ନୂଆଦିଲ୍ଲୀ: ବଡ଼ ଭାଇଭଉଣୀ ନିଜର ଛୋଟ ଭାଇଭଉଣୀଙ୍କ ଯତ୍ନ ବାପ ଓ ମା’ଙ୍କ ଭଳି ନେଇ ଥାଆନ୍ତି। ଏମିତି ଅନେକ ଥର ଛୋଟ ଭାଇଭଉଣୀଙ୍କ ଜୀବନ ବଡ଼ ଭାଇଭଉଣୀ ବଞ୍ଚାଇଥିବାର ଘଟଣା ସାମ୍ନାକୁ ଆସିଛି। ନିକଟରେ ବି ଏମିତି ଏକ ଘଟଣା ଘଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଭଉଣୀ ତାର ଭାଇର ଜୀବନ ମାତ୍ର ୫ସେକେଣ୍ଡ ମଧ୍ୟରେ ବଞ୍ଚାଇ ଦେଇଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେଖିବାକୁ ମିଳୁଛି, ଭାଇଭଉଣୀ ଖେଳୁଛନ୍ତି। ଏତିକି ବେଳେ ଛୋଟ ଭାଇ ମୁହଁରେ ଏକ ଛୋଟ ଖେଳନା ପୁରାଇ ଦେଉଥିବା ୩ବର୍ଷର ଭଉଣୀ ଦେଖିବାକୁ ପାଇଥିଲା। ତେବେ ଛୋଟ ହୋଇଥିଲେ ବି ସେ ବୁଝିଥିଲା କି ଏହି ସାମଗ୍ରୀ ତାର କୁନି ଭାଇ ପାଟିରେ ପୁରାଇ ଗିଳି ଦେଇଥିଲେ ହୁଏତ ଜୀବନ ଚାଲି ଯାଇଥାଆନ୍ତା।
ତେଣୁ ସେ ମାତ୍ର ୫ସେକେଣ୍ଡ ମଧ୍ୟରେ ଭାଇର ପାଟି ଭିତରେ ହାତ ପୁରାଇ ତାହାକୁ ବାହାର କରି ଆଣିଥିଲା। ଆଉ ତାର ମା’କୁ ଦେଖାଇଥିଲା। ଉଭୟଙ୍କ ପଛପାର୍ଶ୍ବରେ ଛିଡ଼ା ହୋଇଥିବା ମା’ ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଛୋଟ ଝିଅର ଏଭଳି ବୁଦ୍ଧିକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଭୁରିଭୁରି ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
Follow Us