ସ୍ୱାଧୀନତା ଦିବସ ପାଳନ ଅବସରରେ ଆସନରୁ ଉଠି ନାଚିଲେ ପୂର୍ବତନ ଡିଜିପି

ସ୍ୱାଧୀନତା ଦିବସରେ କଳାକାରମାନଙ୍କ ନୃତ୍ୟ ପରିବେଷଣ ଦେଖି ବସିଥିବା ଆସନରୁ ଉଠି ଆସି ତାଳରେ ତାଳ ମିଶାଇ ନାଚିବା ଆରମ୍ଭ କଲେ ପୂର୍ବତନ ଡିଜିପି ରତ୍ତି ରାମ ବର୍ମା (ବୟସ ୯୧ବର୍ଷ)।।

New Project (12)

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ଅବସରରେ ସିମଲାର ଐତିହାସିକ ରିଜ୍ ଗ୍ରାଉଣ୍ଡରେ ସ୍ୱତନ୍ତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। 

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଅଧ୍ୟକ୍ଷତା କରିଥିଲେ। ତ୍ରିରଙ୍ଗା ଉତ୍ତୋଳନ ଏବଂ ପରେଡ୍ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ। କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ନାଟି ପରିବେଷଣ କରିଥିଲେ। 

କଳାକାରମାନଙ୍କ ନୃତ୍ୟ ପରିବେଷଣ ଦେଖି ଦର୍ଶକଙ୍କ ମଧ୍ୟରେ ବସିଥିବା ପୂର୍ବତନ ଡିଜିପି ରତ୍ତି ରାମ ବର୍ମା (ବୟସ ୯୧ବର୍ଷ) ନିଜକୁ ରୋକି ପାରିଲେ ନଥିଲେ। ବସିଥିବା ଆସନରୁ ଉଠି ଆସି କଳାକାରମାନଙ୍କ ସହିତ ତାଳରେ ତାଳ ମିଶାଇ ନାଚିବା ଆରମ୍ଭ କରିଥିଲେ। ତାଙ୍କର ନୃତ୍ୟ କରିବା ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରତ୍ତି ରାମ ବର୍ମା ୯୨ବର୍ଷ ବୟସରେ ବି  ସମ୍ପୂର୍ଣ୍ଣ ସକ୍ରିୟ ଏବଂ ସୁସ୍ଥ ଅଛନ୍ତି। ନବେ ଦଶକରେ, ସେ ହିମାଚଳ ପ୍ରଦେଶର ଡିଜିପି ହୋଇଥିଲେ ଏବଂ ପରେ ହିମାଚଳ ପବ୍ଲିକ୍ ସର୍ଭିସ୍ କମିଶନର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। 
୨୦୧୧ ମସିହାରେ, ତାଙ୍କୁ ବର୍ଷର ପୁଲିସମ୍ୟାନ୍ ଏବଂ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କ କାର୍ଯ୍ୟଶୈଳୀ ଏବଂ ସଚ୍ଚୋଟତାର କାହାଣୀ ଏବେ ବି ପୁଲିସ ବିଭାଗରେ ଆଲୋଚନାର ବିଷୟ ପାଲଟିଥାଏ।

୨୦୨୩ ମସିହାରେ ରାଜ୍ୟ ବିପର୍ଯ୍ୟୟ ପରିସ୍ଥିତି ସାମ୍ନା କରିଥିବା ବେଳେ  ପୂର୍ବତନ ଡିଜିପି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଭେଟି ପ୍ରତିମାସ ତାଙ୍କ ପେନସନରୁ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିକୁ ୧୦,୦୦୦ ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଏହି ଦାନ ବର୍ଷ ସାରା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe