ନିଜ ମୋବାଇଲ୍‌ ନମ୍ବରକୁ ଲୁଚାଇ କରନ୍ତୁ କଲ୍‌, ଟ୍ରୁ କଲର୍‌ରେ ବି ଦେଖାଯିବ ନାହିଁ ଆପଣଙ୍କ ଅରିଜିନାଲ୍‌ ନମ୍ବର!

Advertisment
ନିଜ ମୋବାଇଲ୍‌ ନମ୍ବରକୁ ଲୁଚାଇ କରନ୍ତୁ କଲ୍‌, ଟ୍ରୁ କଲର୍‌ରେ ବି ଦେଖାଯିବ ନାହିଁ ଆପଣଙ୍କ ଅରିଜିନାଲ୍‌ ନମ୍ବର!

IndyCall ନାମକ ଏହି ଆପ୍‌କୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଆପଣଙ୍କ ସ୍ମାର୍ଟ୍‌ଫୋନ୍‌ରେ ଇନ୍‌ଷ୍ଟଲ୍‌ କରି ଯଦି କାହାକୁ କଲ୍‌ କରନ୍ତି, ତା’ହେଲେ ଆପଣଙ୍କ ଅରିଜିନାଲ୍‌ ନମ୍ବରକୁ ଲୁଚାଇ ପାରିବେ। ଯାହାକୁ ଯେତେ ଥର କଲ୍‌ କଲେ ମଧ୍ୟ ପ୍ରତି କଲ୍‌ରେ ଆପଣଙ୍କ ନମ୍ବରରୁ ଭିନ୍ନ ଏକ ନୂଆ ନମ୍ବର କଲ୍‌ ସେ ଲୋକଙ୍କ ମୋବାଇଲ୍‌ରେ ଦେଖାଯିବ। ଜାଣନ୍ତୁ ଆପ୍‌କୁ ବ୍ୟବହାର କରି କେମିତିକଲ୍‌ କରିବେ....

publive-image publive-image

ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ‘IndyCall - Free calls to India’ ଆପ୍‌କୁ ଫ୍ରି’ରେ ଡାଉନ୍‌ଲୋଡ୍‌ କରନ୍ତୁ। ଏଥିପାଇଁ ଆପଣଙ୍କ ମୋବାଇଲ୍‌ରେ 60 MB ସ୍ପେସ୍‌ ଦରକାର।
publive-image
ଆପ୍‌କୁ ଓପନ କରିବା ପରେ କିଛି ଏକ୍ସେସ୍‌ ଆସିବ, ତା’କୁ ପଢ଼ିବା ପରେ ହିଁ Allow କରନ୍ତୁ। ଏଥର ଆଉ ଗୋଟିଏ ଓ୍ଵିଣ୍ଡୋରେ ଡାଏଲର୍‌ ଖୋଲିବ।
publive-image
ଡାଏଲର୍‌ରେ ଡାଏଲ୍‌ପେଡ୍‌ ସହିତ କଣ୍ଟାକ୍ଟ୍‌ସ୍‌ ଓ ରିସେଣ୍ଟ୍‌ କଲିଙ୍ଗ୍‌ର ଅପ୍‌ସନ୍‌ ମଧ୍ୟ ରହିଥିବ। ବର୍ତ୍ତମାନ ଆପଣ କଣ୍ଟାକ୍ଟ୍‌ସ୍‌କୁ ଯାଇ ଯେ କୌଣସି ନମ୍ବରକୁ କଲ୍‌ କରିପାରିବେ।
publive-image
କଲ୍‌ କରୁଥିବା ସମୟରେ ବିଜ୍ଞାପନ ବି ଆସିପାରେ; ଚାହିଁଲେ ତାକୁ ସ୍କିପ୍‌ କରିଦେଇ ପାରିବେ। ନମ୍ବର ଡାଏଲ୍‌ ହେଲା ପରେ ଲାଉଡ୍‌ ସ୍ପିକର୍‌ ଅନ୍‌ କରିବା ପାଇଁ ଅପ୍‌ସନ୍‌ ମଧ୍ୟ ଆସିବ।
publive-image
ଆପ୍‌ ମାଧ୍ୟମରେ ଯାହାକୁ କଲ୍‌ କରିବେ, ତାଙ୍କ ସ୍କ୍ରିନ୍‌ରେ ପ୍ରତି ଥର ଅଲଗା ଅଲଗା ନମ୍ବର ଦେଖାଦେବ। ଟ୍ରୁ କଲର୍‌ ବି ତାକୁ ସର୍ଚ୍ଚ କରିପାରିବ ନାହିଁ କି, ସେହି ନମ୍ବରକୁ ରିଟର୍ଣ୍ଣ କଲ୍‌ ମଧ୍ୟ କରାଯାଇ ପାରିବ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe