ତରଭୁଜ ବିକ୍ରି କରି କିଣି ପାରିବେ ମହଙ୍ଗା ଗାଡ଼ି, ଘର: ଏଠି ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କିଣନ୍ତି ତରଭୁଜ

Advertisment
ତରଭୁଜ ବିକ୍ରି କରି କିଣି ପାରିବେ ମହଙ୍ଗା ଗାଡ଼ି, ଘର: ଏଠି ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କିଣନ୍ତି ତରଭୁଜ

rochakpost.com

ଖରାଦିନରେ ସବୁଠାରୁ ମନପସନ୍ଦ ଫଳ ତରଭୁଜ ହୋଇଥାଏ। ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ତରଭୁଜ ଶସ୍ତା ମଧ୍ୟ ହୋଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ତରଭୁଜକୁ ବିକ୍ରିକରି ଆପଣ ମହଙ୍ଗା ଗାଡ଼ି କିଣିବା ସହ ଘର ମଧ୍ୟ କଣିପାରିବେ । ବର୍ତ୍ତମାନ କିଛି ଦିନ ପୂର୍ବେ ଜାପାନରେ ଏପରି ଏକ ଘଟଣା ସମ୍ନାକୁ ଆସିଛି।

publive-image rochakpost.com

ଜାପାନରେ ଏକ ସ୍ଥାନରେ ଦୁଇଟି ତରଭୁଜକୁ ୨୯,୩୦୦ ଡ଼ଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୯. ୮୪ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଭାରତରେ ଗୋଟିଏ ତରଭୁଜକୁ ଅଧିକରୁ ଅଧିକ ୧୦୦ ଟଙ୍କା କିଲୋରେ ବିକ୍ରି କରାଯାଉଥିବା ବେଳେ ଜାପାନରେ ଏହାଠାରୁ ୨୦ ଗୁଣରୁ ଅଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏତେ ମହଙ୍ଗା ତରଭୁଜ ବିକ୍ରି ହେବାର କାରଣ ଏଠାରେ ଚାଷୀମାନେ ଭିନ୍ନଭିନ୍ନ ଆକୃତିର ତରଭୁଜ ଚାଷ କରିଥାନ୍ତି । ସାଧାରଣତଃ ତରଭୁଜର ଆକୃତି ଗୋଲାକାର ହୋଇଥିବା ବେଳେ ଜାପାନରେ ତ୍ରିଭୁଜାକାର , ଚର୍ତୁଭୂଜାକାର ଏବଂ ହୃଦୟ ଆକୃତି ସଦୃଶ ତରଭୁଜ ଚାଷ କରାଯାଇଥାଏ। ଯାହାକୁ ଚାଷୀମାନେ ଗୋଟା ପ୍ରତି ୫୦ରୁ ୬୦ ହଜାର ଦରରେ ବିକ୍ରି କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe