ଆରୋଗ୍ୟକାରୀ ଗୁଣ ଥିବା ଭାରତୀୟ ଉଷ୍ଣ ପ୍ରସ୍ରବଣ

Advertisment
ଆରୋଗ୍ୟକାରୀ ଗୁଣ ଥିବା ଭାରତୀୟ ଉଷ୍ଣ ପ୍ରସ୍ରବଣ

Taptapani Odisha; Image Courtesy of The Speaking Tree

ଉଷ୍ଣ ପ୍ରସ୍ରବଣ ହେଉଛି ପ୍ରକୃତ ‘ସ୍ପା’। ଏଥିରେ ଥିବା ଖନିଜ ପଦାର୍ଥ ଯୋଗୁଁ ହିଁ ଏହା ହଜାର ହଜାର ବର୍ଷ ଧରି ଆରୋଗ୍ୟକାରୀ ବୋଲି ବିବେଚିତ ହୋଇ ଆସୁଛି। ଭାତରେ ଏମିତି କେତେଗୁଡ଼ିଏ ଉତ୍ତମ ଉଷ୍ଣ ପ୍ରସ୍ରବଣ ଅଛି।

୧. ପଶ୍ଚିମବଙ୍ଗର ବାର୍କେଶ୍ୱର ଉଷ୍ଣ ପ୍ରସ୍ରବଣ: ସ୍ୱାଭାବିକ ଭାବେ ଉଷ୍ଣ ଜଳ ବାହାରୁ ଥିବା ଏହି ନିର୍ଝରଟି ଦେଶରେ ଥିବା ୫୧ ଶକ୍ତି ପୀଠ ମଧ୍ୟରୁ ଗୋଟିଏ।

୨. ଓଡ଼ିଶାର ତପ୍ତପାଣି ଉଷ୍ଣ ପ୍ରସ୍ରବଣ: ଗଞ୍ଜାମ ଜିଲ୍ଲାର ହରିତ ଅରଣ୍ୟ ମଝିରେ ତପ୍ତପାଣି ଉଷ୍ଣ ପ୍ରସ୍ରବଣ ଅବସ୍ଥିତ। ଏଥିରେ ରାସାୟନିକ ପଦାର୍ଥ ଗନ୍ଧକ ମିଶି ରହିଛି।

୩. ରାଭାଙ୍ଗଲାର ରାଲୋଙ୍ଗ ଉଷ୍ଣ ପ୍ରସ୍ରବଣ: ରଙ୍ଗିତ ନଦୀର ଥଣ୍ଡା ପାଣି ନିକଟରେ ଏହି ଉଷ୍ଣ ପ୍ରସ୍ରବଣ ଅବସ୍ଥତ।

୪. ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଉଷ୍ଣ ପ୍ରସ୍ରବଣ: ମନାଲିର କୋଶଳ ଉପତ୍ୟକା ଠାରୁ ଗାଡ଼ିରେ ସେଠାରେ ପହଞ୍ଚିବାକୁ ୨ ଘଣ୍ଟା ଲାଗେ। ତୀର୍ଥଯାତ୍ରୀମାନେ ଏହି ଉଷ୍ଣ ପ୍ରସ୍ରବଣରେ ଗାଧୋଇ ସାରିବା ପରେ ଉପାସନା କରି ଥାଆନ୍ତି।

୫. ଜମ୍ମୁ ଏବଂ କଶ୍ମୀରର ନୁବ୍ରା ଉପତ୍ୟକାର ପାନାମିକ ଉଷ୍ଣ ପ୍ରସ୍ରବଣ: ସିଆଚେନ୍‌ ଯିବା ରାସ୍ତାରେ ଏହି ଉଷ୍ଣ ପ୍ରସ୍ରବଣଟି ଅବସ୍ଥିତ। ଏହି ଜଳର ରୋଗ ଆରୋଗ୍ୟକାରୀ ଶକ୍ତି ବଡ଼ ଅଦ୍ଭୁତ।

publive-image Taptkunda; Image Courtesy of The Speaking Tree

୬. ଉତ୍ତରାଖଣ୍ଡର ବଦ୍ରିନାଥର ତପ୍ତକୁଣ୍ଡ: ବଦ୍ରିନାଥ ମନ୍ଦିର ନିକଟରେ ତପ୍ତକୁଣ୍ଡ ଅବସ୍ଥିତ। ୪ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଥଣ୍ଡା ସମୟରେ ମଧ୍ୟ ଏହି କୁଣ୍ଡ ନିକଟରେ ଠିଆ ହେଲେ ଆରାମ ଲାଗେ। ଆଖପାଖରେ ଥିବା ଅନେକ ହୋଟେଲ୍‌ ଅତିଥିମାନଙ୍କ ଗାଧୋଇବା ସକାଶ ଏଥିରୁ ପାଣି ନେଇ ଦେଇ ଥାଆନ୍ତି।

୭. ମହାରାଷ୍ଟ୍ରର ବଜ୍ରେଶ୍ୱରୀ ଉଷ୍ଣ ପ୍ରସ୍ରବଣ: ଏହି ଉଷ୍ଣ ପ୍ରସ୍ରବଣ ମଧ୍ୟ ଆରୋଗ୍ୟକାରୀ ଶକ୍ତି ନିମନ୍ତେ ପ୍ରସିଦ୍ଧ। ବହୁ ଲୋକ ଏଠାରେ ସ୍ନାନ କରନ୍ତି।

publive-image Atri; Image Courtesy of The Speaking Tree

୮. ଓଡ଼ିଶାର ଅଟ୍ରି ଉଷ୍ଣ ପ୍ରସ୍ରବଣ: ଖୋର୍ଦ୍ଧା ଜିଲ୍ଲାର ଏକ କ୍ଷୁଦ୍ର ଗ୍ରାମ ଅଟ୍ରି ନାମାନୁସାରେ ଏହି ଉଷ୍ଣ ପ୍ରସ୍ରବଣଟି ନାମିତ। ଏହି ଜଳ ଚର୍ମ ରୋଗ ଆରୋଗ୍ୟ କରୁ ଥିବାରୁ ବହୁ ଲୋକେ ସେଥିରେ ସ୍ନାନ କରନ୍ତି।

୯. ବିହାରର ରାଜଗିର ଉଷ୍ଣ ପ୍ରସ୍ରବଣ: ଅନ୍ୟ ଉଷ୍ଣ ପ୍ରସ୍ରବଣ ଭଳି ରାଜଗିର ନିର୍ଝରରେ ମଧ୍ୟ ରହିଛି ରୋଗ ଆରୋଗ୍ୟକାରୀ ଚମତ୍କାରିତା। ଏଥିପାଇଁ ଅନେକ ଲୋକ ଏହାର ଜଳରେ ସ୍ନାନ କରନ୍ତି।

୧୦. ହିମାଚଳ ପ୍ରଦେଶର ନାଲଦେରାର ଉଷ୍ଣ ପ୍ରସ୍ରବଣ ତାତ୍ତପାଣି: ଏହା ମଧ୍ୟ ଏକ ପ୍ରସିଦ୍ଧ ଉଷ୍ଣ ପ୍ରସବଣ। ଏଥିରେ ସ୍ନାନ କରିବାକୁ ଲୋକେ ଗହଳି କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe