ମହିଳାମାନେ କିପରି ହୁଅନ୍ତି ନାଗା ସାଧୁ ଜାଣନ୍ତୁ

Advertisment
ମହିଳାମାନେ କିପରି ହୁଅନ୍ତି ନାଗା ସାଧୁ ଜାଣନ୍ତୁ

ନୂଆଦିଲ୍ଲୀ: ଶରୀରରେ ପାଉଁଶ ବୋଳି, ରୁଦ୍ରାକ୍ଷ ମାଳା ପକାଇ, ଲମ୍ବା ଜଟରେ ନଜର ଆସୁଥିବା ନାଗାସାଧୁଙ୍କ ଦୁନିଆ ରହସ୍ୟମୟ ଅଟେ। ଆପଣ ଜାଣିଛନ୍ତି କି ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗା ସାଧୁ ମଧ୍ୟ ଅଛନ୍ତି । ପୁରୁଷ ନାଗା ସାଧୁ ସର୍ବଦା ଉଲଗ୍ନ ରୁହନ୍ତି । ସେମାନେ କେବଳ ପାଉଁଶକୁ ନିଜ ଶରୀରରେ ବୋଳି ହୋଇଥାଆନ୍ତି। ଯେତେ ଥଣ୍ଡା ହେଉନା କାହିଁକି, ନାଗା ସାଧୁମାନେ କେବେ ବି ପୋଷାକ ପିନ୍ଧନ୍ତି ନାହିଁ ।

ନାଗା ସାଧୁ ଅନ୍ୟ ସାଧୁମାନଙ୍କଠାରୁ ବହୁତ ଭିନ୍ନ । ନାଗା ସାଧୁ ହେବାର ପ୍ରକ୍ରିୟା ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ସେମାନେ ସାଧାରଣ ଦୁନିଆଠାରୁ ଦୂରରେ ରହି ଜଙ୍ଗଲ ଏବଂ ପର୍ବତରେ ବାସ କରନ୍ତି ଏବଂ ତପସ୍ୟାରେ ବ୍ୟସ୍ତ ରହି ଥାଆନ୍ତି।

ଏହି ନାଗା ସାଧୁମାନେ କେବଳ ବିଶେଷ ଉତ୍ସବରେ ସମସ୍ତଙ୍କ ସାମ୍ନାକୁ ଆସିଥାଆନ୍ତି। ଏହି କ୍ରମରେ ଯଦି ଆମେ ମହିଳା ନାଗା ସାଧୁଙ୍କ ବିଷୟରେ କହିବା, ତେବେ ମହିଳା ନାଗା ସାଧୁ କମ୍ ଦୃଶ୍ୟମାନ  ହୁଅନ୍ତି।

ମହିଳା ନାଗା ସାଧୁ ହେବାର ପ୍ରକ୍ରିୟା ମଧ୍ୟ ବହୁତ କଷ୍ଟକର । ମହିଳା ନାଗା ସାଧୁମାନେ ସିଲେଇ ହୋଇ ନଥିବା ଗୋରୁଆ ରଙ୍ଗର ଗୋଟିଏ ପୋଷାକ ପିନ୍ଧି ଥାଆନ୍ତି। ମହିଳା ନାଗା ସାଧୁମାନଙ୍କୁ ଅନେକ ବର୍ଷ ଧରି କଠିନ ତପସ୍ୟା କରିବାକୁ ହୋଇଥାଏ। ସେମାନେ ନିଜକୁ ଇଶ୍ବରଙ୍କ ଚରଣରେ ସମର୍ପି ଦେଇଥାଆନ୍ତି।

ଏହା ପରେ ଗୁରୁ ତାଙ୍କର ଧ୍ୟାନ ଏବଂ ସାଧନା ଦେଖିବା ପରେ ତାଙ୍କୁ ନାଗା ସାଧୁ ମାନ୍ୟତା ପ୍ରଦାନ କରନ୍ତି। ଏହାପୂର୍ବରୁ ମହିଳାମାନେ ନିଜେ ନିଜର ପିଣ୍ଡଦାନ କରି ମୁଣ୍ଡରୁ ସମସ୍ତ କେଶକୁ କାଟି ଦେଇ ଥାଆନ୍ତି। ଘନ ଜଙ୍ଗଲ, ପର୍ବତ ଏବଂ ଗୁମ୍ଫାରେ ବାସ କରି ସେମାନେ ସର୍ବଦା ଇଶ୍ବରଙ୍କୁ ତପସ୍ୟା କରୁ ଥାଆନ୍ତି।

ମହିଳା ନାଗାସାଧୁମାନେ କେବଳ ମାଘ ମେଳା, କୁମ୍ଭ ଓ ମହାକୁମ୍ଭ ମେଳା ଇତ୍ୟାଦି ସମୟରେ ପବିତ୍ର ନଦୀରେ ସ୍ନାନ କରିବାକୁ ବାହାରକୁ ଆସନ୍ତି ଏବଂ ଶୀଘ୍ର ନିଜ ନିଜ ଦୁନିଆକୁ ଫେରି ଯାଇଆନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe