ନିଜର ଘର ନ ଥିବା ବେଳେ ବ୍ୟକ୍ତି ଜଣକ ବାରବୁଲା କୁକୁରଙ୍କ ପାଇଁ ବିଛଣା ପାରି ସଜାଡ଼ି ଦେଇଛନ୍ତି ଖାଦ୍ୟ

ନିଜର ଘର ନ ଥିବା ବେଳେ ବ୍ୟକ୍ତି ଜଣକ ବାରବୁଲା କୁକୁରଙ୍କ ପାଇଁ ବିଛଣା ପାରି ସଜାଡ଼ି ଦେଇଛନ୍ତି ଖାଦ୍ୟ

ନୂଆଦିଲ୍ଲୀ:  ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। ଏହି ଫଟୋ କେବଳ ଯେ ପଶୁପ୍ରେମୀଙ୍କୁ ପସନ୍ଦ ଆସୁଛି ତାହା ନୁହେଁ, ଯେଉଁ ଲୋକମାନଙ୍କୁ ଲାଗୁଥିଲା କି ମଣିଷପଣିଆ ମରିଯାଇଛି ସେମାନଙ୍କ ହୃଦୟକୁ ବି ସ୍ପର୍ଶ କରୁଛି।

ଏହି ଫଟୋକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ମଙ୍ଗଳବାର ଟୁଇଟ କରିଛନ୍ତି। ଫଟୋ ସହିତ କ୍ୟାପସନର ଲେଖିଛନ୍ତି, ଯେଉଁ ଲୋକଙ୍କ ପାଖରେ କମ୍ ସମ୍ବଳ ଥାଏ ସେମାନେ ହିଁ ଅଧିକ ଦେଇଥାଆନ୍ତି।

ଫଟୋରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଲାଲ ଓ ନୀଳରଙ୍ଗର ପୋଷାକ ପିନ୍ଧି ରାସ୍ତାପାର୍ଶ୍ବରେ ବସିଛନ୍ତି। ତାଙ୍କର ଘର କହିଲେ ଏହି ଫୁଟପାଥ, ଚାଦର ଓ ତକିଆ ଖଣ୍ଡେ। ମୁଣ୍ଡ ଗୁଞ୍ଜିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ପାଖରେ ଘର ନ ଥିବା ବେଳେ ସେ କୁକୁରଙ୍କ ପାଇଁ ନିଜେ ଶୋଉଥିବା ବିଛଣାକୁ ବିଛାଇ ଦେଇଛନ୍ତି। ଏଥିରେ ଦୁଇଟି ବାରବୁଲା କୁକୁର ବିଶ୍ରାମ ନେଉଛନ୍ତି।  ଉକ୍ତ ବ୍ୟକ୍ତି ଜଣକ ନିଜେ ନ ଖାଇ ‌କାଳେ କୁକୁର ଦୁଇଟି ଭୋକିଲା ଥିବେ ସେଥିପାଇଁ ପାଇଁ ବିଛଣା ପାଖରେ ଖାଦ୍ୟ ବି ରଖି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe