ପାଠପଢ଼ିଥିବା ସ୍କୁଲରେ ପହଞ୍ଚି ଉଠବସ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

Advertisment

ମଧ୍ୟପ୍ରଦେଶର ଶାଜାପୁରରୁ ଏକ ଅନନ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ପାଠପଢ଼ି୍‌ଥିବା ସ୍କୁଲରେ ପହଞ୍ଚି କାନ ଧରି ଉଠବସ ହୋଇଛନ୍ତି।

Updated On

ମଧ୍ୟପ୍ରଦେଶର ଶାଜାପୁରରୁ ଏକ ଅନନ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ପାଠପଢ଼ି୍‌ଥିବା ସ୍କୁଲରେ ପହଞ୍ଚି କାନ ଧରି ଉଠବସ ହୋଇଛନ୍ତି।

ଅଦ୍ୟତନ ହୋଇଛି
regter

ଶାଜାପୁର: ମଧ୍ୟପ୍ରଦେଶର ଶାଜାପୁରରୁ ଏକ ଅନନ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ଏକ ସ୍କୁଲରେ ପହଞ୍ଚି କାନ ଧରି ଉଠବସ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଶାଜାପୁର ଜିଲ୍ଲାର ଶୁଜାଲପୁରରେ ଥିବା ସିଲଏମ ରାଇଜ୍ ସ୍କୁଲରେ  ପୂର୍ବତନ ଛାତ୍ର ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଅନେକ ଶିଳ୍ପପତି, ଶିକ୍ଷକ, ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ।

ଏହି କ୍ରମରେ ମଧ୍ୟପ୍ରଦେଶର ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର ବି ପହଞ୍ଚିଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଶିଳ୍ପପତି, ଶିକ୍ଷକ, ଅବସରପ୍ରାପ୍ତ କର୍ମଚାରୀ  ଶ୍ରେଣୀଗୃହରେ ଟେବୁଲ ବାଡ଼େଇ ଗୀତ ଗାଇବା ସହିତ କାନ ଧରି ଉଠବସ ହୋଇ ଖୁବମଜା ମସ୍ତି କରିଥିଲେ।

ଶୁଜାଲପୁରରେ ପ୍ରଥମ ହାଇସ୍କୁଲ ୧୯୩୧ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହାକି ଲାଲ ସ୍କୁଲ ଭାବରେ ଜଣାଶୁଣା। ନିକଟରେ  ଏହି ସ୍କୁଲରେ ପୂର୍ବତନ ଛାତ୍ର ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ କେହି ବିଦ୍ୟାଳୟର ପାଠପଢ଼ା ଶେଷର ୬୭ ବର୍ଷ ପରେ ତ ଆଉ କେହି ୮୫ବର୍ଷ  ପରେ ଆସି ପହଞ୍ଚିଥିଲେ। ଏହି ସ୍ମରଣୀୟ କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ରମାନେ ବନ୍ଧୁମାନଙ୍କୁ ଭେଟିବା ପାଇଁ ବଙ୍କୁଲି ବାଡ଼ି  ସାହାଯ୍ୟରେ ଆସି ବି ପହଞ୍ଚିଥିଲେ। 

ଏହି ସମୟରେ ଶ୍ରେଣୀଗୃହରେ ଶିକ୍ଷକମାନଙ୍କ ଦ୍ୱାରା 'କାନ ଧରି ଉଠବସ'  ହେବା ଦଣ୍ଡକୁ ମନେ ପକାଇ ପୂର୍ବତନ ଛାତ୍ରମାନେ ଶିକ୍ଷକମାନଙ୍କ ନାମ ନେଇ ଅମର ରହେ ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe