ଅନ୍ୟଠୁ ଅଧିକ ପଇସା ରୋଜଗାର କରିବାକୁ ଚାହୁଛନ୍ତି? ଆପଣାନ୍ତୁ ଏହି ୩ଟି ବିଶେଷ ଗୁଣ

Advertisment
ଅନ୍ୟଠୁ ଅଧିକ ପଇସା ରୋଜଗାର କରିବାକୁ ଚାହୁଛନ୍ତି? ଆପଣାନ୍ତୁ ଏହି ୩ଟି ବିଶେଷ ଗୁଣ

publive-image

କାହିଁକି କିଛି ଲୋକ ଅଧିକ ପଇସା ରୋଜଗାର କରିଥା’ନ୍ତି ଓ କିଛି ଲୋକ କମ୍‌?
ଦୁନିଆରେ ଅଧିକାଂଶ ଲୋକ ଅର୍ଥ ଉପାର୍ଜନ କରିବା ପାଇଁ ହିଁ କାମ କରିଥା’ନ୍ତି। ଏହା ଆମର ସବୁଠୁ ବଡ଼ ପ୍ରେରଣାର ସ୍ରୋତ ହେବା ସହ ସବୁଠୁ ଦୁର୍ବଳତା ମଧ୍ୟ ହୋଇଥାଏ। କିନ୍ତୁ କେବେ ଚିନ୍ତା କରିଛନ୍ତି କି, ସମସ୍ତେ ପ୍ରାୟ ସମାନ ପରିଶ୍ରମ କରୁଥିବା ବେଳେ କିଛି ଲୋକ ଅଧିକ ଓ କିଛି ଲୋକ କମ୍‌ ରୋଜଗାର କରିଥା’ନ୍ତି କାହିଁକି? ଏକ ଅନୁସନ୍ଧାନରୁ ଏହାର ଉତ୍ତର ମିଳିଛି। ଏହି ଅନୁସନ୍ଧାନରୁ ଏମିତି ୩ଟି ଜିନିଷ ବିଷୟରେ ଜଣାପଡ଼ିଛି ଯେ, ଯଦି ଏହା ଆପଣଙ୍କ ପାଖରେ ଅଛି ତା’ହେଲେ ଆପଣ ମଧ୍ୟ ଅନ୍ୟମାନଙ୍କଠୁ ଅଧିକ ପଇସା ରୋଜଗାର କରି ପାରିବେ।

publive-image

ଅଧିକ ପଇସା ରୋଜଗାର କରିବା ପାଇଁ ବ୍ୟକ୍ତିତ୍ୱର ଅବଦାନ
ୟୁନିଭର୍ସିଟି ଅଫ୍‌ କୋପେନ୍‌ହେଗନ୍‌ ଏକ ଅନୁସନ୍ଧାନ କରିଥିଲା।ଅଧିକ ପଇସାରୋଜଗାର କରିବା ପାଇଁ ବ୍ୟକ୍ତିତ୍ୱ ଦରକାର ବୋଲି କହିଥିଲା। ଏଥିରେ ଟର୍ମନ୍‌ ଷ୍ଟଡି ଅଫ୍‌ ଦି ଗିଫ୍ଟେଡ୍‌ ଦ୍ୱାରା ସଂଗ୍ରହ କରାଯାଇଥିବା ଡାଟା ଆଧାରରୁ ଅନୁସନ୍ଧାନ କରାଯାଇଥିଲା। ଯେଉଁଠି ୧୮ରୁ ୭୫ ବର୍ଷ ବୟସ ହୋଇଥିବା ୧ ହଜାର ପ୍ରତିନିଧି ଭାଗ ନେଇଥିଲେ, ଯେଉଁମାନଙ୍କ ଆଇକ୍ୟୁ ୧୪୦ରୁ ଅଧିକ ଥିଲା।

publive-image

ବ୍ୟକ୍ତିତ୍ୱ ସହ ଜଡ଼ିତ ୩ଟି ବିଶେଷତ୍ୱ ଥିବା ଜରୁରୀ
(ସେମିତି ତ ସଫଳ ହେବା ପାଇଁ ଓ ଅଧିକ ରୋଜଗାର କରିବା ପାଇଁ କୌଣସି ବି ବ୍ୟକ୍ତିଙ୍କ ପାଖରେ ନିଷ୍ଠା, କର୍ତ୍ତବ୍ୟପରାୟଣତା, ଶୃଙ୍ଖଳା ରହିବା ଉଚିତ୍‌।)
ଯଦିଓ ଏହି ଅନୁସନ୍ଧାନରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ଆଇକ୍ୟୁ ବହୁତ ଅଧିକ ଥିଲା ଓ ସମସ୍ତେ ପ୍ରାୟ ସମାନ ଥିଲେ, କିନ୍ତୁ ସମସ୍ତେ ସମାନ ଭାବେ ସଫଳତା ପାଇ ନ ଥିଲେ କି ସମାନ ଭାବେ ପଇସା ରୋଜଗାର କରୁ ନ ଥିଲେ। ଅନୁସନ୍ଧାନରୁ ବ୍ୟକ୍ତିମାନଙ୍କ ରୋଜଗାର ଓ ତାଙ୍କ ବ୍ୟକ୍ତିତ୍ୱର କନେକ୍‌ସନ୍‌ ବାହାର କରାଗଲା, ଯେଉଁଠି ଜଣାପଡ଼ିଲା ଯେ, ଅଧିକ ରୋଜଗାର କରିବା ପାଇଁ କୌଣସି ବି ବ୍ୟକ୍ତି ପାଖରେ ୩ଟି ଜିନିଷ ହେବା ଜରୁରୀ, ତାହା ହେଲା – କର୍ତ୍ତବ୍ୟନିଷ୍ଠା, ଭାବପ୍ରକାଶରେ ପାରଦର୍ଶିତା ଓ ଅସହମତି ବତାଇବା (ନା କହିପାରୁଥିବାର କଳା)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe