ମନ ଦେଲେ, ବିବାହ ବି କଲେ: ପ୍ରେମ ଆଗରେ ଫିକା ପଡ଼ିଲା ଶାରୀରିକ ଅସମାନତା

Advertisment
ମନ ଦେଲେ, ବିବାହ ବି କଲେ: ପ୍ରେମ ଆଗରେ ଫିକା ପଡ଼ିଲା ଶାରୀରିକ ଅସମାନତା

ନୂଆଦିଲ୍ଲୀ: କଥାରେ ଅଛି ପ୍ରେମରେ ସବୁ ସମ୍ଭବ। ପ୍ରେମ ମାନେନା ଉଚ୍ଚ-ନୀଚ, ଧନୀ-ଗରିବ କି ସୁନ୍ଦର ଅସୁନ୍ଦରର ତାରତମ୍ୟ। ଦୁଇ ମନ ମିଶିଗଲେ ଲେଖା ହୁଏ ପ୍ରେମ କାହାଣୀ। ପୂର୍ବରୁ ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ। ଆଜି ଆମେ କହୁଛୁ ଏକ ନିଆରା ପ୍ରେମୀ ଯୁଗଳଙ୍କ ବିଷୟରେ।

ଯେଉଁଠି ଜଣେ ଡେଙ୍ଗୀ ଯୁବତୀ ପଡ଼ିଛନ୍ତି ୩.୭ ଇଞ୍ଚର ଜଣେ ଯୁବକଙ୍କ ପ୍ରେମରେ। କେବଳ ସେତିକି ନୁହେଁ, ଯୁବତୀ ଜଣଙ୍କ ତାଙ୍କ କମ୍ ଉଚ୍ଚତା ବିଶିଷ୍ଟ ପ୍ରେମିକଙ୍କୁ ବିବାହ କରି ଘର ସଂସାର ବି କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଯୁବତୀଙ୍କ ଉଚ୍ଚତା ୫ ଫୁଟ୍ ୪ ଇଞ୍ଚ୍। ଏହି ଦମ୍ପତି ବିବାହ ପରେ ଉଚ୍ଚତା କ୍ଷେତ୍ରରେ ସବୁଠାରୁ ଅଧିକ ବ୍ୟବଧାନ ଥିବା ଯୋଡ଼ି ଭାବେ ଗିନିଜ ରେକର୍ଡ କରିଛନ୍ତି।

ଏହି ଦମ୍ପତିଙ୍କ ନାମ ଜେମସ୍ ଲଷ୍ଟେଡ୍ ଓ ସାମନ୍ଥା ଲାଷ୍ଟେଡ୍। ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ। ଲଷ୍ଟେଡ୍ ଦମ୍ପତି ଲଣ୍ଡନର ବାସିନ୍ଦା। ଜେମ୍ସଙ୍କ ବୟସ ୩୩। ସେ ବୃତ୍ତିରେ ଜଣେ ଅଭିନେତା ଓ ଉପସ୍ଥାପକ। ସେହିପରି ତାଙ୍କ ପତ୍ନୀ ସାମନ୍ଥାଙ୍କୁ ୨୯ ବର୍ଷ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ।

ଶାରୀରିକ ଅସମାନତା ସତ୍ତ୍ୱେ ବି ଦୁହିଙ୍କ ମଧ୍ୟରେ ଉତ୍ତମ ଭଲପାଇବା ରହିଛି ଓ ସେମାନେ କହନ୍ତି ଯେ ପ୍ରେମ କିଛି ବି କରାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe