ଆଇଫୋନ୍‌ ଯୋଗୁ ବଞ୍ଚିଗଲା ୟୁକ୍ରେନ ଯବାନଙ୍କ ଜୀବନ, ଭିଡିଓ ହେଲା ଭାଇରା‌ଲ୍‌

ଆଇଫୋନ୍‌ ଯୋଗୁ ବଞ୍ଚିଗଲା ୟୁକ୍ରେନ ଯବାନଙ୍କ ଜୀବନ, ଭିଡିଓ ହେଲା ଭାଇରା‌ଲ୍‌

କିବ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ଏହା ଭିତରେ ୫ ମାସ ହୋଇଗଲାଣି। ଚଳିତବର୍ଷ ଫେବ୍ରୁଆରି ୨୪ ତାରିଖରେ ରୁଷ୍‌ ସେନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ବହୁ ଧନଜୀବନ ନ‌ଷ୍ଟ ହୋଇଛି, ଲକ୍ଷଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଯୁଦ୍ଧ ଭିତରେ ଅନେକ ଫଟୋ- ଭିଡିଓ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ନିକଟରେ ଏକ ଆଇଫୋନ୍‌ର ଭିଡିଓ ଭାଇରାଲ୍‌ ହୋଇଛି। ଆଇଫୋନ୍‌ଟି ଯୋଗୁ କିପରି ଜଣେ ୟୁକ୍ରେନ୍‌ ଯବାନଙ୍କ ଜୀବନ ବଞ୍ଚି ଯାଇଛି ସେ ସଂପର୍କରେ ସୂଚନା ଦିଆଯାଇଛି। ଯବାନଙ୍କ ପାଖରେ ଥିବା ଆଇଫୋନ୍‌ ୧୧ ପ୍ରୋ ଯୋଗୁ ତାଙ୍କ ଜୀବନ ବଞ୍ଚିଯିବା ପରେ ସୋସିଆଲ୍‌ ମିଡ଼ିଆରେ ଏହି ଭିଡ଼ିଓଟି ଲୋକେ ବହୁସଂଖ୍ୟାରେ ଦେଖୁଛନ୍ତି।

ଭିଡିଓଟିକୁ ଟ୍ବିଟର୍‌ରେ ସେୟାର୍‌ କରିଛନ୍ତି ଆଣ୍ଟୋ ଗେରାସ୍‌ଚେଙ୍କୋ। ସେ ହେଉଛନ୍ତି ୟୁକ୍ରେନ୍‌ର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ପରାମର୍ଶଦାତା। ସେ ଆଇଫୋନ୍‌ର ଭିଡିଓ ସେୟାର୍‌ କରିବା ସହ ସେଥିରେ ଲେଖିଛନ୍ତି କି ଏହି ଆଇଫୋନ୍‌ଟି ଆମ ଯୋଦ୍ଧାଙ୍କ ଜୀବନ ବଞ୍ଚାଇଛି।

ଭିଡିଓଟିର ଏବେ ସୁଦ୍ଧା ୨ ଲକ୍ଷ ଭିୟୁ ହୋଇ ସାରିଲାଣି। ଭିଡିଓଟି ଗତକାଲି ଟ୍ବିଟର୍‌ରେ ସେୟାର ହୋଇଛି। ଘଟଣାଟି ଏପରି।  ୟୁକ୍ରେନ୍‌ ଯବାନ ଜଣକ ନିଜ ପଛ ପକେଟ୍‌ରେ ତାଙ୍କ ଫୋନ୍‌କୁ ରଖିଥିଲେ। ଏକ ଗୁଳି ଆସି ସିଧା ତାଙ୍କ ଫୋନ୍‌ରେ ବାଜିଥିଲେ। ଆପଣ ଭିଡିଓରେ ଫୋନ୍‌ଟିର ଅବସ୍ଥା ବି ଦେଖି ପାରୁଥିଲେ। ଯଦି ଫୋନ୍‌ଟି ନଥାନ୍ତା ତେବେ ଗୁଳିଟି ସିଧା ଯବାନଙ୍କ ଦେହରେ ବାଜିବା ପରେ ତାଙ୍କର ଅବସ୍ଥା ଯେ କ’ଣ ହୋଇଥାନ୍ତା ତାହା ଆପଣ ଅନୁମାନ କରି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe