ଐତିହାସିକ ପଦକ୍ଷେପ: କେରଳର ସରକାରୀ ମଦ ଦୋକାନରେ ମହିଳା କର୍ମଚାରୀ ବିକ୍ରି କରିବେ ମଦ

Advertisment
ଐତିହାସିକ ପଦକ୍ଷେପ:  କେରଳର ସରକାରୀ ମଦ ଦୋକାନରେ ମହିଳା କର୍ମଚାରୀ ବିକ୍ରି କରିବେ ମଦ

Image Courtesy of Mathrubhumi English

ଏରନାକୁଲମ୍‌ : ସ୍ଥାପନା ହେବା ଦିନ ଠାରୁ କେରଳର ବିଭରେଜେସ୍‌ କର୍ପୋରେସନ୍‌ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ହୋଇ ରହି ଆସିଛି। ସେଠାକାର ବିଭରେଜ୍‌ ଆଉଟ୍‌ଲେଟ୍‌ ବା ମଦ ଦୋକାନରେ ନାରୀମାନଙ୍କୁ ନିଯୁକ୍ତି ମିଳେନାହିଁ। କିନ୍ତୁ ଏବେ ଆଉ ସେ ଭଳି କଟକଣା ନାହିଁ।

ଏରନାକୁଲମ୍‌ର କନକ୍କଙ୍କାଦବ ବିଭରେଜ୍‌ ଆଉଟ୍‌ଲେଟ୍‌ରେ ଶିନି ରାଜୀବଙ୍କ ନିଯୁକ୍ତି ପରେ ସେପରି ନିଷେଧାଜ୍ଞା ହଟି ଯିବା ପରି ମନେହୁଏ। ପିଏସ୍‌ସି ପାହ୍ୟା ତାଲିକାରେ ଲୋଅର୍‌ ଡିଭିଜନ୍‌ କ୍ଲର୍କ ୪୩ ବର୍ଷୀୟ ଶିନିଙ୍କୁ ନାନା ପ୍ରକାର ମାର୍କାଦିଆ ମଦର ଷ୍ଟକ୍‌ ଏବଂ ସେଲ୍‌ର ଯାଞ୍ଚ କରିବା କାମ ଦିଆ ଯାଇଛି।

ବିଭରେଜ୍‌ ଆଉଟ୍‌ଲେଟ୍‌ ସବୁରେ ପଦବୀ ପୂରଣ ନିମନ୍ତେ ନାରୀମାନଙ୍କୁ ମନୋନୀତ କରିବାକୁ କେରଳ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ ଇତି ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

publive-image Image Courtesy of The Better India

କିନ୍ତୁ ଶିନି ଆଜି ଯେଉଁଠି ପହଞ୍ଚିଛନ୍ତି ସେ ଯାତ୍ରା ଏକ ଭିନ୍ନ ଅଭିଳାଷରୁ ଆରମ୍ଭ ହୋଇଥିଲା। ଜଣେ ଶିକ୍ଷିକା ହେବା ଲକ୍ଷ୍ୟରେ ସେ ସାମାଜିକ ବିଜ୍ଞାନରେ ବି. ଏଡ୍‌ କରି ପିଏସ୍‌ସିର ହାଇସ୍କୁଲ୍‌ ଆସିଷ୍ଟାଣ୍ଟାଣ୍ଟ୍‌ ପରୀକ୍ଷା ଦେଇଥିଲେ।

କିନ୍ତୁ ସେ ଶିକ୍ଷକ ହେବା ପାଇଁ ଉଦ୍ଦିଷ୍ଟ ପାହ୍ୟା ତାଲିକା ପାଇଁ ଯୋଗ୍ୟା ବିବେଚିତା ହୋଇ ପାରି ନ ଥିଲେ। ପରନ୍ତୁ ତିନି ବର୍ଷ ତଳେ ସେ ପୁଥାନଭେଲିକ୍କାରା ପଞ୍ଚାୟତ କାର୍ଯ୍ୟାଳୟରେ ଜଣେ ଶେଷସ୍ତରୀୟ ସହକାରୀ ପଦବୀ ନିମନ୍ତେ ଯୋଗ୍ୟା ହୋଇଥିଲେ। ଠିକ୍‌ ସେହି ସମୟରେ ମଦ ଶିଳ୍ପରେ କର୍ମଚାରୀ ଆବଶ୍ୟକ ପାଇଁ ବିଜ୍ଞପ୍ତି ବାହାରି ଥିଲା ଏବଂ ଶିନି ସେଥିରେ ଯୋଗ ଦେବା ପାଇଁ ମନସ୍ଥ କରିଥିଲେ।

୨୦୧୦ରେ ସେ କେରଳ ଷ୍ଟେଟ୍‌ ବିଭରେଜ୍‌ କର୍ପୋରେସନ୍‌ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇ ସେଥିରେ ୫୨୬ତମ ର‍୍ୟାଙ୍କ୍‌ରେ ରହି ପାରିଥିଲେ। ଭଲ ର‍୍ୟାଙ୍କ୍‌ ପାଇଥିବା ସତ୍ତ୍ୱେ ଶିନି ଦେଖିଲେ ଯେ ବହୁ ନିମ୍ନ ର‍୍ୟାଙ୍କ୍‌ ପାଇ ସୁଦ୍ଧା କର୍ପୋରେସନ୍‌ ନିମନ୍ତେ କେବଳ ପୁରୁଷମାନେ ମନୋନୀତ ହେଉଛନ୍ତି।

ଏ ଭଳି ବିଦ୍ୱେଷରେ କ୍ରୁଦ୍ଧା ହୋଇ ଶିନି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତରେ ନାଲିସ କରିବାକୁ ସ୍ଥିର କରିଥିଲେ। ଅନ୍ୟ ୬ ଜଣ ମହିଳାଙ୍କ ସହ ମେଣ୍ଟ କରି ୨୦୧୨ରେ ସେ ହାଇକୋର୍ଟରେ ଏକ ରିଟ୍‌ ଫାଇଲ୍‌ କଲେ।। ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ମଦ ଦୋକାନରେ କାମ କରିବାକୁ ସେମାନେ ସଙ୍କୋଚ କରୁ ନାହାନ୍ତି।

publive-image Image Courtesy of IB Times India

କିନ୍ତୁ ଅନ୍ତରାୟ ସାଜିଥିଲା ମହିଳାଙ୍କୁ ମଦ ବିକ୍ରୟ କାର୍ଯ୍ୟରୁ ନିବୃତ କରାଉଥିବା କେରଳ ଅକ୍‌ବରୀ ଆକ୍ଟ୍‌। କିନ୍ତୁ, ରିଟ୍‌କୁ ଚାହିଁ ଅଦାଲତ୍‌ ତର୍ଜମା କଲେ ଯେ ପରୀକ୍ଷାରେ ଉତ୍ତମ ର‍୍ୟାଙ୍କ୍‌ ପାଇ ସୁଦ୍ଧା ନାରୀମାନଙ୍କୁ ନିଯୁକ୍ତି ନ ଦେବା ଲିଙ୍ଗ-ବିଦ୍ୱେଷ ଛଡ଼ା କ’ଣ ହୋଇ ପାରେ? ଗତ ଏପ୍ରିଲ୍‌ ମାସରେ ଅଦାଲତ୍‌ ସେଠାରେ ମହିଳାଙ୍କୁ ନିଯୁକ୍ତି ନ ମିଳିବା କଥାକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ। ଏବଂ ଶିନି ଚାକିରି ପାଇଲେ!

ଗୁରୁବାର ଦିନ ଶିନି କାନାକ୍କାଙ୍କାଦାବୁ ମଦ ଦୋକାନର ଭାର ଗ୍ରହଣ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ରାତି ୯ଟାଏ ଯାଏଁ ସେଠାରେ କାମ କରୁଥିବା ଶିନିଙ୍କୁ ତାଙ୍କର କୃଷକ ସ୍ୱାମୀ ରାଜୀବ ଏବଂ ପିଲା ଚାର୍ବାକନ ଏବଂ ଶବରୀଙ୍କ ସମର୍ଥନ ମିଳୁଛି। କାମଟି କଠିନ ନୁହେଁ ଏବଂ ଆରମ୍ଭରୁ ମୋ ସହକର୍ମୀମାନେ ଖୁବ୍‌ ସହଯୋଗୀ ବୋଲି ଶିନି ଏକ ସ୍ଥାନୀୟ ଖବରକାଗଜକୁ କହିଛନ୍ତି।

ମଦ ଦୋକାନରେ ଶିନିଙ୍କ ନିଯୁକ୍ତି ବାସ୍ତବିକ କେରଳ ଇତିହାସରେ ଏକ ଐତିହାସିକ ପଦକ୍ଷେପ। ଲିଙ୍ଗଗତ ବିଦ୍ୱେଷ ଭଙ୍ଗ କରି ରାଜ୍ୟର ବୃହତ୍ତମ ସେକ୍ଟର୍‌ରେ ମହିଳାଙ୍କ ପାଇଁ କର୍ମସଂସ୍ଥାନ ଉନ୍ମୁକ୍ତ କରିବା ଘଟଣା ନିଶ୍ଚୟ ଗୁରୁତ୍ୱ ବହନ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe