Pushkar Mela: ପୁଷ୍କର ମେଳାରେ ପାଦରେ ଘୁଙ୍ଗୁର ବାନ୍ଧି ନୃତ୍ୟ କରି ଦର୍ଶକଙ୍କ ମନକୁ ମୋହିଲା ଘୋଡା

Pushkar Mela:ଆଜମେର ଜିଲ୍ଲାର ଆନ୍ତର୍ଜାତୀୟ ଧାର୍ମିକ ପୁଷ୍କର ମେଳାକୁ ବିକ୍ରି ପାଇଁ ଆସିଥିବା ଘୋଡା ଦର୍ଶକଙ୍କ ଗହଣରେ ପାଦରେ ଘୁଙ୍ଗୁର ବାନ୍ଧି ବାଜାଗୀତର ତାଳେତାଳେ ପଦଛନ୍ଦ କଲା ନୃତ୍ୟ ।

ଅଦ୍ୟତନ ହୋଇଛି
Untitled-3

pushkar Mela horse dance Photograph: (@sambad.in)

ଜୟପୁର: ରାଜସ୍ଥାନର ଆଜମେର ଜିଲ୍ଲାର ଆନ୍ତର୍ଜାତୀୟ ଧାର୍ମିକ ପୁଷ୍କର ମେଳା ଓଟ, ଘୋଡା, ପାରମ୍ପରିକ ରଙ୍ଗ ଏବଂ ଗ୍ରାମୀଣ ସଂସ୍କୃତି ପାଇଁ ବେଶ ଲୋକପ୍ରିୟ।। ସୋସିଆଲ ମିଡିଆରେ ଚଳିତଥର ପୁଷ୍କର ମେଳାକୁ ନେଇ ବିଭିନ୍ନ ପ୍ରକାର ଭିଡ଼ିଓ ଓ ଫଟୋ ଭାଇରାଲ ହେଉଛି। ଏକ କ୍ରମରେ ଏକ ଘୋଡା ଚର୍ଚ୍ଚାର ପରିସରରେ ରହିଛି।

ଘୁଙ୍ଗୁର ବାନ୍ଧି ପାଦରେ ପଦ ଛନ୍ଦି ନୃତ୍ୟ କଲା ଘୋଡ଼ା

ଉକ୍ତ ଘୋଡ଼ାଟି ଘୁଙ୍ଗୁର ବାନ୍ଧି ପାଦରେ ପଦ ଛନ୍ଦି ପଡ଼ିଆରେ ଦର୍ଶକଙ୍କ ଗହଣରେ ଭାଙ୍ଗଡ଼ା ଗୀତର ତାଳେ ତାଳେ ଖୁବ ସୁନ୍ଦର ଭାବେ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଘୋଡ଼ାର ନୃତ୍ୟ ପୁଷ୍କର ମେଳାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମନୋରଞ୍ଜନର ବେଶ ଖୋରାକ ଯୋଗାଇଥିଲା। ଦର୍ଶକମାନେ ଉକ୍ତ ଘୋଡ଼ା ସହିତ ଫଟୋ ଉଠାଇବା ସହିତ ଭିଡ଼ିଓ କରିବା ପାଇଁ ଭିଡ଼ ଜମାଇଥିଲେ। 

ଅଧିକପଢ଼ନ୍ତୁ:ଏକାଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖବା ପାଇଁ ପତ୍ନୀଙ୍କୁ ମାରିଥିଲେ ଡାକ୍ତର

ଡ୍ୟାନସର ଘୋଡ଼ା

ଏହି ଘୋଡ଼ାର ନାମ ଦିଆଯାଇଛି ଡ୍ୟାନସର ଘୋଡ଼ା। ପୁଷ୍କର ମେଳାକୁ ଏହି ଘୋଡା ବିକ୍ରି ପାଇଁ ଆସିଥିଲା। ବିକ୍ରି ପୂର୍ବରୁ ହିଁ ଘୋଡା ତାର ନୃତ୍ୟର ଯାଦୁର ସମସ୍ତଙ୍କୁ ମୋହିତ କରି ଦେଇଛି। ଯାହାକୁ ନେଇ ଘୋଡ଼ା ମାଲିକ ଖୁବ ଖୁସି ହୋଇଯାଇଛନ୍ତି। ଘୋଡ଼ାଟି ପୁଷ୍କର ମେଳାରେ ଭଲ ମୂଲ୍ୟରେ ବିକ୍ରି ହେବା ନେଇ ମାଲିକ ଆଶା ରଖିଛନ୍ତି।

ଅଧିକପଢ଼ନ୍ତୁ:ଆସନ୍ତା ୭ରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗାଇବେ ‘ବନ୍ଦେ ମାତରମ୍‌’

ଉଲ୍ଲେଖଯୋଗ୍ୟ, ପ୍ରୟାଗରାଜର କୁମ୍ଭମେଳାରେ ସାମ୍ନାକୁ ଆସିଥିବା ଭାଇରାଲ ଗାର୍ଲ ମୋନାଲିସାଙ୍କ ପରେ ପୁଷ୍କର ମେଳାରେ ମାଳା ବିକ୍ରି କରୁଥିବା ସୁନମ ବି ତାଙ୍କ ଆକର୍ଷଣୀୟ ଆଖି ଓ ବେଶଭୂଷା ପାଇଁ ଲୋକଲୋଚନକୁ ଆସିଛନ୍ତି। ଲୋକମାନେ ସୁମନଙ୍କ ସହିତ  ଗୋଟିଏ ଫଟୋ ଉଠାଇ ପାଇଁ  ଭିଡ଼ ଜମାଇବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ସୁମନଙ୍କ ଫଟୋ ଭାଇରାଲ ହେବାପରେ ଲୋକେ ତାଙ୍କୁ ନୂଆ ମୋନାଲିସାର ନାମ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe