ହୋଣ୍ଡା ସିବି୩୫୦

ହୋଣ୍ଡା ମୋଟର୍‌ ସାଇକେଲ୍‌ ପକ୍ଷରୁ ବଜାରକୁ ଆସିଛି ସିବି୩୫୦ର ନୂତନ ସଂସ୍କରଣ। ସିବି ୩୫୦ ସହିତ ସିବି୩୫୦ ଏଚ୍‌’ନେସ୍‌ ସଂସ୍କରଣ ବଜାର ପ୍ରବେଶ କରିଥିଲା ବେ‌େଳ ସିବି ୩୫୦ର ‘ଡିଏଲ୍‌ଏକ୍ସ’ ଓ ‘ଡିଏଲ୍‌ଏକ୍ସ ପ୍ରୋ’ ପରି ଦୁଇଟି ଭାରିଆଣ୍ଟ ରହିଛି।

ddaadad

ହୋଣ୍ଡା ମୋଟର୍‌ ସାଇକେଲ୍‌ ପକ୍ଷରୁ ବଜାରକୁ ଆସିଛି ସିବି୩୫୦ର ନୂତନ ସଂସ୍କରଣ। ସିବି ୩୫୦ ସହିତ ସିବି୩୫୦ ଏଚ୍‌’ନେସ୍‌ ସଂସ୍କରଣ ବଜାର ପ୍ରବେଶ କରିଥିଲା ବେ‌େଳ ସିବି ୩୫୦ର ‘ଡିଏଲ୍‌ଏକ୍ସ’ ଓ ‘ଡିଏଲ୍‌ଏକ୍ସ ପ୍ରୋ’ ପରି ଦୁଇଟି ଭାରିଆଣ୍ଟ ରହିଛି। ଏ ଦୁଇ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ୨.୧୦ ଲକ୍ଷ ଓ ୨.୧୫ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୩୫୦ସିସିର ଏୟାର୍‌-କୁଲ୍‌ଡ ୪ ଷ୍ଟ୍ରୋକ୍‌ ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍‌ ରହିଛି।

ଉଭୟର ତେଲ ଟାଙ୍କି ଧାରଣ କ୍ଷମତା ହେଉଛି ୧୫ ଲିଟର୍‌। ଏଥିରେ ଆଡ୍‌ଭାନ୍‌ସ୍‌ଡ ଆନାଲଗ୍‌ ଡିଜିଟାଲ୍‌ ମିଟର୍‌, ଡୁଆଲ୍‌ ଚାନେଲ୍‌ ଏବିଏସ୍‌, ପିଜିଏମ୍‌-ଏଫ୍‌ଆଇ ଫୁଏଲ୍‌ ଇନ୍‌ଜେକ୍‌ସନ୍‌ ଟେକ୍ନୋଲୋଜି, ଏଚ୍‌ଏସ୍‌ଟିସି, ସ୍ମାର୍ଟ ଭଏସ୍‌ କଣ୍ଟ୍ରୋଲ୍‌ ପରି ବୈଶିଷ୍ଟ୍ୟ ରହିଛି। ଡିଏଲ୍‌କ୍ସ ଭାରିଆଣ୍ଟ ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌ ଏବଂ ଡିଏଲ୍‌ଏକ୍ସ ପ୍ରୋ ଭାରିଆଣ୍ଟ ମାଟ୍‌ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌, ମାଟ୍‌ କ୍ରଷ୍ଟ ମେଟାଲିକ୍‌, ପ୍ରିସିୟସ୍‌ ରେଡ୍‌ ମେଟାଲିକ୍‌, ମାଟ୍‌ ଡ୍ୟୁନ୍‌ ବ୍ରାଉନ୍‌ ପରି ରଙ୍ଗରେ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe