ଦିନକୁ କେତେ ମିଠା ଖାଇବେ?

Advertisment

ଆମର ଅଧିକାଂଶ ଖାଦ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ‘ଚିନି’। ସମଗ୍ର ସ୍ବାସ୍ଥ୍ୟ ଉପରେ ଏହି ଉପାଦାନର ଉଲ୍ଲେଖନୀୟ ଅବଦାନ ରହିଛି। ଯଦିଓ ଏହା ଆମର ଖାଦ୍ୟ ଓ ପାନୀୟକୁ ମଧୁର ସ୍ବାଦ ଦେଇଥାଏ, ତେବେ ମାତ୍ରାଧିକ...

ଆମର ଅଧିକାଂଶ ଖାଦ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ‘ଚିନି’। ସମଗ୍ର ସ୍ବାସ୍ଥ୍ୟ ଉପରେ ଏହି ଉପାଦାନର ଉଲ୍ଲେଖନୀୟ ଅବଦାନ ରହିଛି। ଯଦିଓ ଏହା ଆମର ଖାଦ୍ୟ ଓ ପାନୀୟକୁ ମଧୁର ସ୍ବାଦ ଦେଇଥାଏ, ତେବେ ମାତ୍ରାଧିକ...

sfhhffhsfhs

ଆମର ଅଧିକାଂଶ ଖାଦ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ‘ଚିନି’। ସମଗ୍ର ସ୍ବାସ୍ଥ୍ୟ ଉପରେ ଏହି ଉପାଦାନର ଉଲ୍ଲେଖନୀୟ ଅବଦାନ ରହିଛି। ଯଦିଓ ଏହା ଆମର ଖାଦ୍ୟ ଓ ପାନୀୟକୁ ମଧୁର ସ୍ବାଦ ଦେଇଥାଏ, ତେବେ ମାତ୍ରାଧିକ ଚିନି ଖାଇବା ଦ୍ବାରା ମୋଟାପଣ, ମଧୁମେହ, ହୃଦ୍‌ରୋଗ ଓ ଦନ୍ତରୋଗ ପରି ଅନେକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଆମ ଶରୀର ପାଇଁ ଦୈନିକ କେତେ ପରିମାଣର ଚିନି ଖାଇବା ଦରକାର, ତାହା ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନମାନେ ସ୍ଥିର କରିଛନ୍ତି। 

ମୋଟାମୋଟି ଭାବେ ଆମ ଶରୀର ଦୈନିକ ଯେତିକି କ୍ୟାଲୋରି ଶକ୍ତି ବିନିଯୋଗ କରିଥାଏ, ତାହାର ୧୦ ପ୍ରତିଶତ ଚିନି ବା ଶର୍କରା ହେବା ଉଚିତ। ଅର୍ଥାତ୍‌ ଜଣେ ହାରାହାରି ପ୍ରାପ୍ତବୟସ୍କ ମହିଳାଙ୍କ ପାଇଁ ଦୈନିକ ୬ ଚାମଚ ବା ୨୫ ଗ୍ରାମ୍‌ ଓ ପୁରୁଷଙ୍କ ପାଇଁ ୯ ଚାମଚ ବା ୩୬ ଗ୍ରାମ୍‌ ଚିନି ଖାଇବା ବିଧେୟ। ସେହିପରି ପିଲାଙ୍କ କ୍ଷେତ୍ରରେ ସେମାନଙ୍କ ବୟସ ଓ ଦୈନିକ କ୍ୟାଲୋରି ଆବଶ୍ୟକତା ଅନୁଯାୟୀ ତା’ଠାରୁ ଆହୁରି କମ୍‌ ପରିମାଣର ଚିନି ଖାଇଲେ ଭଲ। କାରଣ ଅଧିକ ଚିନି ଖାଇଲେ ଶରୀରର ଶକ୍ତି ସନ୍ତୁଳନରେ ବିଭ୍ରାଟ ଘଟି ଓଜନବୃଦ୍ଧି ହୋଇଥାଏ। ବିଶେଷ କରି ଚିନି ମିଶ୍ରିତ ପାନୀୟଗୁଡ଼ିକ ସେ ଦୃଷ୍ଟିରୁ ବେଶୀ କ୍ଷତିକାରକ, ଯାହା ପେଟ ପୂରିବା ଅନୁଭବକୁ ରୋକିଦେଇ ମାତ୍ରାଧିକ ଭୋଜନ ପାଇଁ ପ୍ରୋତ୍ସାହିତ କରିଥାଏ।

ଶରୀର ଦୈନିକ ଯେତିକି କ୍ୟାଲୋରି ଶକ୍ତି ବିନିଯୋଗ କରିଥାଏ, ତାହାର ୧୦% ଚିନି ବା ଶର୍କରା ହେବା ଉଚିତ। ଜଣେ ପ୍ରାପ୍ତବୟସ୍କ ମହିଳା ଦୈନିକ ୨୫ ଗ୍ରାମ୍‌ ଓ ପୁରୁଷ ୩୬ ଗ୍ରାମ୍‌ ଚିନି ଖାଇବା ବିଧେୟ।

ସେହିପରି ଅଧିକ ଚିନି ସହ ଇନ୍‌ସୁଲିନ୍‌ ପ୍ରତିରୋଧର ସମ୍ପର୍କ ରହିଛି। ସମୟାନୁକ୍ରମେ ଅଗ୍ନ୍ୟାଶୟକୁ ତାହା ନିଷ୍କ୍ରିୟ କରି ଇନ୍‌ସୁଲିନ୍‌ କ୍ଷରଣକୁ ରୋକିଦେଇଥାଏ, ଯାହା ଟାଇପ୍‌-୨ ମଧୁମେହକୁ ଆମନ୍ତ୍ରଣ କରିଥାଏ। ଅଧିକ ମିଠା ଜିନିଷ ଖାଇବା ଦ୍ବାରା ମେଦ ବହୁଳତା ତ ବଢ଼ିଥାଏ, ତାହା ରକ୍ତରେ ଟ୍ରାଇଗ୍ଲିସେରାଇଡ୍‌ ସ୍ତର ଓ ରକ୍ତଚାପରେ ବୃଦ୍ଧି ଘଟାଇ ନାନା ହୃଦ୍‌ସମସ୍ୟା ଆଣିଥାଏ। ଚିନି ମଧ୍ୟ ଆମ ମୁଖଗହ୍ବରରେ ଅନେକ କ୍ଷତିକାରକ ବୀଜାଣୁଙ୍କର ଖାଦ୍ୟ ପାଲଟିଥାଏ। ତାହା ଦାନ୍ତ ଉପରେ ଏକ ଆସ୍ତରଣ ପରି ଜମିରହି ଦନ୍ତକ୍ଷୟ କରାଇବା ସହ ମାଢ଼ିରେ ମଧ୍ୟ ସମସ୍ୟା ଆଣିଥାଏ। ଅନେକ ପ୍ରକ୍ରିୟାକୃତ ଖାଦ୍ୟରେ ରହିଥିବା ଫ୍ରୁକ୍ଟୋଜ୍‌ ନାମକ ଶର୍କରା ଆମ ଲିଭର୍‌ ବା ଯକୃତ୍‌ରେ ହିଁ ବିଘଟିତ ହୋଇଥାଏ। ତେବେ ଅଧିକ ଚିନି ଖାଇଲେ ଫ୍ୟାଟି ଲିଭର୍‌ ସମସ୍ୟା ହୋଇଥାଏ, ଯାହା ସମୟାନୁକ୍ରମେ ଲିଭର୍‌କୁ ଅଚଳ କରିଦେଇଥାଏ। ସେହିପରି ଅଧିକ ଚିନି ଖାଇବା ଦ୍ବାରା ଶରୀରରେ ଦୀର୍ଘକାଳୀନ ପ୍ରଦାହ ସୃଷ୍ଟି ହୋଇଥାଏ, ଯାହା ଆଣ୍ଠୁଗଣ୍ଠି ବାତ, ହୃଦରୋଗ, ଏପରିକି କର୍କଟ ସହ ଜଡ଼ିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe