୧୨ତାଲା କୋଠାରୁ ତଳକୁ ଖସି ପଡ଼ୁଥିବା ଶିଶୁକୁ ଦେବଦୂତ ସାଜି ବଞ୍ଚାଇଲେ ଟ୍ରକ ଚାଳକ

Advertisment
୧୨ତାଲା କୋଠାରୁ ତଳକୁ ଖସି ପଡ଼ୁଥିବା ଶିଶୁକୁ ଦେବଦୂତ ସାଜି ବଞ୍ଚାଇଲେ ଟ୍ରକ ଚାଳକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଭିଏତନାମର ବୋଲି କୁହାଯାଉଛି। ଏହି ଭିଡିଓରେ ଜଣେ ମାଲ୍ ଡେଲିଭରି କରୁଥିବା ଟ୍ରକ ଚାଳକ ୧୨ତାଲାର ବାଲକୋନିରୁ ଖସି ପଡୁଥିବା ୨ ବର୍ଷର ଶିଶୁକୁ ଧରି ନେଉଥିବା ଦେଖିବାକୁ ମିଳୁଛି।

ଉକ୍ତ ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ହେତୁ ସୌଭାଗ୍ୟବଶତଃ ଶିଶୁର ଜୀବନ ରକ୍ଷା ପାଇ ଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଟ୍ରକ ଚାଳକଙ୍କୁ ପ୍ରଶଂସା କରୁଛନ୍ତି ।

12वीं मंजिल से गिरी बच्ची, तो 'सुपरमैन' बनकर Delivery Boy ने ऐसे बचाई जान - देखें Viral Video

ସୂଚନାନୁସାରେ, ଏହି ଘଟଣା ସେତେବେଳେ ଘଟିଥିଲା ‌ଯେତେବେଳେ ମାଲ୍ ଡେଲିଭରି କରିବା ପାଇଁ ଚାଳକ ଜଣକ ଟ୍ରକରେ ବସି ଅପେକ୍ଷା କରିଥିଲେ। ଏତିକି ବେଳେ ସେ ବାଲକୋନିର ଏକ କୋଣରେ ଶିଶୁକୁ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖସି ପଡ଼ିବା ଭୟରେ ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଶିଶୁଟି ଯେମିତି ହିଁ ବାଲକୋନିରୁ ହାତ ଛାଡ଼ିଥିଲା ଓ ତଳକୁ ଖସି ପଡ଼ିଲା, ତଳେ ଛିଡ଼ା ହୋଇଥିବା ଟ୍ରକଚାଳକ ଶିଶୁକୁ ଧରି ନେଇଥିଲେ। ଫଳରେ ନିଶ୍ଚିତ ମୃତ୍ୟୁରୁ ବଞ୍ଚି ଯାଇଥିଲା ଶିଶୁ।

ଏହି ଘଟଣାକୁ ନେଇ ଟ୍ରକ ଚାଳକ କହନ୍ତି, ମୁଁ ଭାଗ୍ୟବାନ କି ଶିଶୁଟି ମୋ କୋଳରେ ଆସି ପଡ଼ିଲା। ଏହି ଘଟଣା ସମୟରେ ଶିଶୁ ପାଟିରୁ ରକ୍ତ ବାହାରୁଥିଲା। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଏହି ଭିଡିଓ ଇଣ୍ଟରନେଟରେ  ଭାଇରାଲ ହେବାରେ ଲାଗିଛି । ପିଲାଟିର ଜୀବନ ରକ୍ଷା କରିଥିବା ଚାଳକଙ୍କ ନାମ ନଗୁଏନ୍ ନାଗୋସ ବୋଲି ଜଣାପଡ଼ିଛି। ନଗୁଏନଙ୍କ ଏହି କାମ ପାଇଁ ‌ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ବାସ୍ତବ ହିରୋ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe