ମଣିଷ-ଡଲ୍‌ଫିନ୍‌ କଥାବାର୍ତ୍ତା!

ସମ୍ପ୍ରତି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା ଅନେକ ଶିଳ୍ପକୁ ପ୍ରଭାବିତ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ମନୁଷ୍ୟକୁ ସହାୟତା କରୁଛି। ଏହି କ୍ରମରେ ଆମେରିକାର ଅନ୍ୟତମ ଲୋକପ୍ରିୟ ପ୍ରଯୁକ୍ତି କମ୍ପାନି ଗୁଗଲ୍‌ ଏକ ନୂତନ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌.....

dfdfvvcf

ସମ୍ପ୍ରତି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା ଅନେକ ଶିଳ୍ପକୁ ପ୍ରଭାବିତ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ମନୁଷ୍ୟକୁ ସହାୟତା କରୁଛି। ଏହି କ୍ରମରେ ଆମେରିକାର ଅନ୍ୟତମ ଲୋକପ୍ରିୟ ପ୍ରଯୁକ୍ତି କମ୍ପାନି ଗୁଗଲ୍‌ ଏକ ନୂତନ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌ (ଏଲ୍‌ଏଲ୍‌ଏମ୍‌) ବିକଶିତ କରି ଅକଳ୍ପନୀୟ ସଫଳତା ହାସଲ କରିଛି। ଏହି ଏଲ୍‌ଏଲ୍‌ଏମ୍‌ ବଳରେ ପ୍ରଥମ ଥର ଡଲ୍‌ଫିନ୍‌ ସହ ମଣିଷ କଥାବାର୍ତ୍ତା କରିବାର ସୁଯୋଗ ସୃଷ୍ଟି ହୋଇଛି। ଗୁଗଲ୍‌ ଓ ଜର୍ଜିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଗବେଷକମାନେ ‘ଡଲ୍‌ଫିନ୍‌ଗେମା’ ନାମକ ଏକ ଏଲ୍‌ଏଲ୍‌ଏମ୍‌ ଏବଂ ଏହାର ସିଟାସିଆନ୍‌ ହିଅରିଂ ଅଗମେଣ୍ଟେସନ୍‌ ଟେଲିମେଟ୍ରି (ଚାଟ୍‌) ପ୍ରଣାଳୀର ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି। ଏଥିରୁ ଡଲ୍‌ଫିନ୍‌ର କଣ୍ଠସ୍ବର ଓ ଆଚରଣକୁ ଅନୁକରଣ କରିହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। 

ଗୁଗଲ୍‌ ଦ୍ବାରା ବିକଶିତ ‘ଡଲ୍‌ଫିନ୍‌ଗେମା’ ନାମକ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌ ଡଲ୍‌ଫିନ୍‌ର ଆଚରଣ ଓ କଣ୍ଠସ୍ବରକୁ ବୁଝି ସେମାନେ କ’ଣ ପ୍ରକାଶ କରିବାକୁ ଚାହଁୁଛନ୍ତି ତାହା 
ଅନୁଶୀଳନ କରି କହିପାରୁଛି। 

ଉଲ୍ଲେଖଯୋଗ୍ୟ, ନିରୀହ ଡଲ୍‌ଫିନ୍‌କୁ ଅନ୍ୟତମ ବୁଦ୍ଧିମାନ ସାମୁଦ୍ରିକ ପ୍ରାଣୀ ଭାବେ ବିବେଚନା କରାଯାଏ। ସେମାନଙ୍କ ଜଟିଳ ସାମାଜିକ ସମ୍ପର୍କ ଦୀର୍ଘ ଚାରି ଦଶନ୍ଧି ଧରି ଵାଇଲ୍‌ଡ ଡଲ୍‌ଫିନ୍‌ ପ୍ରକଳ୍ପ (ଡବଲ୍ୟୁଡିପି)ର ଗବେଷକଙ୍କ ପାଇଁ ଅଧ୍ୟୟନର ବିଷୟ ହୋଇ ଆସିଛି। ଏହି ପ୍ରକ୍ରିୟା ମାଧ୍ୟମରେ ଗବେଷକମାନେ ବାହାମାସ୍‌ ଉପକୂଳର ପାଣି ତଳେ ଆଟଲାଣ୍ଟିକ୍‌ ଡଲ୍‌ଫିନ୍‌ର ଅଡିଓ ଓ ଭିଡିଓ ସଂଗ୍ରହ କରିଛନ୍ତି। ଗବେଷକମାନେ ସଂପୃକ୍ତ ଜାତିର ପ୍ରେମ ସମ୍ପର୍କ ଓ ଝଗଡ଼ା ଆଦି ଆଚରଣ ସହ ସେମାନେ ସୃଷ୍ଟି କରୁଥିବା ଶବ୍ଦର ସମ୍ପର୍କ ନିରୂପଣ କରିପାରିଛନ୍ତି। 

ଡଲ୍‌ଫିନ୍‌ ସହ ମନୁଷ୍ୟର ଯୋଗାଯୋଗ ସମ୍ଭବ ବୋଲି ବିଶ୍ବାସ କରାଯାଏ, ତେବେ ପାଣି ତଳେ ସେମାନଙ୍କ ସୁସୁକାରି ଓ ସ୍ପନ୍ଦନ ଆଦିକୁ ବିଶ୍ଳେଷଣ ଓ ଅନୁକରଣ କରିପାରୁଥିବା ଉନ୍ନତ ପ୍ରଯୁକ୍ତିର ଅଭାବ ଯୋଗୁଁ ତାହା ପୂର୍ବରୁ ଅସମ୍ଭବ ଥିଲା। ତେବେ ଗୁଗଲ୍‌ର ଜେମିନି ପ୍ରଯୁକ୍ତି ଉପରେ ଆଧାରିତ ‘ଡଲଫିନଗେମା’ ମାଧ୍ୟମରେ ତାହା ଏବେ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଏ। ଯଦିଓ ଏହି ପ୍ରଣାଳୀ ଡଲ୍‌ଫିନ୍‌ର ପ୍ରାକୃତିକ ଯୋଗାଯୋଗ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ଅନୁବାଦ କରିପାରିବ ନାହିଁ, ତେବେ ଏହା ମଣିଷକୁ ଏକ ଅଧିକ ସରଳୀକୃତ ସହଭାଗୀ ଶବ୍ଦକୋଷ ପ୍ରସ୍ତୁତିରେ ସାହାଯ୍ୟ କରିପାରିବ ବୋଲି ଗବେଷକମାନେ ଆଶ୍ବସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe