୧୬୦ ଫୁଟ୍‌ ଉଚ୍ଚତାରେ ନିଦ! ଜୀବନକୁ ଖାତିର ନାଇ, ବିପଦପୂର୍ଣ୍ଣ ଖୁଣ୍ଟିରେ ଶୋଇପଡ଼ିଲେ ବିଦ୍ୟୁତ୍‌ କର୍ମୀ

Advertisment
୧୬୦ ଫୁଟ୍‌ ଉଚ୍ଚତାରେ ନିଦ! ଜୀବନକୁ ଖାତିର ନାଇ, ବିପଦପୂର୍ଣ୍ଣ ଖୁଣ୍ଟିରେ ଶୋଇପଡ଼ିଲେ ବିଦ୍ୟୁତ୍‌ କର୍ମୀ

Photo Credit: YouTube

ବେଜିଂ: ଶ୍ରମିକମାନେ ଯେ କେବଳ କଠିନ ପରିଶ୍ରମ କରିଥାନ୍ତି ତାହା ନୁହେଁ, ଅନେକ ସମୟରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ସ୍ଥାନରେ ବି କାମ କରିବାର ଉଦାହରଣ ଦେଖିବାକୁ ମିଳେ। ଚୀନର ସେହିପରି ଜଣେ ଶ୍ରମିକଙ୍କ ବିଷୟରେ ଶୁଣିଲେ ଆପଣଙ୍କ ଲୋକମୂଳ ଟାଙ୍କୁରି ଉଠିବ!

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଚୀନର ଜଣେ ଶ୍ରମିକ ୧୬୦ ଫୁଟ୍‌ ଉଚତାରେ ଥିବା ଏକ ବିପଦପୂର୍ଣ୍ଣ ସରୁ ଲୁହା ଉପରେ ଶୋଇଛନ୍ତି। ଏହି ଭିଡିଓଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓଟି ଦେଖିବା ପରେ ଚୀନରେ କାମ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦକ୍ଷିଣ ଚୀନର ମର୍ଣ୍ଣି ପୋଷ୍ଟ୍‍ ରିପୋର୍ଟ ମୁତାବକ, ଭିଡିଓରେ ଭାଇରାଲ୍‌ ହୋଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବିଦ୍ୟୁତ୍‌ କର୍ମୀ। ଉପରେ ଶୋଇଥିବା ଅବସ୍ଥାରେ କିଛି ସମୟ ପାଇଁ ବ୍ୟକ୍ତି ଜଣକ ଘୁଙ୍ଗୁଡ଼ି ମାରୁଥିବାର ବି ଦେଖିବାକୁ ମିଳିଛନ୍ତି। ବ୍ୟକ୍ତି ଜଣଙ୍କର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କ ସଂପର୍କରେ ମଜାଦାର କଣ୍ଟେ୍‌ ସବୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe