ଔଷଧର ନାଁ ଆଲିଙ୍ଗନ ! ଜୀବନରେ ଆଲିଙ୍ଗନ କେତେ ଜରୁରୀ ? ଜାଣନ୍ତୁ ଦିନକୁ କେତେ ଥର ଆଲିଙ୍ଗନ କରିବା ଦରକାର...

ଆଲିଙ୍ଗନ- ଦେହ ଓ ଆତ୍ମାର ଆତ୍ମୀୟ ମିଳନ । ସ୍ନେହ-ପ୍ରେମ-ପ୍ରୀତି ଓ ଭଲପାଇବାର ନିଶବ୍ଦ ନିବେଦନ । ଯାହା ନକହି ନକହି ଅନେକ କହିଦିଏ । କୁହାଯାଏ ଯାହା ଓଠ ଖୋଲି କହିହୁଏନି ତାହା ଆଖିରେ କୁହାଯାଏ... ଆଉ ଯାହା ଆଖିରେ ରହିଯାଏ ତାହା ଆଲିଙ୍ଗନ କହିଦିଏ । ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ବାସ ଓ ବନ୍ଧୁତାର ବତୀଘର, ମମତାର ମହକ...

HUG DAY 2025

Photograph: (SAMBAD.IN)

ଭୁବନେଶ୍ବର: ଆଲିଙ୍ଗନ- ଦେହ ଓ ଆତ୍ମାର ଆତ୍ମୀୟ ମିଳନ । ସ୍ନେହ-ପ୍ରେମ-ପ୍ରୀତି ଓ ଭଲପାଇବାର ନିଶବ୍ଦ ନିବେଦନ । ଆଲିଙ୍ଗନରେ ଦୁଇ ଦେହ ସିନା ବାହାରେ ନିଶବ୍ଦରେ ମିଶୁଥାଏ ହେଲେ ଭିତରେ ଭିତରେ ଆତ୍ମା ଓ ହୃଦୟର ଗପସପ ଚାଲିଥାଏ । ଆଲିଙ୍ଗନ- ଏକ ଆକର୍ଷଣର ନାଁ, ଏକ ଅପ୍ରତ୍ୟାଶିତ ଛୁଆଁ... ଯାହା ନକହି ନକହି ଅନେକ କହିଦିଏ । କୁହାଯାଏ ଯାହା ଓଠ ଖୋଲି କହିହୁଏନି ତାହା ଆଖିରେ କୁହାଯାଏ... ଆଉ ଯାହା ଆଖିରେ ରହିଯାଏ ତାହା ଆଲିଙ୍ଗନ କହିଦିଏ । ତେଣୁ ଆଲିଙ୍ଗନ ବିନା ଶବ୍ଦରେ, ବିନା ଉଚ୍ଚାରଣରେ ଉପସ୍ଥାପନ କରିହେଉଥିବା ଏକ ଉପକ୍ରମର ନାଁ, ନିଜ ମନର ସ୍ନେହ-ପ୍ରେମ ଓ ଭଲପାଇବାକୁ ପ୍ରକାଶ କରିବାକୁ ଏକ ଉଷୁମ ଛୁଆଁ...

ଆଲିଙ୍ଗନ କହିଦିଏ ଜଣେ ଜଣଙ୍କ ପ୍ରତି କେତେ ସମର୍ପିତ, କେତେ ପ୍ରତିବଦ୍ଧ । ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ବାସ ଓ ବନ୍ଧୁତାର ବତୀଘର, ମମତାର ମହକ, ଭାଇଚାରାର ବାର୍ତ୍ତାବହ । ଏକ ନିର୍ଭେଜାଲ ଆଲିଙ୍ଗନ ହିଁ କହିଦିଏ ଗୋଟେ ନିସ୍ବାର୍ଥ ମନ ତଳର ଅକୁହା କଥା । କେବେ ଆଲିଙ୍ଗନ ଶତ୍ରୁ କୁ ମିତ୍ର କରିଦିଏ ତ କେବେ ବର୍ଷ ବର୍ଷର ତିକ୍ତତା ଗୋଟେ ମିଠା ଆଲିଙ୍ଗନରେ ମେଣ୍ଟିଯାଏ । ହଜାରେ ରାଗ ପଛେ ଥାଉ- ଦେଖିବେ ଆପଣ ଜଣଙ୍କୁ ଯଦି ସ୍ନେହରେ କୋଳେଇ ନେଉଛନ୍ତିନା ତାହାଲେ ତାର ଅଧା ରାଗ କମିଯିବ, ଅଭିମାନ ଉଭେଇଯିବ... ତେଣୁ ତ ଆଲିଙ୍ଗନକୁ କେହି କେହି ସମ୍ପର୍କ ବଞ୍ଚାଇବାର ବୁଷ୍ଟରଡୋଜ୍ ବି କୁହନ୍ତି । 

ପ୍ରେମ ସପ୍ତାହର ଷଷ୍ଠ ଦିବସ ହେଉଛି ଆଲିଙ୍ଗନ ଦିବସ ବା ହଗ୍ ଡେ’ । ୧୨ ଫେବୃୟାରୀ ୨୦୨୫ ବୁଧବାର ଏହି ଦିବସ ପଡିଛି । ଏହି ଦିନ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ପ୍ରତୀକ୍ଷିତ ଦିନ । ଏହି ଦିନକୁ ଅପେକ୍ଷା କରିଥାନ୍ତି ଅନେକ ପ୍ରେମୀଯୁଗଳ । କାରଣ ପାଖରେ ବସି କଥା ହେବା, ଚିଠି ଦେବା, ଗୋଲାପ ଦେଇ ପ୍ରପୋଜ କରିବା ପରେ ଆହୁରି ଅନେକ କଥା ଛାତିତଳେ ରହିଯାଇଥାଏ ଯାହା କହି ହୋଇନଥାଏ । ତେଣୁ ଏହି ଆଲିଙ୍ଗନ ଦିବସରେ ହିଁ ଏକ ନରମ ସ୍ପର୍ଶରେ ଛାତିର ଅହୁକା କଥାକୁ ପ୍ରେମୀଯୁଗଳ ନିଜ ନିଜ ସାଥୀଙ୍କୁ କହିଥାନ୍ତି... ଖାଲି ପ୍ରେମୀଯୁଗଳ କାହିଁକି ଆଲିଙ୍ଗନ କିଏ ବି କାହାକୁ କରିପାରେ... ତେବେ ଆସନ୍ତୁ ଜାଣିବା ଜୀବନରେ ଆଲିଙ୍ଗନର ଆବଶ୍ୟକତା କେତେ ? ଆଲିଙ୍ଗନ କଲେ କେଉଁ ଲାଭ ମିଳେ ?

ଆଲିଙ୍ଗନ କଲେ ଫାଇଦା କଣ ?

-ଆଲିଙ୍ଗନକୁ ଅନେକ ଔଷଧ ବୋଲି କୁହନ୍ତି, କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ, ଔଷଧ ପରି କାମ କରେ
-ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନକୁ ଏକ ଥେରାପିରେ ଗଣାଯାଏ
-ଗବେଷଣା କୁହେ, ଦିନକୁ ୮ ଥର ଆଲିଙ୍ଗନ କରିବା ଦ୍ବାରା ମାନସିକ ସ୍ତରରେ ମଣିଷ ସୁସ୍ଥ ରୁହେ ଏବଂ ଦିନକ ୧୨ ଥର ଆଲିଙ୍ଗନ ଶରୀରକୁ ସୁସ୍ଥ ରଖେ
-ଆଲିଙ୍ଗନ ଚାପଗ୍ରସ୍ତ ଜୀବନକୁ ମୁକ୍ତିଦିଏ, ମନ ପ୍ରଫୁଲ୍ଲ ରୁହେ
-ଆଲିଙ୍ଗନ କରିଦେଲେ ସବୁ ଅବସାଦ ଦୂର ହୁଏ, ହାର୍ଟ ଆଟାକ୍ ସମସ୍ୟା ନ ଉପୁଜିବାର ସମ୍ଭାବନା ଥାଏ
-ଆଲିଙ୍ଗନ ସମୟରେ ଦେହରୁ ଅକ୍ସିଟୋସିନ୍ ହରମୋନ କ୍ଷରଣ ହୁଏ, ଯାହା ମନରେ ଖୁସି ଭରେ ଏବଂ ଯାହାକୁ ଆଲିଙ୍ଗନ କରୁଛେ ତା ସହ ସମ୍ପର୍କ ସୁଦୃଢ ହୁଏ
- ଅକ୍ସିଟୋସିନ୍ ହରମୋନ କ୍ଷରଣ ଦ୍ବାରା ରକ୍ତଚାପ ହ୍ରାସ ହୁଏ
-ଆଲିଙ୍ଗନ ଆମକୁ ଖୁସି ଦିଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ
-ନିବିଡ ଆଲିଙ୍ଗନ ଦାମ୍ପତ୍ୟ ଜୀବନକୁ ମଧୁମୟ କରେ, ନିମିଷକରେ ସବୁ ରାଗରୁଷା ଦୂର ହେଇଯାଏ
-ଆଲିଙ୍ଗନ ମନୋବଳ ବଢାଏ, ଶରୀରରେ ଉର୍ଜା ଭରେ, ମନରେ ସକରାତ୍ମକ ଶକ୍ତି ଭରେ

ତେଣୁ ନିଜ ଜୀବନ ସାଥୀ ହେଉ କି ଆପଣାର ପ୍ରିୟ ମଣିଷ, ତାକୁ ମନଇଚ୍ଛା ଆଲିଙ୍ଗନ କରନ୍ତୁ ... ଦେଖିବେ ସମ୍ପର୍କ ସୁଦୃଢ ହେବ ଆଉ ଶରୀର ସୁସ୍ଥ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe