abplive
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଜୋମାଟୋର ବଡ଼ ନିଷ୍ପତ୍ତି। ଫୁଡ୍ ଡେଲିଭରିଂ ଆପ୍ ଜୋମାଟୋ ତାର ଡେଲିଭରି ବୟମାନଙ୍କ ମୋବାଇଲ୍ରେ ‘ଆରୋଗ୍ୟ ସେତୁ’ ଇନ୍ଷ୍ଟଲ୍ କରି ବ୍ୟବହାର କରିବାକୁ ଅନିବାର୍ଯ୍ୟ ଘୋଷଣା କରିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଲକ୍ଡାଉନ୍ ସମୟରେ ବି କମ୍ପାନି ଲୋକଙ୍କ ପାଖରେ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି।
କମ୍ପାନି ପକ୍ଷରୁ କୁହାଯାଇଛି, ‘ଏକଥା ସତ ଯେ ସବୁ ସମୟରେ ଖାଦ୍ୟ ନେଇ ଘର ସାମ୍ନାରେ ପହଞ୍ଚାଇବା ସେତେଟା ଲାଭପ୍ରଦ ହୋଇନଥାଏ। ମାତ୍ର କର୍ତ୍ତବ୍ୟର ପାଳନ କରି ଆମକୁ ଏପରି କରିବାକୁ ପଡୁଛି। ଜଣେ ଡେଲିଭରି ବୟ ରାସ୍ତାକୁ ବାହାରି ଦୁଆରେ ଜିନିଷ ପହଞ୍ଚାଇବା କାରଣରୁ ହିଁ ଅନେକ ଲୋକ ନିଶ୍ଚିତରେ ଘରେ ବସି ପାରୁଛନ୍ତି।’
କମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି କି, ‘ନିଜ ଜୀବନକୁ ବାଜି ଲଗାଇ ଡେଲିଭରି ବୟ ବାହାରକୁ ଯାଉଛନ୍ତି। ଆମ ମନରେ ବି ଭୟ ରହୁଛି ଯେ କାଳେ କିଏ କେତେବେଳେ ଏହି ସଂକ୍ରମଣର ଶିକାର ହେବ। ଯଦି ସେପରି ହୁଏ ତେବେ କ’ଣ ହେବ? କୋଭିଡ-୧୯ ଭାଇରସ୍କୁ ରୋକିବାକୁ କମ୍ପାନି ସମସ୍ତ ଡେଲିଭରି ବୟଙ୍କ ଫୋନ୍ରେ ଆରୋଗ୍ୟ ସେତୁ ରଖି ବ୍ୟବହାର କରିବା ବାଧ୍ୟତାମୂଳକ କରିଛି। ଯାହାଫଳରେ ଗ୍ରାହକମାନେ ନିଶ୍ଚିତ ହୋଇ ଖାଦ୍ୟ ବରାଦ କରିପାରିବେ। ଯଦି କେଉଁ ବି ଡେଲିଭରି ବୟ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ବି ଯାଉଛନ୍ତି ତ ଏହି ଆପ୍ ତାଙ୍କୁ ଦୂରେଇ ରହିବାକୁ ସୂଚନା ଦେବ।’
କେନ୍ଦ୍ର ସରକାର ‘ଆରୋଗ୍ୟ ସେତୁ’ ଆପ୍ ଲଞ୍ଚ୍ କରିବା ପରେ ଏହାର ଚାହିଦା ବି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆପଣ ଖବର ଦେଖିଥିବେ ନିଶ୍ଚୟ ଯେ କିଛି ଦିନ ତଳେ ଜଣେ ଡେଲିଭରି ବୟ କରୋନା ଆକ୍ରାନ୍ତ ବୋଲି ଜଣାଯିବା ପରେ ସେ ଖାଦ୍ୟ ପହଞ୍ଚାଇଥିବା ୭୨ ପରିବାରକୁ କ୍ବାରେଣ୍ଟାଇନ୍ରେ ରଖାଯାଇଥିଲା। ଯେହେତୁ ଡେଲିଭରି ବୟମାନଙ୍କର ବାହାରକୁ ବାହାରିବା ଉଭୟ କମ୍ପାନି ଓ ଗ୍ରାହକଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ସେହି କାରଣରୁ ସୁରକ୍ଷା ଦୃଷ୍ଟିରୁ ଜୋମାଟୋ ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।
Follow Us