୩୦ ପରେ ସୁସ୍ଥ ରହିବେ କେମିତି

୩୦ ବର୍ଷ ବୟସ ଅତିକ୍ରମ କରିବା ଏକ ଉଲ୍ଲେଖନୀୟ ଉପଲବ୍‌ଧି ବୋଲି ସଂପ୍ରତି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଏହା ଜୀବନକୁ ଉପଭୋଗ କରିବାର ଅବସର ଆଣିବା ସହିତ ନିଜର ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ପ୍ରାଧାନ୍ୟ ଦେବାର ସତର୍କଘଣ୍ଟି ମଧ୍ୟ ବଜାଇଥାଏ।

gdjgjdgjgj

୩୦ ବର୍ଷ ବୟସ ଅତିକ୍ରମ କରିବା ଏକ ଉଲ୍ଲେଖନୀୟ ଉପଲବ୍‌ଧି ବୋଲି ସଂପ୍ରତି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି। ଏହା ଜୀବନକୁ ଉପଭୋଗ କରିବାର ଅବସର ଆଣିବା ସହିତ ନିଜର ସ୍ବାସ୍ଥ୍ୟ ଓ ସୁସ୍ଥତାକୁ ପ୍ରାଧାନ୍ୟ ଦେବାର ସତର୍କଘଣ୍ଟି ମଧ୍ୟ ବଜାଇଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟାଭ୍ୟାସ, ନିୟମିତ ବ୍ୟାୟାମ, ସୁନିଦ୍ରା ଏବଂ ଏସବୁ ଭିତରେ ସନ୍ତୁଳନ ରଖିବା ପରି କିଛି ସହଜ ଉପାୟ ଦ୍ବାରା ଜଣେ ସୁସ୍ବାସ୍ଥ୍ୟ ବଜାୟ ରଖିପାରିବ। ଏଥି ସହିତ ହୃଦ୍‌ରୋଗ ଓ ମଧୁମେହ ପରି ରୋଗ ଆଶଙ୍କାରୁ ମଧ୍ୟ ଦୂରରେ ରହି ଦୀର୍ଘସ୍ଥାୟୀ ସୁସ୍ଥତା ଆହରଣ କରିପାରିବ। ସେଥିପାଇଁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ।

ସାଧାରଣତଃ ୩୦ ବର୍ଷ ପରେ ପୁରୁଷମାନଙ୍କର ସ୍ବାଭାବିକ ଭାବେ ଦଶକ ପିଛା ୩ରୁ ୫ ପ୍ରତିଶତ ମାଂସପେଶୀ ବସ୍ତୁତ୍ବରେ ହ୍ରାସ ଘଟିଥାଏ। ଏହାକୁ ପ୍ରତିହତ କରିବା ପାଇଁ ସପ୍ତାହକୁ ଅତି କମ୍‌ରେ ଦୁଇଥର ୱେଟ୍‌ଲିଫ୍‌ଟିଂ କିଂବା ରେଜିଷ୍ଟାନ୍‌ସ ବ୍ୟାୟାମ କରିବା ଭଲ। ସେହିପରି ମାଂସପେଶୀକୁ ସଂରକ୍ଷିତ କରି ରଖିବା ଲାଗି ମାଂସ, ଦୁଗ୍‌ଧଜାତ ଖାଦ୍ୟ, ଶୁଷ୍କ ଫଳ ଓ ଡାଲିଜାତୀୟ ଖାଦ୍ୟ ପରି ପୁଷ୍ଟିସାର ସମ୍ବଳିତ ଭୋଜନ କରିବା ଦରକାର। 
ଶରୀରକୁ ସର୍ବଦା ଆର୍ଦ୍ର ରଖିବା ପାଇଁ ପ୍ରଚୁର ପାଣି ପିଇବା ଦରକାର। ଏହା ହଜମକ୍ରିୟାରେ ସହାୟକ ହେବା ସହ ମାଂସପେଶୀର ସକ୍ରିୟତା ବଢ଼ାଇଥାଏ। 

ବୟସ ୩୦ ବର୍ଷ ଅତିକ୍ରମ କଲେ ଶରୀରର କ୍ଷମତା ହ୍ରାସ ପାଇବା ଆରମ୍ଭ କରେ ସତ, କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରହି କେତେକ ଭଲ ଅଭ୍ୟାସ ଆରମ୍ଭ କଲେ ଜୀବନକୁ ଦୀର୍ଘ ଓ ନିରାମୟ କରିବା ସମ୍ଭବ।

ବୟସ ବଢ଼ିବା ସହ ଶରୀର ଗଠନରେ ମନ୍ଥରତା ଆସୁଥିବା ବେଳେ ଅନେକଙ୍କର ଓଜନ ବଢ଼ିବା ଦେଖାଯାଇଥାଏ। ବିଶେଷ କରି ତଳିପେଟ ଆକାରରେ ଅହେତୁକ ବୃଦ୍ଧି ଘଟିଥାଏ। ତେଣୁ ଅଣ୍ଟାର ମାପ ଉପରେ ଦୃଷ୍ଟି ରଖିବା ଗୁରୁତ୍ବପୂର୍ଣ୍ଣ। କାରଣ ମୋଟାପଣ ହିଁ ହୃଦ୍‌ରୋଗ ଓ ଟାଇପ୍‌-୨ ମଧୁମେହ ରୋଗର ଆଶଙ୍କା ବଢ଼ାଇଥାଏ। ପ୍ରକ୍ରିୟାକୃତ ଖାଦ୍ୟ, ମାତ୍ରାଧିକ ଲୁଣ ଓ ମଧୁମିଶ୍ରିତ ପାନୀୟ ଛାଡ଼ି ଫଳମୂଳ, ସବୁଜ ପନିପରିବା ଓ ଶସ୍ୟ ସମ୍ବଳିତ ଖାଦ୍ୟ ସାଙ୍ଗକୁ ମଧ୍ୟମ ଧରଣର ଶାରୀରିକ କାର୍ଯ୍ୟ ଓ ଶ୍ବାସକ୍ରିୟା ବ୍ୟାୟାମ ଦ୍ବାରା ଅଣ୍ଟା ପରିମାପକୁ ବଜାୟ ରଖିହେବ। ମାଛ ବା ଅନ୍ୟ ଉତ୍ସରୁ ଓମେଗା-୩ ଚର୍ବିଳାମ୍ଳ ଗ୍ରହଣ କରି ହୃଦ୍‌ରୋଗ ଆଶଙ୍କାକୁ ହ୍ରାସ କରିବା ସମ୍ଭବ। 

ଶାରୀରିକ ବ୍ୟାୟାମ ପରି ମାନସିକ ବ୍ୟାୟାମ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେଣୁ ଆନନ୍ଦ ଦେଉଥିବା ଅଭ୍ୟାସଗୁଡ଼ିକୁ ଆପଣେଇବା ସମେତ ସାଙ୍ଗସାଥୀ ଓ ବନ୍ଧୁ-ପରିଜନଙ୍କ  ସହ ନିୟମିତ ସମ୍ପର୍କରେ ରହି ମାନସିକ ସୁସ୍ଥତା ବଜାୟ ରଖିବା ଦରକାର। ସର୍ବୋପରି ଧୂମପାନ ଓ ମଦ୍ୟପାନ ତ୍ୟାଗ କରିବା ଅପରିହାର୍ଯ୍ୟ। ୪୦ ବର୍ଷ ବୟସ ପୂର୍ବରୁ ଏପରି କରିପାରିଲେ ଅକାଳ ମୃତ୍ୟୁ ଆଶଙ୍କା ହ୍ରାସ ହୋଇଥାଏ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି। ସେହିପରି ନିଜର କାର୍ଯ୍ୟଶୈଳୀ ଓ ଜୀବନଶୈଳୀ ମଧ୍ୟରେ ତାଳମେଳ ରଖିବା ଗୁରୁତ୍ବପୂର୍ଣ୍ଣ। ଦିନକୁ ଅନ୍ତତଃ ୭ରୁ ୯ ଘଣ୍ଟା ନିଦ୍ରା ଯିବା ବିଧେୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe