ଆତଙ୍କବାଦୀ ମୁକାବିଲା ପାଇଁ ଓଡ଼ିଶା କେତେ ପ୍ରସ୍ତୁତ?

Advertisment
ପାକ୍‌ ପ୍ରାୟୋଜିତ ଆତଙ୍କବାଦ ଶିଳ୍ପକୁ ପଙ୍ଗୁ କରିବ ଭାରତ; ଟାର୍ଗେଟ୍‌ରେ ଲସ୍କର, ଅଲ୍‌କାଏଦା, ଆଇଏସ୍‌, ଜୈଶ୍‌

Patrikai

ଭୁବନେଶ୍ୱର : ଆତଙ୍କବାଦୀ ମୁକାବିଲା ପାଇଁ ଓଡ଼ିଶା କେତେ ପ୍ରସ୍ତୁତ? ଓଡ଼ିଶା ପୁଲିସ ପାଖରେ କ’ଣ ଭିତ୍ତିଭୂମି ରହିଛି? ମୁକାବିଲା ପାଇଁ କେଉଁ ସ୍ବତନ୍ତ୍ର ଫୋର୍ସ ରହିଛନ୍ତି? ବିଶେଷ କରି ରାଜଧାନୀରେ ବିଧାନସଭା, ସଚିବାଳୟ, ୩ଟି ବାଟାଲିଅନ୍, ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ଆଦି ରହିଥିବାରୁ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦେଇ ହେବନି। ତେଣୁ ଏଠାରେ କେତେ ପ୍ରସ୍ତୁତି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ନକ୍ସଲ ମୁକାବିଲାରେ ଆଗରେ, ଆତଙ୍କବାଦୀଙ୍କ ପାଇଁ ବି ପ୍ରସ୍ତୁତି କରିବାକୁ ପଡ଼ିବ
ଓଡ଼ିଶା ନକ୍ସଲ ମୁକାବିଲାରେ ଯଥେଷ୍ଟ ଆଗରେ ରହିଛି। ସଫଳତାର ସହ ନକ୍ସଲ ମୁକାବିଲା ମଧ୍ୟ କରୁଛି। କିନ୍ତୁ ଆତଙ୍କବାଦ ମୁକାବିଲା ପାଇଁ ଯଥେଷ୍ଟ ପ୍ରସ୍ତୁତି କରିବାକୁ ପଡ଼ିବ। କାରଣ ଓଡ଼ିଶା କାହିଁକି ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ୍ ଭଳି ଦେଶ ମଧ୍ୟ ଆତଙ୍କବାଦୀ ଆକ୍ରମଣକୁ ମୁକାବିଲା କରିବା କଷ୍ଟକର। କିନ୍ତୁ ଯେଉଁଠି ଆକ୍ରମଣର ସମ୍ଭାବନା ରହିଛି କିମ୍ବା ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ବଢାଇବା ଜରୁରୀ। ଆତଙ୍କବାଦୀଙ୍କ ଆକ୍ରମଣର ଦୃଷ୍ଟିକୋଣରୁ ଓଡ଼ିଶା ସେତେଟା ଟାର୍ଗେଟରେ ନାହିଁ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର।

ଆମେ ପୂରା ପ୍ରସ୍ତୁତ
ଆତଙ୍କବାଦୀ ମୁକାବିଲା ପାଇଁ ଦୁଇଟି ଦିଗକୁ ଧ୍ୟାନ ଦେବାକୁ ପଡ଼ିବ। ଗୋଟିଏ ହେଲା ଗୁଇନ୍ଦା ଏବଂ ଅନ୍ୟଟି ହେଲା ଅପରେସନ୍। ଓଡ଼ିଶା ସଫଳତାର ସହ ନକ୍ସଲ ମୁକାବିଲା କରୁଛି। ଏଥି ପାଇଁ ଗୁଇନ୍ଦା ଯଥେଷ୍ଟ ଦୃଢ଼ ରହିଛି। ରାଜ୍ୟରେ ଗୁଇନ୍ଦା ଓ ଅପରେସନ୍ ଦୁଇଟି ଯାକ ଭଲ କାମ କରୁଛି। ମୁକାବିଲା ପାଇଁ ପୂରା ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜିବ ମାରିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe