ଗୋଟିଏ ହାତରେ ଛତା ଅନ୍ୟଟିରେ ତଲୱାର୍‌, କାର୍ ଉପରେ ଦି‌ଶିଲେ ରାବଣ

Advertisment
ଗୋଟିଏ ହାତରେ ଛତା ଅନ୍ୟଟିରେ ତଲୱାର୍‌, କାର୍ ଉପରେ ଦି‌ଶିଲେ ରାବଣ

www.aajtak.in

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇ ଦଶହରା ବଜାର ଏକଦମ ମାନ୍ଦା ପଡ଼ିଛି। ଗୋଣ୍ଡାଠାରେ ଏହି ବର୍ଷା ହେତୁ ଅନେକ ସ୍ଥାନରେ ରାବଣ ପୋଡ଼ି ହୋଇ ପାରିନାହିଁ। ମାତ୍ର ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି ଏକ ମଜାଦାର ଦୃଶ୍ୟ।

ସ୍ଥାନୀୟ ରାମଲୀଳା ପଡ଼ିଆରେ ପାଣି ଜମି ଯିବାରୁ ଏକ ନୂଆ ଅନ୍ଦାଜରେ ରାମ-ରାବଣ ଯୁଦ୍ଧ ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ପଡ଼ିଆରେ ପହଞ୍ଚିବାକୁ ରାବଣ ଏକ ଫଚୁର୍ନର୍‌ ଗାଡ଼ି ଉପରେ ବସି ଯାଇଥିଲେ।

ଦୃଶ୍ୟଟି ଥିଲା ଏପରି, ରାସ୍ତାରେ ଚାଲୁଥିଲା କାର୍‌। କାର୍‌ ଉପରେ ଦିଶିଥିଲେ ରାବଣ ପୋଷାକରେ ସଜ୍ଜିତ ହୋଇଥିବା ବ୍ୟକ୍ତି ଜଣକ। ତାଙ୍କ ହାତରେ ଥିଲା ଛତା ଓ ଅନ୍ୟ ହାତରେ ଥିଲା ତଲୱାର୍‌। ପ୍ରବଳ ବର୍ଷା ହେଉଥିବା ବେଳେ ଛତା ଓ ତଲୱାର୍‌ ଧରି ରାବଣକୁ ରାସ୍ତାରେ ଯାଉଥିବାର ଦୃଶ୍ୟ ଲୋକେ ଦେଖିବାକୁ ପାଇଥିଲେ।

ଏହି ଦୃଶ୍ୟଟି ହେଉଛି ସ୍ଥାନୀୟ ପନ୍ତନଗରର। ବର୍ଷା ଭିତରେ ବି ଦେଖିବାକୁ ମିଳିଥିଲା ରାମ-ରାମଣ ଯୁଦ୍ଧ। ଅବଶ୍ୟ ପଡ଼ିଆ ଭିତରେ ବହୁତ କମ୍‌ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ଏହି ଯୁଦ୍ଧର ଭିଡିଓକୁ ସୋସିଆଲ୍‌ ମିଡିଆରେ ଅନେକ ଲୋକ ଦେଖି ସାରିଲେଣି।

ଏହି ରାମଲୀଳା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ୟୁପିରେ ପ୍ରାୟ ୩୨ଟି ସ୍ଥାନରେ ରାବଣ ପୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମାତ୍ର ସକାଳୁ ବର୍ଷା ଲାଗି ରହିଥିବା କାରଣରୁ ଏହି କାର୍ଯ୍ୟକ୍ରମ ସବୁ ସଫଳ ହୋଇ ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe