ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ଘଟିଲା ଏମିତି ଚମତ୍କାର ଘଟଣା

ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ଘଟିଲା ଏମିତି ଚମତ୍କାର ଘଟଣା

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କେ କରି ପାରେ ବଳବନ୍ତ’। ଏହି ଉକ୍ତିର ଉଦାହରଣ ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଥିବା ବେଳେ ନିକଟରେ ବି ଏମିତି ଏକ ଘଟଣା ଘଟିଛି। ଜଣେ ସ୍କୁଟି ଚାଳକଙ୍କୁ ଟ୍ରକ ଧକ୍କା ଦେବା ପରେ ବି ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି। ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି।

ଘଟଣାର ସିସିଟିଭି ଫୁଟେଜରେ ମହିଳା ଜଣକ ପେରମପଲ୍ଲି ଅଞ୍ଚଳରେ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି।। ଏହି ସମୟରେ ତାଙ୍କୁ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେଇ ଚାଲି ଯାଉଛି। ଦୁର୍ଘଟଣା ପରେ ମହିଳା ଜଣକ    ସ୍କୁଟି ସହିତ ରାସ୍ତାରେ ପଡ଼ି ଯାଉଛନ୍ତି। ଏହି ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ମହିଳାଙ୍କ ଜୀବନକୁ ନେଇ ଭୟଭୀତ ହୋଇଯାଇଥିଲେ। କିନ୍ତୁ କିଛି ସମୟ ପରେ ମହିଳା ଜଣକ ସୁରକ୍ଷିତ ଭାବେ ଠିଆ ହୋଇଥିଲେ। ତେବେ ମହିଳା ଜଣକ ହେଲମେଟ ପିନ୍ଧି ଥିବାରୁ ତାଙ୍କ ମୁଣ୍ଡରେ କୌଣସି ପ୍ରକାର ଆଘାତ ଲାଗି ନଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ମଣିପାଲ ପୁଲିସ ଷ୍ଟେସନ ନିଶ୍ଚିତ କରିଛି ଯେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ନାହିଁ। ଦାୟିତ୍ୱରେ ଥିବା ଥାନା ଇନଚାର୍ଜ କହିଛନ୍ତି, 'ମହିଳା ଜଣକ ଆମ ପାଖକୁ କୌଣସି ଅଭିଯୋଗ ଆଣିନାହାଁନ୍ତି, ତେଣୁ ଆମେ ଉକ୍ତ ଟ୍ରକ ଚାଳକଙ୍କୁ ଚିହ୍ନଟ କରି ନାହୁଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe