ପିଲାଙ୍କ ଅନଲାଇନ କ୍ଲାସ ପାଇଁ ଦରକାର ଥିଲା ସ୍ମାର୍ଟଫୋନ, ଆୟର ଏକମାତ୍ର ଉତ୍ସ ଗାଈକୁ ବିକି ଫୋନ କିଣିଲା ବାପା

ପିଲାଙ୍କ ଅନଲାଇନ କ୍ଲାସ ପାଇଁ ଦରକାର ଥିଲା ସ୍ମାର୍ଟଫୋନ, ଆୟର ଏକମାତ୍ର ଉତ୍ସ ଗାଈକୁ ବିକି ଫୋନ କିଣିଲା ବାପା

The Tribune India

ଶିମଲା: ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେ‌ଳେ ମହାମାରୀ ସମୟରେ ଛାତ୍ର-ଛାତ୍ରୀମାନଙ୍କୁ ଅନଲାଇନରେ ପଢ଼ାଇବା ଆରମ୍ଭ କରାଯାଇଛି। ତେବେ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଥିବାରୁ ଅନେକ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଥିବା ଜଣା ପଡ଼ିଛି। କରୋନା ଭୂତାଣୁ ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଥିବା ବେଳେ ଏଭଳି ସ୍ଥିତିରେ କିଛି ‌ଛାତ୍ର-ଛାତ୍ରୀମାନଙ୍କ ପାଇଁ ସ୍ମାର୍ଟଫୋନ କିଣିବା ସମ୍ଭବ ହେଉ ନାହିଁ। ପୂର୍ବରୁ ଏ ନେଇ ଅନେକ ଛାତ୍ର-ଛାତ୍ରୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବା ବେଳେ ଏବେ ଜଣେ ବାପା ନିଜର ଆୟର ଏକମାତ୍ର ଉତ୍ସକୁ ବିକିବାକୁ ବାଧ୍ୟ ହୋଇଛି।

Himachal man sells cow to buy smartphone for kids' online classes ... India Today

ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ଅତ୍ୟନ୍ତ ଜରୁରୀ ବୋଲି ଜାଣିବା ପରେ ନିଜ ପିଲମାନଙ୍କୁ ସ୍ମାର୍ଟଫୋନ କିିଣିଦେବା ପାଇଁ ଗାଈ ବିକିବାକୁ ସେ ବାଧ୍ୟ ହୋଇଥିବା ଜଣା ପଡ଼ିଛି। ଯୁବକଙ୍କ ନାଁ କୁଲଦୀପ କୁମାର ହୋଇଥିବା ବେଳେ ସେ କଙ୍ଗରା ଜିଲ୍ଲା, ଜ୍ବାଲାମୁଖୀର ବାସିନ୍ଦା ଅଟନ୍ତି।  କୁଲଦୀପଙ୍କ କହିବା ମୁତାବକ, ପିଲାମାନଙ୍କୁ ଆଗକୁ ପଢ଼ାଇବା ପାଇଁ ସ୍ମାର୍ଟଫୋନ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ ଶିକ୍ଷକ। ଯାହା ପରେ ମୁଁ ବ୍ୟାଙ୍କ ଏବଂ ଋଣଦାତାଙ୍କୁ ଋଣ ଦେବା ପାଇଁ ଆବେଦନ କରିଥିଲି। କିନ୍ତୁ ମୋ ଆର୍ଥିକ ଅବସ୍ଥାକୁ ଦେଖି କେହି ମୋତେ ଋଣ ଦେବାକୁ ରାଜି ହୋଇନଥିଲେ।‌ ଶେଷରେ ସେ ଆୟର ଏକମାତ୍ର ଉତ୍ସ ନିଜ ଗାଈକୁ ୬,୦୦୦ଟଙ୍କାରେ ବିକ୍ରି କରି ପିଲାଙ୍କ ପାଇଁ ସ୍ମାର୍ଟଫୋନ କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe