ଅତି ସହଜରେ ଜାଣିପାରିବେ ଆମେ ପ୍ରତିଦିନ ବ୍ୟବହାର କରୁଥିବା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ୍‌ ରହିଛି!

Advertisment
ଅତି ସହଜରେ ଜାଣିପାରିବେ ଆମେ ପ୍ରତିଦିନ ବ୍ୟବହାର କରୁଥିବା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ୍‌ ରହିଛି!

ପ୍ରତିଦିନ ଆମେ ରୋଷେଇଶାଳାରେ ବ୍ୟବହାର କରୁଥିବା ଏଲପିଜି ଗ୍ୟାସ ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ ରହିଛି ତାହାକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡିଥାନ୍ତି। ତେବେ ଗ୍ୟାସ ସିଲିଣ୍ଡରରେ ଗ୍ୟାସ କେତେ ଅଛି ତାହା ଅତି ସହଜରେ ଜାଣିପାରିବେ। ଆସନ୍ତୁ ନଜର ପକାଇବା କିପରି ଏ ବିଷୟରେ ଜାଣିବେ।

ଆମେ ବ୍ୟବହାର କରୁଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡରରେ ରହିଛି କେତେ ଗ୍ୟାସ୍‌? ଏହାକୁ ନେଇ ଅଧିକାଂଶ ଲୋକେ ଦ୍ୱନ୍ଦ୍ୱରେ ରହିଥାନ୍ତି। ସେହିପରି କିଛି ଲୋକେ ଗ୍ୟାସ୍‌ ସିଲିଣ୍ଡରକୁ ହଲାଇ ଏବଂ ରଙ୍ଗ ଦେଖି ଟାଙ୍କିରେ କେତେ ଗ୍ୟାସ ରହିଛି ତାହା ଅନୁମାନ କରିଦିଅନ୍ତି। ତେବେ ଆପଣ ଚାହିଁଲେ ଏକ ଓଦା କପଡା ଜରିଆରେ ବି ଜାଣିପାରିବେ କି ସିଲିଣ୍ଡରରେ କେତେ ଗ୍ୟାସ୍‌ ରହିଛି।

ଏହି ଟ୍ରିକ୍‌ ବହୁତ ସହଜ ଏବଂ ଏହାଦ୍ୱାରା ଆପଣ ମୁହୂର୍ତ୍ତକ ଭିତରେ ଜାଣିପାରିବେ କି ସିଲିଣ୍ଡରରେ ଗ୍ୟାସ କେତେ ପରିମାଣରେ ରହିଛି। କାରଣ ଯେଉଁଠି ଲିକ୍ୱିଡ ଥାଏ, ସେଠାରେ ଟେମ୍ପ୍ରେଚର ଫାଙ୍କା ସ୍ଥାନ ଅପେକ୍ଷା କମ୍‌ ହୋଇଥାଏ।

publive-image

ଓଦା କପଡାରୁ ଜାଣନ୍ତୁ ସିଲିଣ୍ଡରେ ରହିଛି କେତେ ଗ୍ୟାସ୍‌

ସର୍ବ ପ୍ରଥମେ ଏକ ଓଦା କପଡାରେ ସିଲିଣ୍ଡର ଟାଙ୍କିକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏଭଳି ପୋଛିଦିଅନ୍ତୁ ଯେପରି ସିଲିଣ୍ଡରର ଉପରି ଭାଗ ଅଂଶ ସଂପୂର୍ଣ୍ଣ ଭାବରେ ଓଦା ହୋଇଯିବ। ଏହାପରେ କିଛି ସମୟ ପର୍ଯ୍ୟନ୍ତ ସିଲିଣ୍ଡରକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ। ତାହାପରେ ଦୁଇ ତିନି ମିନିଟ ପରେ ଦେଖିବେ କି ଟାଙ୍କିର କିଛି ଭାଗ ଅଂଶ ଶୁଖିଲା ନଜର ଆସୁଥିବା ବେଳେ କିଛି ଅଂଶ ଓଦା ରହିଥିବ।

ତେବେ ଟାଙ୍କିର ଯେଉଁ ଭାଗ ବା ଅଂଶ ଓଦା ନଜର ଆସିବ, ଜାଣି ନିଅନ୍ତୁ କି, ସେତିକି ହିଁ ଗ୍ୟାସ୍‌ ସିଲିଣ୍ଡରରେ ବଞ୍ଚିଛି। କିଛି ସମୟ ପରେ ଟାଙ୍କିର ସେହି ଅଂଶ ମଧ୍ୟ ଶୁଖି ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe