୭ବର୍ଷ ହେବ ଜାତୀୟ ପତକାକୁ ସ୍ୟାଲୁଟ କରିବା ପାଇଁ ବିଧାନଭବନ ଆସନ୍ତି ଏହି ବ୍ୟକ୍ତି

୭ବର୍ଷ ହେବ ଜାତୀୟ ପତକାକୁ ସ୍ୟାଲୁଟ କରିବା ପାଇଁ ବିଧାନଭବନ ଆସନ୍ତି ଏହି ବ୍ୟକ୍ତି
ଲକ୍ଷ୍ମୌ: ପ୍ରତିଦିନ ଜଣେ ବ୍ୟକ୍ତି ଲକ୍ଷ୍ମୌ ବିଧାନଭବନ ଗେଟ ସମ୍ମୁଖକୁ ଆସି କାହାରିକୁ କିଛି ନକହି ଜାତୀୟ ପତକାକୁ ସ୍ୟାଲୁଟ କରି ଜାତୀୟ ସଙ୍ଗୀତଗାନ କରିଥାଆନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି ହିରାଲାଲା। ପ୍ରତିଦିନ ସକାଳ ୯.୩୦ ହେବା ମାତ୍ରେ ହିରାଲାଲ ବିଧାନଭବନ ସମ୍ମୁଖରେ ପହଞ୍ଚି ଜାତୀୟ ପତକାକୁ ସ୍ୟାଲୁଟ ମାରିବା ସହିତ ‘ଜନ ଗନ ମନ...’ ଗାନ କରିଥାଆନ୍ତି। 
 
ହାଓ୍ଵଡାରେ ଏକ ଛୋଟିଆରେ ଗ୍ରାମରେ ବସବାସ କରୁଥିବା ହିରାଲାଲ ଚାକିରି ପାଇଁ ୨୦୧୦ମସିହାରେ ଲକ୍ଷ୍ମୌ ଆସିଥିଲେ। ସେବେଠାରୁ କାମକୁ ଯିବା ପୂର୍ବରୁ ସେ ପ୍ରଥମେ ବିଧାନଭବନ ପରିସରରେ ଥିବା ଜାତୀୟ ପତାକକୁ ସ୍ୟାଲୁଟ ମାରିବା ସହିତ ଜାତୀୟ ସଙ୍ଗୀତ ଗାନ କରିଥାଆନ୍ତି। ପ୍ରଥମେ ପ୍ରଥମେ ଏପରି କରିବା ସମୟରେ ଅନେକ ପୁଲିସ କର୍ମୀ ତାଙ୍କର ଏଭଳି କାର୍ଯ୍ୟ ଦେଖି ହଇରାଣ ହେଉଥିଲେ, ପରେ ଭଲ କାର୍ଯ୍ୟ ହିରାଲାଲ କରୁଛନ୍ତି ବୋଲି କହିଥିଲେ।
 
ହିରାଲାଲ ଏକ ହେଟେଲରେ କାମ କରନ୍ତି। ତାଙ୍କୁ ଲୋକମାନେ ବଙ୍ଗାଳି ବାବାଙ୍କ ନାମରେ ଚିହ୍ନି ଥାଆନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ଦେଶଭକ୍ତିର ଭାବନାକୁ ଜାଗୃତ କରିବା ପାଇଁ  ହିରାଲାଲ ଏପରି କରିଥାଆନ୍ତି। ହିରାଲାଲ କହନ୍ତି, ‘ମୁଁ ମୋ ଦେଶକୁ ବହୁତ ଭଲ ପାଏ, ମୁଁ ଚାହେଁ ଆମକୁ ବହୁ ସଂଘର୍ଷ ପରେ ଯେଉଁ ସ୍ୱତନ୍ତ୍ରତା ମିଳିଛି ତାହାକୁ ଆମେ ଆଦର କରିବା ଉଚିତ।’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe