୟା କୁନି ଝିଅକୁ ନିଜ ହାତରେ ଧରି ଗେହ୍ଲା କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି।
୨୫ ସେକେଣ୍ଡ୍ର ଏହି ଭିଡିଓକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି ଆନ୍ଦ୍ରିଆ ଜୋନ୍ସ। ସେ ଭିଡିଓଟଟିକୁ ସେୟାର୍ କରି ଲେଖିଛନ୍ତି, ‘ରାଷ୍ଟ୍ରପତି ଓବାମା ହୱାଇରେ ଗଲ୍ପ ଖେଳୁଥିଲେ। ଏହି ସମୟରେ ତାଙ୍କ ନଜରକୁ ମୋ ଝିଆରୀ ରେଲି ଆସିଥିଲା, ତାକୁ ଦେଖି ସେ ଧରିବାକୁ କହିଲେ।’
ଭିଡିଓରେ ଦେଖିବାକୁ ମିଳିଛି ଯେ ଓବାମା ସାମ୍ନାରୁ ଚାଲି ଚାଲି ଆସୁଛନ୍ତି। କୁନି ପିଲାଟିକୁ ତା’ର ମାଆ କୋଳରେ ଧରିଥିବା ଦେଖିବା ପରେ ସେ ପଚାରୁଛନ୍ତି, ‘ଏ କୌତୂକିଆ ଶିଶୁଟି କିଏ?’ଯାହାର ଉତ୍ତରରେ ଶିଶୁଟିର ମାଆ କହୁଛନ୍ତି, ‘ତା ନାଁ ରେଲି’।
ତା’ପରେ ଓବାମା ଶିଶୁଟିକୁ ନିଜ ହାତକୁ ନେଇ କହୁୁଛନ୍ତି, ‘ହାଏ ରେଲି। ସତରେ ତୁମେ ଖୁବ୍ କୌତୂକିଆ ହୋଇଛି।’ ଏପରି କହିବା ସହ ଓବାମା ଶିଶୁଟିକୁ ନିଜ ବାହୁରେ ନେବା ସହ ତା’ କପାଳରେ ସ୍ନେହରେ ଚୁମ୍ବନ ଦେଉଛନ୍ତି।
ଶେଷରେ ସେ ରେଲିର ମାଆକୁ ଅଭିନନ୍ଦନ ଜଣାଉଛନ୍ତି। ଏହି ଭିଡିଓଟି ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ପରେ ବ୍ୟବହାରକାରୀମାନେ ଓବାମାଙ୍କ ପ୍ରତି ନିଜର ସ୍ନେହ-ସମ୍ମାନ ଜଣାଇବାରେ ଲାଗିଛନ୍ତି।
Follow Us