ନଦୀ ମଝିରେ ରାଜପଥ!

Advertisment
ନଦୀ ମଝିରେ ରାଜପଥ!

YouTube

କୌଣସି ସଡ଼କ ବା ରାଜପଥ ନିର୍ମାଣ ବେଳେ ମଝିରେ ନଦୀନାଳ ପଡ଼ିଲେ, ଏପାରିରୁ ସେପାରିକୁ ଅତିକ୍ରମ କରିବା ଲାଗି ପୋଲ ନିର୍ମାଣ କରାଯାଇଥାଏ। ମାତ୍ର ଚୀନ୍‌ର ହୁବେଇ ପ୍ରଦେଶରେ ଏକ ନଦୀ ଗର୍ଭରେ ସମାନ୍ତରାଳ ଭାବେ ଏକ ରାଜପଥ ନିର୍ମିତ ହୋଇଛି। ବିଶେଷ କରି ନିର୍ମାଣ ପ୍ରକଳ୍ପରେ ଅଦ୍ଭୁତ କାରନାମା ଦେଖାଇବାରେ ପ୍ରବୀଣ ଚୀନୀ ଯନ୍ତ୍ରୀମାନେ ଝିଆଂକ୍ସି ନଦୀରେ ଏପରି ଏକ ସୁଦୃଶ୍ୟ ରାଜପଥ ନିର୍ମାଣ କରିଛନ୍ତି। ଚୀନ୍‌ର ଦକ୍ଷିଣପଶ୍ଚିମ ଦିଗରେ ସାଂଘାଇକୁ ଯାଇଥିବା ମୁଖ୍ୟ ରାଜପଥରେ ଗୁଫୁଜେନ୍‌ ଓ ଚେଙ୍ଗଡୁ ସହରକୁ ଯୋଗ କରୁଥିବା ଏହି ୪.୪ କି.ମି.ର ଝୁଲା ରାଜପଥ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି।

ତେବେ ଆଗରୁ ନଦୀ କୂଳେ କୂଳେ ବିକଳ୍ପ ରାସ୍ତା ରହିଥିବା ସତ୍ତ୍ବେ ନଦୀ ଗର୍ଭରେ ଉକ୍ତ ରାଜପଥ ନିର୍ମାଣ କରାଯିବା ପଛରେ ଏକ ଭିନ୍ନ କାରଣ ରହିଛି। ରାସ୍ତାରେ ଗହଳି କମାଇବା ପାଇଁ ପାହାଡ଼ ଅଞ୍ଚଳ ବାଟେ ସଂଖ୍ୟାଧିକ ସୁଡ଼ଙ୍ଗ ଖୋଳିବା ଓ ପାହାଡ଼ କାଟିବା ଅପେକ୍ଷା ନଦୀ ଭିତରେ ଏପରି ପୋଲ ରାସ୍ତା ଗଢ଼ିବାରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚ ବୋଲି ଚୀନୀ ଯନ୍ତ୍ରୀମାନେ ଆକଳନ କରିଥିଲେ। ଆଠ ବର୍ଷ ତଳେ ୪୪୦ ନିୟୁତ ୟାନ୍‌‌ ବା ୭୧ ନିୟୁତ ଡଲାର ଖର୍ଚ୍ଚରେ ନିର୍ମିତ ଏହି ନଦୀ ରାଜପଥ ଦ୍ବାରା କେତେକ ଅଞ୍ଚଳର ଯାତାୟାତ ସମୟ ଯଥେଷ୍ଟ କମିଯାଇଛି। ଯାତ୍ରୀମାନେ ମଧ୍ୟ ବିକଳ୍ପ ରାସ୍ତାରେ ନଯାଇ ପାହାଡ଼ ପର୍ବତଘେରା ନଦୀ ଗର୍ଭରେ ଯାତ୍ରା କରିବାର ନିଆରା ଅନୁଭୂତି ଲାଭ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe