ଅସୁସ୍ଥ ଭଉଣୀକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ଦେଖି ଦୌଡ଼ିଦୌଡ଼ି ହସ୍ପିଟାଲରେ ପହଞ୍ଚିଲା ଘୋଡ଼ା

Advertisment
ଅସୁସ୍ଥ ଭଉଣୀକୁ ଆମ୍ବୁଲାନ୍ସରେ ନେଇ ଯାଉଥିବା ଦେଖି ଦୌଡ଼ିଦୌଡ଼ି ହସ୍ପିଟାଲରେ ପହଞ୍ଚିଲା ଘୋଡ଼ା

ନୂଆଦିଲ୍ଲୀ: ମଣିଷମାନଙ୍କ ଭଳି ପଶୁପକ୍ଷୀଙ୍କ ‌କ୍ଷେତ୍ରରେ ସ୍ନେହ ଓ ଭଲ ପାଇବାର ଭାବନା ବି ରହିଥାଏ। ଯାହାର ଅନେକ ଉଦାହରଣ ପୂର୍ବରୁ ସାମ୍ନାକୁ ଆସିଛି। ମଣିଷଙ୍କ କ୍ଷେତ୍ରରେ ଯେମିତି ଘରେ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲେ, ଅବଶିଷ୍ଟ ସଦସ୍ୟମାନେ ବିଚଳିତ ହୋଇପଡ଼ି ଥାଆନ୍ତି। ସେହିଭଳି ପଶୁପକ୍ଷୀଙ୍କ ମଧ୍ୟରେ ଯଦି ସେମାନଙ୍କ କୌଣସି ସାଥୀ ଅସୁସ୍ଥ ହୋଇ ଯାଆନ୍ତି, ସେମାନେ ବି ଚିନ୍ତାରେ ପଡ଼ି ଯାଇଥାଆନ୍ତି। ପଶୁ ବି ତାର ଅସୁସ୍ଥ ସାଥୀ ପାଇଁ ମନଦୁଃଖ କରିଥାଏ।

ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଘୋଡା ଆମ୍ବୁଲାନ୍ସ ପଛରେ ଦୌଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଭାବପ୍ରବଣ ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି।

ଏହା ସହ ସେ କ୍ୟାପସନ ଲେଖିଛନ୍ତି - ଉଦୟପୁରର ପ୍ରାଣୀ ଚିକିତ୍ସାଳୟକୁ ନିଆଯିବାବେଳେ ଏହି ଘୋଡା ଆମ୍ବୁଲାନ୍ସରେ ଥିବା  ତାର ଅସୁସ୍ଥ ଭଉଣୀ ପଛରେ ଧାଇଁ ଚାଲିଥିଲା। ସୁସ୍ଥ ନହେବା ପର୍ଯ୍ୟନ୍ତ ଡାକ୍ତରଖାନାରେ  ଅସୁସ୍ଥ ଭଉଣୀକୁ ‌ସେମିତି ଜଗି ରହିଥିଲା ଭାଇ।

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରଠାରୁ ଏପର୍ଯ୍ୟନ୍ତ ୧୭୯.୨ହଜାର ଲୋକ ଦେଖି ସାରିଲେଣି।  ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି - ପଶୁମାନଙ୍କର ମଧ୍ୟରେ ଆମ ଅପେକ୍ଷା ଅଧିକ ଭାବନା ରହିଥାଏ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ଘୋଡା ରାସ୍ତାରେ ଦୌଡ଼ୁଛି। ଆମ୍ବୁଲାନ୍ସ ଜରିଆରେ ଘୋଡାର ଅସୁସ୍ଥ ଭଉଣୀକୁ ଡାକ୍ତରଖାନା ନିଆଯାଉଛି, ଭଉଣୀକୁ ଗୋଟିଏ ବି ମୁହୂର୍ତ୍ତ ଏକା ନଛାଡ଼ିବା ପାଇଁ ପ୍ରାୟ ୫କିମି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପଛରେ ଦୌଡ଼ି  ଘୋଡ଼ା ଡାକ୍ତରଖାନାରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe