Delicious ରେସିପି: କେମିତି କରିବେ ଗୁଜିଆ ? ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ...

ମଇଦା ୨ କପ୍‌, ୧/୪ କପ୍‌ ଗୁଆଘିଅ, ସ୍ବାଦ ଅନୁସାରେ ଲୁଣ ମିଶାଇ ଦିଅନ୍ତୁ। ଯେତେବେ‌ଳେ ଘିଅ ମଇଦାରେ ଭଲ ଭାବରେ ମିଶିଯିବ ସେତେବେଳେ ଧୀରେ ଧୀରେ ପାଣି ଦେଇ ଚକଟନ୍ତୁ। ପାଖାପାଖି ଅଧକପ୍‌ ପାଣି ଲାଗିବ।

sweet

sweet Photograph: (sambad.in)

ଭୁବନେଶ୍ବର: ମଇଦା ୨ କପ୍‌, ୧/୪ କପ୍‌ ଗୁଆଘିଅ, ସ୍ବାଦ ଅନୁସାରେ ଲୁଣ ମିଶାଇ ଦିଅନ୍ତୁ। ଯେତେବେ‌ଳେ ଘିଅ ମଇଦାରେ ଭଲ ଭାବରେ ମିଶିଯିବ ସେତେବେଳେ ଧୀରେ ଧୀରେ ପାଣି ଦେଇ ଚକଟନ୍ତୁ। ପାଖାପାଖି ଅଧକପ୍‌ ପାଣି ଲାଗିବ। ଭଲକି ଚକଟି ମିଶ୍ରଣକୁୁ ଅତି କମ୍‌ରେ ଅଧଘଣ୍ଟା ଘୋଡ଼ାଇ ରଖନ୍ତୁ। ଏଥର ପୁର ତିଆରି କରିବାକୁ ଗୋଟେ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ଗୋଟେ ବଡ଼ ଚାମଚ ବଟର୍‌ ଦିଅନ୍ତୁ । ସେଥିରେ ଏକକପ୍‌ କ୍ଷୀର ଢାଳନ୍ତୁ, ଟିକେ ମିଶେଇ ଦେଇ ସେଥିରେ ଦେଢ଼କପ୍‌ ଅମୁଲ ମିଶାନ୍ତୁ ଏବଂ ମିଶ୍ରଣଟି ଯେତେବେଳେ ଗାଢ଼ ହୋଇ ଧୀରେ ଧୀରେ ପ୍ୟାନ୍‌ରୁ ଛାଡ଼ିଯିବ ସେତେବେଳେ ତଳକୁ ଓହ୍ଲାଇ ତାକୁ ଥଣ୍ଡା କରନ୍ତୁ । 

ଅଧିକ ପଢନ୍ତୁ- Health Tips: ମାଟି ପାତ୍ରରେ ରାନ୍ଧିବା ଏବଂ ଖାଇବା ଶରୀର ପାଇଁ କେତେ ସ୍ବାସ୍ଥ୍ୟକର ?

ତା’ପରେ ସେଥିରେ ଗୋଟେ କପ୍‌ ଚିନି ପାଉଡର୍‌, ଗୁଜୁରାତି ଗୁଣ୍ଡ ଟିକେ, ଦୁଇ ଚାମଚ ଲେଖାଏଁ ସରୁସରୁ କଟା କାଜୁ, ପିସ୍ତା, ଆଲ୍‌ମଣ୍ଡ ଓ କିସ୍‌ମିସ୍‌ ଦେଇ ଭଲକି ହାତରେ ମିଶାଇ ଦିଅନ୍ତୁ। ଏପଟେ ଦେଢ଼କପ୍‌ ଚିନି ଓ ଦେଢ଼କପ୍‌ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ପାଞ୍ଚ/ସାତ ମିନିଟ୍‌ ପରେ ବହଳିଆ ହେଲାପରେ ସେଥିରେ କିଛି ରୁଆ କେଶର ଓ ଅଧାଚାମଚ ଗୁଜୁରାତି ଗୁଣ୍ଡ ମିଶାଇ ଚୁଲିରୁ ଓହ୍ଲାଇ ଘୋଡ଼େଇ ଦିଅନ୍ତୁ। ଚକଟା ମଇଦାକୁ ଛୋଟ ଛୋଟ ଗୁଳା କରି ବଜାରରେ ମିଳୁଥିବ‌‌ା ଛାଞ୍ଚରେ ବା ହାତରେ ଗୁଜିଆ ଆକାରରେ ଗଢ଼ି ଭିତରେ ଖୁଆପୁର ଦୁଇଚାମଚ ଦେଇ ଟିପରେ ଓଦାହାତ ହୋଇ ପିଠାକୁ ବନ୍ଦ କରନ୍ତୁ ଏବଂ ମଧ୍ୟମ ଆଞ୍ଚରେ ନିଜ ପସନ୍ଦର ତେଲ/ଘିଅରେ ସୁନେଲୀ ରଙ୍ଗ ହେବାଯାଏ ଛାଣି କାଢ଼ିଦିଅନ୍ତୁ। ଗୁଜିଆ ଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ଚିନି ସିରାରେ ପକେଇ ଦୁଇପଟ ଓଲଟପାଲଟ କରି ପାଞ୍ଚ ମିନିଟ୍‌ ପରେ କାଢ଼ିଦିଅନ୍ତୁ।

ଅଧିକ ପଢନ୍ତୁ- Crash Diet: କାଳ ସାଜିପାରେ କ୍ରାସ୍‌ ଡାଏଟ୍‌ ! ଅଳ୍ପ ଦିନରେ ଓଜନ କମାଇବାର ଜିଦ୍ ଡାକି ଆଣିପାରେ ବିପଦ ! ଜାଣନ୍ତୁ କ୍ରାସ୍ ଡାଏଟ୍ ଦ୍ୱାରା କ’ଣ ହୋଇପାରେ ଅସୁବିଧା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe