ବିମାନରେ ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍‌

Advertisment

ଗତ ୨୨ ତାରିଖରୁ ବିମାନସେବା ପ୍ରଦାନକାରୀ ସଂସ୍ଥା କାତାର ଏଆର୍‌ଲାଇନ୍‌ସ ପକ୍ଷରୁ ଦୋହାରୁ ଲଣ୍ଡନ ଯାଉଥିବା ବୋଇଂ ୭୭୭ ବିମାନରେ ପ୍ରଥମ କରି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇଛି।

ଗତ ୨୨ ତାରିଖରୁ ବିମାନସେବା ପ୍ରଦାନକାରୀ ସଂସ୍ଥା କାତାର ଏଆର୍‌ଲାଇନ୍‌ସ ପକ୍ଷରୁ ଦୋହାରୁ ଲଣ୍ଡନ ଯାଉଥିବା ବୋଇଂ ୭୭୭ ବିମାନରେ ପ୍ରଥମ କରି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇଛି।

sfsfsff

ଗତ ୨୨ ତାରିଖରୁ ବିମାନସେବା ପ୍ରଦାନକାରୀ ସଂସ୍ଥା କାତାର ଏଆର୍‌ଲାଇନ୍‌ସ ପକ୍ଷରୁ ଦୋହାରୁ ଲଣ୍ଡନ ଯାଉଥିବା ବୋଇଂ ୭୭୭ ବିମାନରେ ପ୍ରଥମ କରି ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇଛି। ଏଥିପାଇଁ ଏଲନ୍‌ ମସ୍କଙ୍କ ସ୍ପେସ୍‌-ଏକ୍ସ ଦ୍ବାରା ବିକଶିତ ‘ଷ୍ଟାର୍‌ଲିଙ୍କ’ର ଅତ୍ୟାଧୁନିକ ପ୍ରଯୁକ୍ତିର ସାହାଯ୍ୟ ନିଆଯାଇଛି। ଉଲ୍ଲେଖନୀୟ ଯେ ଷ୍ଟାର୍‌ଲିଙ୍କ କମ୍ପାନି ପୃଥିବୀର ନିମ୍ନ କକ୍ଷପଥରେ ଘୂରୁଥିବା ଉପଗ୍ରହ ସମୂହ ଦ୍ବାରା ବିଭିନ୍ନ ଦେଶରେ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇ ଆସୁଛି। ତେବେ ବିମାନ ଯାତ୍ରା ବେଳେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବାରୁ ବଞ୍ଚିତ ଯାତ୍ରୀଙ୍କ ପାଇଁ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି। ଯଦିଓ ବିଭିନ୍ନ ଏଆର୍‌ଲାଇନ୍‌ କିଛି ବର୍ଷ ହେଲା ବିମାନ ଯାତ୍ରୀମାନଙ୍କୁ ଵାଇ-ଫାଇ ସେବା ପ୍ରଦାନ କରୁଛନ୍ତି, ତାହାର ବେଗ ଓ ନିର୍ଭରଶୀଳତା ଖୁବ୍ କମ୍।

ହେଲେ ଷ୍ଟାର୍‌ଲିଙ୍କ ସାଟେଲାଇଟ୍‌ ଜରିଆରେ ସିଧାସଳଖ ଦ୍ରୁତ ଇଣ୍ଟର୍‌ନେଟ୍‌ ସଂଯୋଗ ସୁବିଧା ଯୋଗାଇଦେବାକୁ ସକ୍ଷମ। ଭୂପୃଷ୍ଠରେ ଥିଲାବେଳେ ଯେମିତି ଇଣ୍ଟର୍‌ନେଟ୍‌ରେ ବିଭିନ୍ନ ବିଷୟବସ୍ତୁ ଖୋଜିବା ସହ ଅନ୍‌ଲାଇନ୍‌ ଗେମ୍‌ ଖେଳିବା, ବଡ଼ ଫାଇଲ୍‌କୁ ଅପ୍‌ଲୋଡ୍‌ କି ଡାଉନ୍‌ଲୋଡ୍‌ କରାଯାଇପାରୁଛି, ଏଣିକି ଭୂପୃଷ୍ଠରୁ ୩୫ ହଜାର ଫୁଟ୍‌ ଉଚ୍ଚରେ ଥାଇ ମଧ୍ୟ ଅନୁରୂପ ଭାବେ ସେସବୁ କାମ କରାଯାଇପାରିବ। ଏହି ସେବା ଦ୍ବାରା ସେକେଣ୍ଡ୍‌କୁ ୨୨୦ ମେଗାବିଟ୍‌ସ ଡାଉନ୍‌ଲୋଡ୍‌ ଓ ସେକେଣ୍ଡ୍‌କୁ ୮ରୁ ୨୫ ମେଗାବିଟ୍‌ସ ଯାଏ ଅପ୍‌ଲୋଡ୍‌ ବେଗ ହାସଲ କରିହେଉଛି। ଚଳିତବର୍ଷ ଶେଷ ସୁଦ୍ଧା ଆଉ ୧୨ଟି କାତାର ବିମାନରେ ଏହି ସେବା ମିଳିବ ଏବଂ ୨୦୨୫ ସୁଦ୍ଧା କାତାର ଏଆର୍‌ଲାଇନ୍‌ସର ସମସ୍ତ ବୋଇଂ ୭୭୭ ବିମାନରେ ଏହି ସେବା ଉପଲବ୍‌ଧ ହେବ ବୋଲି ଘୋଷଣା କରାଯାଇଛି। ଆଗକୁ ଆମେରିକା, ହାଵାଇ ଓ ଲାଟିଭିଆର ବିମାନଗୁଡ଼ିକରେ ମଧ୍ୟ ଏହି ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାକୁ ସ୍ପେସ୍‌ଏକ୍ସ ରାଜିନାମା ସ୍ବାକ୍ଷର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe