ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହୋଇଛନ୍ତି କର୍ଣ୍ଣାଟକର ଜ୍ୱାଇଁ

ଡିସେମ୍ବର ୨୭ରେ ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜୟରାମ

ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ହୋଇଛନ୍ତି କର୍ଣ୍ଣାଟକର ଜ୍ୱାଇଁ

ToI

ମହୀଶୁର: ଦେଶ ସ୍ୱାଧୀନତା ପାପ୍ତିର ୭୦ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ମଧ୍ୟ ଉତ୍ତର ଭାରତ ପ୍ରତି ଦକ୍ଷିଣ ଭାରତୀୟଙ୍କ ଧାରଣା ଭିନ୍ନ ରହିଥାଏ। ଉତ୍ତର ଭାରତୀୟ ଲୋକମାନେ ମଧ୍ୟ ଠିକ୍‌ ସେହିପରି ଦକ୍ଷିଣ ଭାରତର ଲୋକଙ୍କୁ ଭିନ୍ନ ଆଖିରେ ଦେଖନ୍ତି। କିନ୍ତୁ ହିମାଚଳ ପ୍ରଦେଶର ୧୪ତମ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏଥିରେ ସହମତ ନୁହଁନ୍ତି। ଜୟରାମ ଦକ୍ଷିଣ ଭାରତ ପ୍ରତି ସେମିତି ଧାରଣା ରଖି ନାହାନ୍ତି ବୋଲି ଯିଏ କେହି ବି କହି ପାରିବ। କାରଣ ସେ ଜଣେ ଦକ୍ଷିଣ ଭାରତର ଜ୍ୱାଇଁ ହୋଇଛନ୍ତି।

ମିଷ୍ଠାଭାଷୀ ଜୟରାମ (୫୨), କ୍ଷତ୍ରୀୟ ପରିବାରରେ ଜନ୍ମ ହୋଇଥିଲେ। ମଣ୍ଡି ଜିଲ୍ଲା ସିରାଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହେବା ପରେ ବୁଧବାର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ। ଜୟରାମ ହେଉଛନ୍ତି କର୍ଣ୍ଣାଟକର ଶିଭମୋଗା ଅଞ୍ଚଳର ଡାକ୍ତର ସାଧନା ଠାକୁରଙ୍କ ପତି।

publive-image

ସାଧନା ଯେତେବେଳେ ଶିଶୁ ଥିଲେ ସେହି ସମୟରେ ତାଙ୍କ ଅଭିଭାବକ ରାଜସ୍ଥାନର ଜୟପୁରକୁ ଚାଲି ଯାଇଥିଲେ। ବିବାହ ପୂର୍ବରୁ ତାଙ୍କର ନାମ ସାଧନା ରାଓ ଥିଲା। ୧୯୮୦ରେ ଜୟପୁରସ୍ଥିତ ଏସ୍‌ଏମ୍‌ଏସ୍‌ ମେଡିକାଲ କଲେଜରେ ସେ ଏମ୍‌ବିବିଏସ୍‌ ଅଧ୍ୟୟନ କରିଥିଲେ। ଜଣେ ମେଡିକାଲ ଛାତ୍ରୀ ଥିବା ସତ୍ତ୍ୱେ ସାଧନା ଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟା । ଏବିଭିପି ପାଇଁ ସେ ଜମ୍ମୁ ଓ କଶ୍ମୀରରେ ବହୁ ଦିନ ପର୍ଯ୍ୟନ୍ତ କାମ କରିଥିଲେ। ଏହି କ୍ରମରେ ତାଙ୍କର ଜୟରାମଙ୍କ ସହ ପରିଚୟ ହୋଇଥିଲା। ଜୟରାମଙ୍କୁ ବିବାହ ପରେ ତାଙ୍କର ଏବେ ୨ଜଣ ଝିଅ ଅଛନ୍ତି। ସମାଜ ସେବା କାମକୁ ବହୁତ ଭଲ ପାଉଥିବା ସାଧନା ଗରିବ ଓ ଅସହାୟ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି। ମହିଳା ସଶକ୍ତିକରଣରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe