ରିୟାଦରେ ଖୋଲିଛି ଭୂତ ରେସ୍ତୋରାଁ ! ଏଠାରେ ପ୍ରତି ଟେବୁଲରେ ଭୂତ ପାଇଁ ବୁକ୍ କରାଯାଏ ଗୋଟେ ଚେୟାର

ରିୟାଦରେ ଖୋଲିଛି ଭୂତ ରେସ୍ତୋରାଁ ! ଏଠାରେ ପ୍ରତି ଟେବୁଲରେ ଭୂତ ପାଇଁ ବୁକ୍ କରାଯାଏ ଗୋଟେ ଚେୟାର

ନୂଆଦିଲ୍ଲୀ: ଚର୍ଚ୍ଚାରେ ରିୟାଦର ଭୂତ ରେସ୍ତୋରାଁ। ଏଠାରେ ପ୍ରତି ଟେବୁଲରେ ଭୂତ ପାଇଁ ବୁକ୍ କରାଯାଏ ଗୋଟେ ଚେୟାର। ଲୋକଙ୍କ ସହ ବସି ଖାଦ୍ୟ ଖାଆନ୍ତି ଭୂତ। ଏହି ଖବରଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ରିୟାଦରେ ଭୂତ ଥିମକୁ ନେଇ ଖୋଲିଥିବା ଏହି ରେସ୍ତୋରାଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ‌ାରେ ଲାଗିଛି।

ସୂଚନା ଅନୁଯାୟୀ, ଏହି ରେସ୍ତୋରାଁର ଯଦି ଆପଣ ୬ଟି ଚେୟାର ଥିବା ଟେବୁଲ୍ ବୁକ୍ କରୁଛନ୍ତି, ତେବେ ୬ଜଣ ପରିବର୍ତ୍ତେ କେବଳ ୫ଜଣ ଲୋକ ୫ଟି ଚେୟାରରେ ବସିପାରିବେ। ଅନ୍ୟ ଏକ ଚେୟାରଟି ଭୂତ ପାଇଁ ଛଡ଼ାଯିବ। ୫ଜଣଙ୍କ ସହ ଭୂତ ମଧ୍ୟ ବସି ଖାଦ୍ୟ ଖାଇବ। ତେବେ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହି ଭୂତ ଅସଲ ଭୂତ ନୁହନ୍ତି। କିଛି ଭିନ୍ନ କରିବାକୁ ଯାଇ ରେସ୍ତୋରାଁ ମାଲିକ ଏଭଳି ଥିମ୍ କରିଛନ୍ତି। ଅସଲ ଭୂତ ନହେଲେ ବି ଭୂତ ଭଳି ମେକଅପ ନେଇଥିବା ଲୋକଙ୍କୁ ଦେଖି ଆପଣ ଡରିଯିବେ ନିଶ୍ଚୟ। କିଛି କିଛି ଚେୟାରରେ ଲୋକେ ମେକଅପ ନେଇ ବସିଥିବା ବେଳେ କିଛି କିଛି ଚେୟାରରେ ନର କଙ୍କାଳ ରଖାଯାଇଥାଏ।

ଏହି ଭୂତ ରେସ୍ତୋରାଁର ନାମ ହେଉଛି ଶ୍ୟାଡୋଜ୍, ଯାହା ରିୟାଦ ସହରର ବୁଲଭାର୍ଡରେ ଖୋଲିଛି। ଏହି ରେସ୍ତୋରାଁର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ଭିତରର ଦୃଶ୍ୟ କେତେ ଭୟାନକ ଆପଣ ଦେଖିପାରୁଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe