ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ମୁସ୍‌ଲମାନ ଯୁବକଙ୍କୁ ଯୋଗାଇଛି ପେଟ ପୋଷିବାର ପନ୍ଥା

ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ମୁସ୍‌ଲମାନ ଯୁବକଙ୍କୁ ଯୋଗାଇଛି ପେଟ ପୋଷିବାର ପନ୍ଥା

India Today

କରାଚି: ପାକିସ୍ତାନରେ ଥିବା ଏକ ମନ୍ଦିର ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ହିନ୍ଦୁମାନଙ୍କର ଏହି ମନ୍ଦିରଟି ‌ହେତୁ ଅନେକ ମୁସ୍‌ଲମାନ ଯୁବକ ନିଜର ପେଟ ପୋଷିବାର ପନ୍ଥା ପାଇ ଯାଇଛନ୍ତି।

ମନ୍ଦିରଟି ୨୦୦ ବର୍ଷ ତଳର ପୁରୁଣା। କରାଚି ପୋର୍ଟ ନିକଟରେ ଥିବା ଜେଟି ବ୍ରିଜ୍‌ରେ ଥିବା ଏହି ଲକ୍ଷ୍ମୀନାରାୟଣ ମନ୍ଦିରଟି ପୂଜା ଆରାଧନା ପାଇଁ ରହିଥିଲେ ବି ଅନେକଙ୍କ ରୋଜଗାରର ପନ୍ଥା ପାଲଟିଛି। ବିଭିନ୍ନ ପ୍ରକାରର ହିନ୍ଦୁ ପର୍ବପର୍ବାଣିରେ ଏହି ମନ୍ଦିରରେ ହିନ୍ଦୁ ଭକ୍ତମାନଙ୍କ ଭିଡ଼ ଜମିଥାଏ।

publive-image The Indian Express

ପାକିସ୍ତାନ ହିନ୍ଦୁ କାଉନ୍‌ସିଲ୍‌ର ରମେଶ ଭଙ୍କୱାନିଙ୍କ କହିବା ମୁତାବକ ସମୁଦ୍ର କୂଳରେ ଥିବା ଏହି ମନ୍ଦିର ପରିସରରେ ଅନ୍ୟ ଧାର୍ମିକ ପୂଜାପର୍ବଣ କରାଯାଉଥିବା ବେଳେ ଏହା  ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଖୁବ୍‌ ଉପଯୋଗୀ ସ୍ଥାନ। କରାଚିରେ ସ୍ଥିତ କ୍ରିକ୍‌ କୂଳରେ ଥିବା ଏହା ହେଉଛି ଏକମାତ୍ର ମନ୍ଦିର।

ଜଣେ ମୁସ୍‌ଲମାନ ଯୁବକଙ୍କ କହିବାନୁସାରେ, ହିନ୍ଦୁମାନେ ପୂଜା କଲା ବେଳେ ଅନେକ ମୂଲ୍ୟବାନ ସାମଗ୍ରୀ ପୋଲ ଉପରୁ ରହି ମନ୍ଦିରକୁ ଫିଙ୍ଗି ଥାନ୍ତି। ତାହାକୁ ମୁସ୍‌ଲମାନ ଯୁବକମାନେ ସଂଗ୍ରହ କରି ନେଇ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।

ମୁସ୍‌ଲମାନ ଯୁବକ ସାକିବ୍‌ ଏବଂ ତାଙ୍କର କିଛି ବନ୍ଧୁ ସମୁଦ୍ରରେ ପଡୁଥିବା ମୂଲ୍ୟବାନ ସାମଗ୍ରୀକୁ ସଂଗ୍ରହ କରିବାକୁ ସମୂଦ୍ର ଭିତରେ ଘୂରି ବୁଲିଥାନ୍ତି। ସେମାନଙ୍କ କହିବା ଅନୁସାରେ ସମୁଦ୍ରରୁ ସୁନା, ରୂପା ପରି ମୂଲ୍ୟବାନ ଧାତୁର ଅଳଙ୍କାର ସବୁ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe