୧୪ବର୍ଷର ପିଲା ପେଟରେ ପୋକ, ଶୋଷି ନେଲା ୨ବର୍ଷରେ ୨୨ଲିଟର ରକ୍ତ !

୧୪ବର୍ଷର ପିଲା ପେଟରେ ପୋକ, ଶୋଷି ନେଲା ୨ବର୍ଷରେ ୨୨ଲିଟର ରକ୍ତ !

ନୂଆଦିଲ୍ଲୀ: ମଣିଷ ପେଟ ଭିତରେ ପୋକା ଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଗୋଟିଏ ପୋକ ୧୪ବର୍ଷର ଏକ ପିଲା ପେଟରୁ ୨୨ଲିଟର ରକ୍ତ ଶୋଷି ନେଇଛି। ଏମିତି ଏକ ଘଟଣା ଉତ୍ତରାଖଣ୍ଡ ହଲଦ୍ୱାଦିରେ ଦେଖିବାକୁ ମିଳିଛି।

publive-image

୧୪ବର୍ଷର ଏକ ପିଲା ପେଟରେ ହୁକଓ୍ଵାର୍ମସ୍‌ ଥିବା ଜଣାପଡ଼ିଥିଲା । ପିଲାଟି  ପାଖାପାଖି ୨ବର୍ଷ ହୁକଓ୍ଵାର୍ମସ୍‌ ପୀଡ଼ିତ ଥିଲା। ପ୍ରଥମ ଯାଞ୍ଚ ରିପୋର୍ଟରୁ ଡାକ୍ତର ଭାବିଥିଲେ ପିଲାଟି ରକ୍ତହୀନତା ରୋଗର ଶିକାର ହୋଇଛି। ଏଥିନେଇ ସେ ଔଷଧ ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ପିଲାଟିକୁ କିଛି ଦିନ ଅନ୍ତରରେ ରକ୍ତର ଆବଶ୍ୟକତା ପଡ଼ିଥାଏ। ଏହାପରେ ବି ରକ୍ତହୀନତା ଦେଖା ଦେଇଥିଲା । ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲରେ ଶିଶୁଟିର ଚିକିତ୍ସା କରାଯାଉଥିଲା। ଏହି ହସ୍‌ପିଟାଲରୁ ହିଁ ପିଲାଟି ପେଟରେ ହୁକଓ୍ଵାର୍ମସ୍‌ ଥିବା କଥା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ସାଧାରଣତଃ ୧୪ବର୍ଷ ପିଲା ପେଟରେ ୪ ଲିଟର ରକ୍ତ ରହିଥାଏ। ପୀଡିତ ଦୁଇବର୍ଷ ପାଖାପାଖି ହେବ ରକ୍ତହୀନତା ରୋଗରେ ପୀଡିତ ହୋଇଥିଲା। ଶୌଚ ସମୟରେ ସର୍ବଦା ରକ୍ତ ପଡ଼ିଥାଏ। ଯେଉଁଥିପାଇଁ ପିଲାଟି ଶରୀରରେ ଲୌହସାର କମ୍‌ ହୋଇଯିବାରୁ ତାକୁ ବିଭିନ୍ନ ପ୍ରକାର ରୋଗାମାଡି ବସିଥିଲା। ଦୀର୍ଘଦିନ ଧରି ପରୀକ୍ଷା ନିରୀକ୍ଷା ପରେ ତାକୁ ଗଙ୍ଗାରାମ ହସ୍‌ପିଟାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଥିରୁ ଜଣାପଡ଼ିଲା ପିଲାଟି ପେଟରେ ଥିବା ହୁକଓ୍ଵାର୍ମସ୍‌ ଯୋଗୁଁ ତାହାର ଏଭଳି ଅବସ୍ଥା ହୋଇଛି। ଗଙ୍ଗାରାମ ହସ୍‌ପିଟାଲର ଡାକ୍ତର କେପସୁଲ ଇଣ୍ଡୋସ୍କୋପି ଜରିଆରେ ଏହି ରୋଗ ସମ୍ପର୍କରେ ଜାଣିପାରିଥିଲେ।

publive-image

କେପସୁଲ ଇଣ୍ଡୋସ୍କୋପି ଏମିତି ଏକ ଟେକ୍‌ନୋଲୋଜି , ଯାହା ଜରିଆରେ କେପସୁଲ ଆକାରରେ ଏକ ଓ୍ଵାରଲେସ୍‌ କ୍ୟାମେରା ପେଟ ପର୍ଯ୍ୟନ୍ତ ପହଞ୍ଚାଯାଇଥାଏ। ଏହି କେପସୁଲ କ୍ୟାମେରା ଶରୀର ଭିତରକୁ ଯାଇ ପ୍ରତି ସେକେଣ୍ଡରେ ୧୨ଟି ଫଟୋ ବାହାରକୁ ପଠାଇଥାଏ।  ଏଭଳି ୧୨ଘଣ୍ଟାରେ ପାଖାପାଖି ୭୦,୦୦୦ଫଟୋ ଉଠାଇ ଯାଇଥିଲା। ଯାହାକୁ ସ୍କିନ୍‌ରେ ସିଧାସଳଖ ବି ଦେଖାଯାଇ ପାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe