ଅଧାରୁ ପାଠ ଛାଡ଼ୁଥିବା ସୁରେଶଙ୍କ ଛୋଟ ଜଳଖିଆ ଦୋକାନ ଏବେ ୩୦୦ କୋଟିର ସଂଗୀତା ରେସ୍ତୋରାଁ ଚେନ୍‌ ! ଜାଣନ୍ତୁ କେମିତି ହେଲା ସମ୍ଭବ

Advertisment
ଅଧାରୁ ପାଠ ଛାଡ଼ୁଥିବା ସୁରେଶଙ୍କ ଛୋଟ ଜଳଖିଆ ଦୋକାନ ଏବେ ୩୦୦ କୋଟିର ସଂଗୀତା ରେସ୍ତୋରାଁ ଚେନ୍‌ ! ଜାଣନ୍ତୁ କେମିତି ହେଲା ସମ୍ଭବ

ଚେନ୍ନେଇ : ୩୪ ବର୍ଷ ତଳେ ସ୍କୁଲ୍‌ ପାଠ ଅଧାରୁ ଛାଡ଼ି ଦେଇଥିବା ପି ସୁରେଶ ଦକ୍ଷିଣ ଭାରତୀୟ ଖାଦ୍ୟ ମିଳୁଥିବା ଏକ କ୍ଷୁଦ୍ର ଜଳଖିଆ ଦୋକାନ(ଉଡୁପି ରେଷ୍ଟୁରାଣ୍ଟ) ଆରମ୍ଭ କରିଥିଲେ। ବିଶ୍ୱାସ ନ ହେଲେ ବି କଥାଟି ସତ, ଏବେ ତାଙ୍କର ଏହି ଛୋଟ ବ୍ୟବସାୟ ୩୦୦ କୋଟି ଟଙ୍କାର କାରବାର କରୁଥିବା ରେସ୍ତୋରାଁ ଚେନ୍‌ର ରୂପ ନେଇଛି। ଏହି ଦୋକାନଟି ସେ ସେତେବେଳେ ମାଡ୍ରାସ ହାଇକୋର୍ଟ ସାମ୍ନାରେ ଖୋଲିଥିଲେ। ସୁରେଶଙ୍କ ସହ ତାଙ୍କ ଭାଇ ପି ରାଜଗୋପାଲ ମଧ୍ୟ ଏହି ଦୋକାନ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଥିଲେ।

ଏକ ଗଣମାଧ୍ୟମ ସଂସ୍ଥାକୁ ନିଜର ସ୍ୱତନ୍ତ୍ର ସାକ୍ଷାତ୍‌କାର ଦେଇ ଦୁଇ ଭାଇ କହନ୍ତି, ତାଙ୍କ ବାପାଙ୍କର ମଧ୍ୟ ଏକ କ୍ଷୁଦ୍ର ଉଡୁପି ରେଷ୍ଟୁରାଣ୍ଟ ଥିଲା। ତାଙ୍କ ମାଆ ଜଣେ ଗୃହିଣୀ। ତାଙ୍କର ସମୁଦାୟ ୭ ଭାଇ ଭଉଣୀଙ୍କ ମଧ୍ୟରୁ ସୁରେଶ ଓ ରାଜଗୋପାଲ କେବଳ ଦୁଇ ଭାଇ, ଆଉ ୫ ଜଣ ଉଭଣୀ।

୧୯୭୮ ମସିହାରେ ତାଙ୍କ ପରିବାର ଚେନ୍ନାଇକୁ ଆସି ବ୍ୟବସାୟ ଆରମ୍ଭ କରଇଥିଲେ। ପ୍ରଥମେ୨ଟି ଜଳଖିଆ ଦୋକାନ ଖୋଲିଲେ। ମାତ୍ର ସେ ଦୁଇଟି ଦୋକାନ ସେତେଟା ଭଲ ଚାଲିଲା ନାହିଁ।

publive-image

୨୨ ବର୍ଷିଅ ରାଜଗୋପାଲ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ପାଠ ପଢ଼ିବା ପାଇଁ ବାହାରକୁ ଚାଲିଗଲେ। ୧୭ ବର୍ଷିଅ ସୁରେଶ ଦୋକାନକୁ ବଢ଼ାଇବାର ସ୍ୱପ୍ନ ଦେଖି ଚାଲିଲେ। ୧୯୮୫ ମସିହାରେ ସେ ‘ସଙ୍ଗୀତା’ ନାମରେ ଏକ ରେଷ୍ଟୁରାଣ୍ଟ ୍‌ ଖୋଲିଲେ। ସେହି ସମୟରେ ରାଜଗୋପାଲ ନିଜର ଚାଟାର୍ଡ ଆକାଉଣ୍ଟାନ୍ସି ପାଠ ପଢ଼ା ଛାଡ଼ିି ଭାଇକୁ ଦୋକାନ କାମରେ ସାହାଯ୍ୟ କଲେ। ଦୁଇ ଭାଇ ମିଶିବା ପରେ ସେମାନଙ୍କ ବ୍ୟବସାୟ ବଢ଼ିବାକୁ ଲାଗିଲା। ୧୯୯୮ ମସିହା ପରେ ଚେନ୍ନାଇରେ ଆମର ଏକ ସ୍ୱତନ୍ତ୍ର ନାମ ହୋଇଗଲା ବୋଲି କହନ୍ତି ସୁରେଶ ଓ ରାଜଗୋପାଲ। ବର୍ତ୍ତମାନ ଭାରତ ସହ ହଂକଂ, ଦୁବାଇ, ମାଲେସିଆ, ଇଂଲଣ୍ଡ ଓ ଆମେରିକାରେ ସଂଗୀତା ରେସ୍ତୋରାଁ ଖୋଲଛି। ସମୁଦାୟ ୫୪ଟି ରେସ୍ତୋରାଁ ରହିଛି ସଂଗୀତାର।

ପ୍ରଥମେ ପ୍ରଥମେ ସଂଗୀତାରେ ଦକ୍ଷିଣ ଭାରତୀୟ ଖାଦ୍ୟ ବିକ୍ରି କରୁଥିଲେ। ଏବେ ସେ ସବୁ କିସମର ଖାଇବା ବିକ୍ରି କରୁଛନ୍ତି। ୨୦୦୧ ମସିହାରେ ଏମାନେ ବାହାର ଦେଶଗୁଡ଼ିକରେ ମଧ୍ୟ ନିଜର ଶାଖା ଖୋଲିବାରେ ଲାଗିଲେ। ନିଜର ସଫଳତାର ମନ୍ତ୍ର ନିଜ କର୍ମଚାରୀଙ୍କ ସହ ଉତ୍ତମ ସଂପର୍କ ବୋଲି ଦୁଇ ଭାଇ ମତ ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe