ଏହି ତିନିଟି ଉପାୟରେ ପେଟିଏମ୍‌କୁ ବି ନିଜର ରୋଜଗାରର ମାଧ୍ୟମ କରିପାରିବେ !

Advertisment
ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଜମା ସଂଗ୍ରହ ଉପରେ ରୋକ୍‌

ନୂଆଦିଲ୍ଲୀ: ମୋଦି ସରକାର ଡିଜିଟାଲ ନେଣଦେଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଡିଜିଟାଲ ନେଣଦେଣ ପାଇଁ ‘ପେଟିଏମ’ ସେବା ଆରମ୍ଭ ହୋଇଛି। ଏହା ଜରିଆରେ ଅନେକଲୋକେ ନିଜର ଦୈନନ୍ଦିନ ଖର୍ଚ୍ଚ ବା ରିଚାର୍ଜ ଆଦି ପେମେଣ୍ଟ ପେଟିଏମ୍‌ ଜରିଆରେ ହିଁ କରୁଛନ୍ତି। ତେବେ ଆପଣ କେବେ ଭାବିଛନ୍ତି ଏହି ପେଟିଏମ ଜରିଆରେ ବି ଆପଣ ଟଙ୍କା ରୋଜଗାର କରିପାରିବେ । ତେବେ ପେଟିଏମ୍‌ ଜରିଆରେ କିପରି ଟଙ୍କା ରୋଜଗାର କରି ପାରିବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା।

publive-image

ଯଦି ଆପଣ ପେଟିଏମରୁ କ୍ୟାସବ୍ୟାକ୍‌ ଜରିଆରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପ୍ରତିଟି ଟ୍ରାନ୍‌ଜାକସନ ସମୟରେ ପ୍ରୋମୋ କୋଡର ବ୍ୟବହାର କରନ୍ତୁ । କାରଣ ଅଧିକାଂଶ ଅନଲାଇନ ସପିଂ କମ୍ପାନତଗୁଡିକ ପେଟିଏମ ସହିତ କ୍ୟାସବ୍ୟାକ୍‌ ଅଫର ଦେଇଥାଆନ୍ତି।

ପ୍ରୋମୋ କୋଡ ଆପଣ ଗୁଗଲ ସର୍ଚ୍ଚ ଏବଂ ପେଟିଏମ ଆପରୁ ବି ଜାଣିପାରିବେ । ପେଟିଏମ ଆପରୁ ‘ଟ୍ରାନ୍‌ଜାକସନ ଅନ ପେମେଣ୍ଟ’ରୁ ପୂର୍ବରୁ ଆପଣଙ୍କୁ ଅନେକ ଗୁଡିଏ ଅଫର ନଜର ଆସିବ, ଯେଉଁଠି ଆପଣ ପ୍ରୋମୋ କୋଡ ନେଇ ପାରିବେ । ଏହାବ୍ୟତୀତ ଆପଣ ପେଟିଏମରୁ ସେଲର ହୋଇ ବି ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ ପେଟିଏମର ସାଇଟକୁ ଯାଇ ‘ସେଲ ଅନ ପେଟିଏମ’ର ଅପସନ ଚୟନ କରନ୍ତୁ। ଏହାପରେ ପୁଣି ରେଜିଷ୍ଟେସନ କରି, ଏଠାରୁ ନିଜର ଜିନିଷ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ ।

publive-image

ଏତଦ୍‌ ବ୍ୟତୀତ ଏଫିଲିଏଟ ମାର୍କେଟିଂରୁ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ଅନ୍ୟ ସାଇଟ ଭଳି ପେଟିଏମରୁ ଏଫିଲିଏଟ ମାର୍କେଟିଂର ବିକଳ୍ପ ଦେଇଥାଏ । ଯେଉଁଥିରେ ଆପଣ ଟଙ୍କା ରୋଜଗାର କରିପାରିବେ । ଏଫିଲିଏଟ ମାର୍କେଟିଂ ଆଧାରରେ କମ୍ପାନିର ଅନେକ ପ୍ରଡକ୍ଟ ଆପଣଙ୍କ ଜରିଆରେ ବିକ୍ରି ହୋଇଥାଏ । ତେବେ ଏହାର କିଛି ପ୍ରତିଶତ ଆପଣଙ୍କୁ କମିସନ ରୂପରେ ମିଳିଯିବ । ପେଟିଏମ ସହିତ ଏଫିଲିଏଟ ମାର୍କେଟିଂ ପାଇଁ ଆପଣଙ୍କୁ culinks ନାମକ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe