ଦେଖନ୍ତୁ କେତେ ଖୁସିରେ ସାପ ସହିତ ଦୌଡ଼ି ଡିଆଁ ଖେଳୁଛନ୍ତି ଏହି ଛୋଟପିଲା

Advertisment
ଦେଖନ୍ତୁ କେତେ ଖୁସିରେ ସାପ ସହିତ ଦୌଡ଼ି ଡିଆଁ ଖେଳୁଛନ୍ତି ଏହି ଛୋଟପିଲା

Daily Mail

ନୂଆଦିଲ୍ଲୀ: ଭିଏତନାମରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ଭୟ କରିଯିବେ। ଏହି ଭିଡିଓରେ କେତେକ ଛୋଟ ପିଲାଙ୍କ ମଲା ସାପ ଧରି ତାହା ସହିତ ଦୌଡ଼ି ଡିଆଁ ଖେଳୁଥିବା ଦେଖିବାକୁ ମିଳିଛି। ଜଣେ ମହିଳା ଏହି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ନିଜ କ୍ୟାମେରାରେ ଏହାକୁ କୈଦ କରି ନେଇଥିଲେ।

ଭିଏତନାମରେ ଅନେକ ବିଷଧର ସାପ ବୁଲୁଥିବା ଖବର ରହିଛି। ସାପ ସହିତ ଦୌଡ଼ି ଡିଆଁ ଖେଳ ଖେଳୁଥିବା ପିଲାଙ୍କ ଏହି ଭିଡିଓ ପୋଷ୍ଟ ହେବା ପରେ ଏକ ମିଲିୟନ୍‌ ବ୍ୟବହାରକାରୀ ଏହାକୁ ଦେଖି ସାରିଲେଣି। ଭିଡିଓରେ ଦେଖିବାକୁ ମିଳୁଛି, ପିଲାମାନେ ସାପକୁ ଧରି ପବନରେ ହଲାଉ ଥିବା ବେଳେ ଆଉ କିଛି ଛୋଟ ପିଲାମାନେ ଏହା ଉପର ଦେଇ ଡେଇଁବାକୁ ଲାଗୁଛନ୍ତି।

publive-image

୨୭ ସେକେଣ୍ଡର ଭିଡିଓ ୟୁଟୁବ୍‌ରେ ନଭେମ୍ବର ୧୪ରେ କ୍ରାଫୁ ଟିଭି ସେୟାର କରିଛନ୍ତି। ଟୁଇଟରରେ ଏହି ଭିଡିଓକୁ ଖୁବ୍‌ ଆଲୋଚନା କରାଯାଉଛି। ଭିଏତନାମା ସରକାର ଏହି ଭିଡିଓକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe