ଏହି ମନ୍ଦିରରେ ହନୁମାନଙ୍କ ଓଲଟା ମୂର୍ତ୍ତି ପୂଜା ହୁଅନ୍ତି

Advertisment
ଏହି ମନ୍ଦିରରେ ହନୁମାନଙ୍କ ଓଲଟା ମୂର୍ତ୍ତି ପୂଜା ହୁଅନ୍ତି

speakingtree

ଆପଣ ହନୁମାନଙ୍କର ବସିବା ବା ଛିଡା ହୋଇଥିବା ମୂର୍ତ୍ତି ଦେଖିଥିବେ । ହେଲେ ଓଲଟା ମୂର୍ତ୍ତି କେବେ ଦେଖି ନ ଥିବେ । ଇନ୍ଦୋରର ଏକ ମନ୍ଦିରରେ ଏହିପରି ଓଲଟା ଥିବା ଏକ ମୂର୍ତ୍ତି ରହିଛି । ଏହି ମନ୍ଦିର ଇନ୍ଦୋରର ସାଁବରେ ନାମକ ସ୍ଥାନରେ ଅବସ୍ଥିତ । କୁହାଯାଏ, ଏହି ମନ୍ଦିର ରାମାୟଣ ସମୟର । ହନୁମାନଙ୍କର ଅନ୍ୟ ସବୁ ମନ୍ଦିରରୁ ଏହି ମନ୍ଦିର ଭିନ୍ନ ଅଟେ ।

କୁହାଯାଏ କି ରାମାୟଣ କାଳରେ ଭଗବାନ ଶ୍ରୀରାମ ଏବଂ ରାବଣଙ୍କର ଯୁଦ୍ଧ ସମୟରେ ଅହିରାବଣ ନିଜର ରୂପ ବଦଳାଇ ରାମଙ୍କ ସେନାରେ ମିଶିଗଲା ଏବଂ ଯେତେବେଳେ ରାତ୍ରି ହୋଇଗଲା ଓ ସମସ୍ତ ସୈନ୍ୟ ଶୋଇପଡ଼ିଥିଲେ, ଅହିରାବଣ ନିଜର ତନ୍ତ୍ର ଶକ୍ତି ବଳରେ ରାମ ଓ ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ କରିି ତାଙ୍କୁ ଅପହରଣ କରିନେଇଥିଲେ । ସେ ରାମ-ଲକ୍ଷ୍ମଣଙ୍କୁ ପାତାଳ ଲୋକକୁ ନେଇଗଲା ଏବଂ ବାନର ସେନାଙ୍କୁ ଏହି ବିଷୟରେ ଜଣାପଡିବାରୁ ଚାରିଆଡେ ଭୟର ବାତାବରଣ ଖେଳିଗଲା। ଏହାପରେ ହନୁମାନ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ଖୋଜି ଖୋଜି ପାତାଳ ଲୋକରେ ପହଞ୍ଚିଗଲେ ଏବଂ ଅହିରାବଣକୁ ବଧ କରି ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ମୁକ୍ତ କଲେ। ବିଶ୍ୱାସ ରହିଛି ଏହି ସ୍ଥାନରେ ହନୁମାନ ପାତାଳକୁ ଯାଇଥିଲେ । ତେଣୁ ତାଙ୍କ ପାଦ ଆକାଶ ଆଡକୁ ଏବଂ ମୁଣ୍ଡ ଧରିତ୍ରୀ ଦିଗରେ ଥିଲା, ସେଥିପାଇଁ ଇନ୍ଦୋରର ଅଞ୍ଚଳର ଏହି ମନ୍ଦିରରେ ତାଙ୍କୁ ଓଲଟା ପୂଜା କରାଯାଉଛି ।

ଏହି ମନ୍ଦିରକୁ ଯଦି କେହି ବ୍ୟକ୍ତି ତିନି ବା ପାଞ୍ଚ ମଙ୍ଗଳବାର ଲଗାତର ଭଗବାନଙ୍କ ଦର୍ଶନ ପାଇଁ ଆସୁଥାଏ, ତା’ର ସବୁ ସମସ୍ୟା ଦୂର ହୋଇଯାଏ ବୋଲି ବିଶ୍ୱାସ ପ୍ରଚଳିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe